Breaking News
Breaking News
14-Nov-2024
ତାର ବୋଝେଇ ଟ୍ରକ୍ଦୁର୍ଘଟଣା ଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ,
ଓଡିଶା ଜନମତ ବ୍ୟୁରୋ,
ବାଲିଗୁଡା,୧୪/୧୧: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ ରାତିରେ ଏକ ୧୬ ଚକିଆଟ୍ରକ୍ନଂ.ଏପି- ୩୯ -ଟିକ୍ୟୁ ୭୫୭୫ରେଜିଆଇ ତାର ବୋଝେଇହୋଇବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇଦୁର୍ଘଟଣାଗ୍ରସ୍ତହୋଇଛି। ଘଟଣା ସ୍ଥଳରେ ଘୁ.ଉଦୟଗିରି ଅଗ୍ନିଶମ ବାହିନୀ, ପୋଲିସ ଓ କଳିଙ୍ଗାର କିଛି ଯୁବକ ପହଞ୍ଚି ବହୁ କଷ୍ଟରେ ଗ୍ୟାସ୍ କଟର ମେଶିନ ସାହାଯ୍ୟରେ କିଛି ଅଂଶ କାଟି ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ଚିକିତ୍ସାଳୟକୁ ନେଇ ଯାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ, ଦୀର୍ଘ ମାସ ହେଲାଣି କଳିଙ୍ଗା ଘାଟିରେ ୧୦ଟି ସୋଲାର ଲାଇଟ୍ ଅଚଳ ହୋଇପଡ଼ିଛି। କିନ୍ତୁ ପ୍ରଶାସନ ନୀରବ ଦ୍ରଷ୍ଟା। ଉକ୍ତ ନିର୍ଦ୍ଦିଷ୍ଟ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ସଡ଼କ କର୍ତ୍ତୃପକ୍ଷ ନୀରବ ରହିବାନେଇସାଧା ରଣରେ ଆଲୋଚନା ହେଉଛି। ଏତେ ବଡ଼ ଦୁର୍ଘଟଣା ହୋଇ ଛି କିନ୍ତୁ କେହି ମୃତାହତ ହୋଇ ନଥିବାବିଷୟ ଉଦ୍ଧାର କାରୀ ଦଳ ସୂଚନା ଦେଇଛନ୍ତି ।
BACK TO TOP