Breaking News
Breaking News
15-Nov-2024
ବିଶ୍ରାମ କକ୍ଷ ଦାବି କରି 108 ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଆନ୍ଦୋଳନ |
**************************
ଓଡିଶା ଜନମତ ବ୍ୟୁରୋ ,
ଖଲ୍ଲିକୋଟ : 15/11 --ଦୀର୍ଘ ଦିନ ହେଲା 108 ଆମ୍ବୁଲାନ୍ସ କର୍ମଚାରୀ ମାନେ ଖରା ବର୍ଷା ଓ ଶୀତ ସାଙ୍ଗକୁ ବନ୍ୟା ବାତ୍ୟା ସମୟରେ ବିନା ବାଧା ରେ ରୋଗୀ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିରନ୍ତର ସେବା ଯୋଗାଇ ଆସୁଥିବା ବେଳେ ଆମ୍ବୁଲାନ୍ସ ରେ କାମ କରୁଥିବା ଚାଳକ ଇ ଏମ ଆଇ କର୍ମଚାରୀ ମାନଙ୍କ ସୁଖ ସ୍ଵାଚ୍ଛନ୍ଦ୍ୟ ଓ ପରିବାର ସଦସ୍ୟ ମାନଙ୍କ ସୁଖ ଦୁଃଖ ବୁଝିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି |ବରଂ ସେମାନଙ୍କୁ ନିଯୁକ୍ତି ଦେଇଥିବା ଏଜେନସି ମାନେ ମାନସିକ ଚାପ ଦେବା ସହ ଦୈନିକ 12 ଘଣ୍ଟା ବଦଳ ରେ ଦିନକୁ 16 ଘଣ୍ଟ ରୋଗୀ ସେବା ରେ ନିୟୋଜିତ ହେବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଆମ୍ବୁଲାନ୍ସ ରଖି ପ୍ରତିବାଦ କରିଥିବା ଜଣାପଡିଛି |ଗତ କମ୍ପାନୀ ଚିକିତ୍ସା ହେଲଥ କେୟାର ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ନିର୍ଦ୍ଧାରିତ ଡ଼ିଉଟି ପ୍ରଦାନ କରିବା ସହ କାମ ନଥିବା ସମୟରେ ରହିବା ପାଇଁ ବିଶ୍ରାମ କକ୍ଷ ଓ ଅନୁସଙ୍ଗିକ ସୁବିଧା ଯୋଗାଉଥିବା ବେଳେ ବର୍ତମାନ ର ଇ ଏମ ଆଇ କମ୍ପାନୀ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ 12 ରୁ 16 ଘଣ୍ଟା ରୋଗୀ ସେବା ପାଇଁ ବାଧ୍ୟ କରିବା ସହ ମାନସିକ ଚାପ ଦେଉଛି ଓ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ପାଇଁ କୌଣସି ବିଶ୍ରାମ କକ୍ଷ ନ ଦେବା ଫଳରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ସ୍ନାନ ଶୌଚ ଆଦି କର୍ମ ସାରିବା ପାଇଁ ବାହାରକୁ ଯିବା କୁ ପଡ଼ୁଛି |ଏପରିକି ଆଶ୍ରୟ ବିନା ରାସ୍ତା ରେ ଗାଡି ଭିତରେ ବିଶ୍ରାମ ନେବାକୁ ପଡ଼ୁଛି ଯା ଫଳରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ରୋଗୀ ମାନଙ୍କ ସେବା କରୁ କରୁ ନିଜେ ରୋଗୀ ହୋଇ ପଡୁଛନ୍ତି |ଏପରିକି ଆମ୍ବୁଲାନ୍ସ କର୍ମଚାରୀ ମାନେ ବହୁ ଦୂର ଦୁରାନ୍ତ ରୁ ଆସୁଥିବା ଯୋଗୁଁ ସେମାନେ ଦୈନନ୍ଦୀନ ନିତ୍ୟକର୍ମ ସାରିବା ରେ ଅସୁବିଧା ଉପୁଜୁଛି |ଏଣେ ସ୍ୱଳ୍ପ ବେତନ ଯୋଗୁଁ ସେମାନେ ଘର ଭଡା ଦେବା ପାଇଁ ସମର୍ଥ ପାଉନି |ସେହିପରି ବିଶ୍ରାମ କକ୍ଷ ଦେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରୁଛନ୍ତି |ତୁରନ୍ତ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଆବଶ୍ୟକ ବିଶ୍ରାମ କକ୍ଷ ଯୋଗାଇ ଦେବା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ସୂର୍ଯ୍ୟ ନାରାୟଣ ଗୌଡ଼, ସାଗର ମହାପାତ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ କମ୍ପାନୀ ର ଦୃଷ୍ଟି ଆକର୍ଷଣ କରିଛନ୍ତି |
BACK TO TOP