Breaking News
Breaking News
14-Nov-2024
ସୁସ୍ଥ ଗ୍ରାମ ପଂଚାୟତ ଗଠନ ଶୀର୍ଷକ ଏକ ଦିବସୀୟ ପ୍ରଶିକ୍ଷଣ |
************************
ଓଡିଶା ଜନମତ ବ୍ୟୁରୋ
ଖଲ୍ଲିକୋଟ ; 14/11 ଗ୍ରାମାଞ୍ଚଳ ଦ୍ୱାର ଦେଶ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଖଲ୍ଲିକୋଟ ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ତରଫରୁ ଆଶା କର୍ମୀ ୱାର୍ଡ ସଭ୍ୟ ଓ ସରପଞ୍ଚ ମାନଙ୍କୁ ନେଇ ସୁସ୍ଥ ପଂଚାୟତ ଗଠନ ଶୀର୍ଷକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ଲକ ର ସଭା ଗୃହ ରେ ଅନୁଷ୍ଠିତ ହୋଇ ଯାଇଛି |ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଙ୍କ ଅଧକ୍ଷତା ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ଓ ଖଲ୍ଲିକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦ୍ୟସମାନ ପଣ୍ଡା, ବ୍ଲକ କଲ୍ୟାଣ ଅଧିକାରୀ କେ ନାଗେଶ କୁମାର ରାଓ, ଗ୍ରାମ ପଂଚାୟତ ଅଧିକାରୀ ପବନ କୁମାର ବେହେରା ପ୍ରମୁଖ ଅଧିକାରୀ ମାନେ ଆଶା, ୱାର୍ଡ ସଭ୍ୟ ଓ ସରପଞ୍ଚ ମାନଙୁ ପ୍ରଶିକ୍ଷଣ ଦେଇ ସ୍ୱାସ୍ଥ୍ୟ ରକ୍ଷା ଵିଧି ସାଙ୍ଗକୁ ଯକ୍ଷ୍ମା, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ସମ୍ପର୍କରେ ସଚେତନେତା ସୃଷ୍ଟି କରିବା ସହ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କଲେ ହଇଜା ଓ ପେଟ ଜନିତ ବେମାର ଉପରେ ୱାର୍ଡ ସଭ୍ୟ ମାନେ ପ୍ରତି ସମୟରେ ସରପଞ୍ଚ ଓ ଆଶା କର୍ମୀଙ୍କ ଦୃଷ୍ଟି କୁ ନେବା ପାଇଁ ପରାମର୍ଶ ଦେଇଥିଲେ |ସର୍ବୋପରି କୁପୋଷଣ ଯୋଗୁଁ ମହିଳା ମାନେ ରକ୍ତ ହୀନତା ରୁ ମୁକ୍ତି ପାଇଁ ଆଶା କର୍ମୀ ମାନେ ଧ୍ୟାନ ନେବା ସହ ପ୍ରସୂତି ଓ ଗର୍ଭବତୀ ମହିଳା ସମେତ ଗ୍ରାମାଞ୍ଚଳ ରେ କୌଣସି ରୋଗ ବୃଦ୍ଧି ପାଇଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜଣାଇବା ଯେପରି ସଂକ୍ର|ମକ ରୋଗ ରେ କେହି ମୃତ୍ଯୁ ବରଣ ନ କରନ୍ତି ଆବଶ୍ୟକ ଧ୍ୟାନ ରଖିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା |
BACK TO TOP