Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ପୁରୀରରେ ହେବ ବିଶ୍ୱ ସ୍ତରୀୟ ବସ ଟର ମିନାଲ, ସ୍ଥାନ ଖୋଜା ଚାଲିଛି ||

01-Sep-2026

ସ୍ଥାନାନ୍ତର ହେବ ପୁରୀ ପୌର ବସଷ୍ଟାଣ୍ଡ ! ୧୦-୧୨ ଏକର ଜମିରେ ହେବ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ  |

ଓଡିଶା ଜନ ମତ ବ୍ୟୁରୋ,

ପୁରୀର ପୁରୁଣା ବସଷ୍ଟାଣ୍ଡ ଆଉ ସମ୍ଭାଳିପାରୁନି ବଢୁଥିବା ଭିଡ଼। ବସ୍‌ ସଂଖ୍ୟା ବଢିଛି, ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିଛି । ହେଲେ ଦୀର୍ଘ ବର୍ଷ ତଳେ ଯେଉଁ କ୍ଷେତ୍ରଫଳରେ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା, ସେହି ସ୍ଥାନ ଏବେ ଆଉ ଯଥେଷ୍ଟ ହେଉନାହିଁ।
ପୁରୀରେ ବଦଳିବ ବସଷ୍ଟାଣ୍ଡର ଠିକଣା । ବଢୁଥିବା ବସ୍ ଓ ପର୍ଯ୍ୟଟକଙ୍କ ଭିଡ଼ ସମ୍ଭାଳି ନପାରିବାରୁ ନୂଆ ଜାଗା ଖୋଜୁଛି ପ୍ରଶାସନ । ବରମୁଣ୍ଡା ଓ ନେତାଜୀ ବସ୍ ଟର୍ମିନାଲ ଭଳି ପୁରୀରେ ମଧ୍ୟ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ । ଏଥିପାଇଁ ଚାଲିଛି ଜମି ଖୋଜା । ଆଗାମୀ ଶହେ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟର୍ମିନାଲ ତିଆରି ହେବ | 
ତେଣୁ ଏବେ ନୂଆ ବସଷ୍ଟାଣ୍ଡ ପାଇଁ ଚାଲିଛି ଜାଗା ଖୋଜା । ୧୯୮୭ ମସିହାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ମାତ୍ର ୩ ଏକର ଜମିରେ ନିର୍ମାଣ ହୋଇଥିଲା ପୁରୀ ପୌର ବସଷ୍ଟାଣ୍ଡ। ସେତେବେଳେ ମାତ୍ର ୫୦ଟି ବସ୍ ଚଳାଚଳ କରୁଥିଲା। ହେଲେ ଏବେ ବସ୍ ସଂଖ୍ୟା ପ୍ରାୟ ୧୦ ଗୁଣ ବଢିଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବହୁଗୁଣିତ ହୋଇଛି ।
ସ୍ଥାନାଭାବରୁ ବସ୍ ପାର୍କିଂ ନେଇ ସମସ୍ୟା ହେଉଛି । ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଗୁରୁତର ହେଉଛି। ଏହାର ପ୍ରଭାବ ପଡୁଛି ଯାତ୍ରୀ ସେବା ଉପରେ । ଏଥିପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ଘନଘନ ବୈଠକ। ଆଞ୍ଚଳିକ ପରିବହନ ଅଧିକାରୀ ଓ ଘରୋଇ ବସ୍ ମାଲିକ ସଂଘ ମିଳିତ ଭାବେ ସମ୍ଭାବ୍ୟ ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି । ନୂଆ ବସ୍ ଟର୍ମିନାଲ ପାଇଁ ୧୦ରୁ ୧୨ ଏକର ଜମି ଆବଶ୍ୟକ ଥିବାବେଳେ ଏଠାରେ ଏକକାଳୀନ ପ୍ରାୟ ୩୦୦ ବସ୍ ପାର୍କିଂ କରିବାର ବ୍ୟବସ୍ଥା ରହିବ । ବିବାଦମୁକ୍ତ, ଜବରଦଖଲମୁକ୍ତ ଓ ଯୋଗାଯୋଗ ଦୃଷ୍ଟିରୁ ସୁବିଧାଜନକ ଜମିକୁ ପ୍ରାଥମିକତା ଦିଆଯାଉଛି ।
ଏପଟେ କୁମ୍ଭାରପଡ଼ା ଥାନା ପଛପଟେ ମୂଷାନଦୀ ନିକଟ ସମଙ୍ଗ ମୌଜାରେ ଥିବା ୩୩ ଏକର ଜମିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅବଢ଼ା ଯୋଜନାରେ ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ଏହି ଜମିକୁ ସମତଳ କରାଯାଇଥିବା କୁହାଯାଉଛି । ପୁରୀ-ଭୁବନେଶ୍ୱର ୭୦ ଫୁଟ୍‌ ରାସ୍ତା ସହ ଏହି ଅଞ୍ଚଳକୁ ମଙ୍ଗଳାଘାଟ ଦେଇ ବାଇପାସ୍‌ ସହ ଯୋଡ଼ିଲେ ଟ୍ରାଫିକ ସମସ୍ୟା ଅନେକାଂଶରେ କମିପାରିବ ବୋଲି ବସ୍ ମାଲିକ ସଂଘ କହିଛି ।
ରଥଯାତ୍ରା ସମୟରେ ତାଳବଣିଆରେ ବସ୍ ପାର୍କିଂ ପାଇଁ ହେଉଥିବା ବିପୁଳ ଖର୍ଚ୍ଚ ମଧ୍ୟ କମିପାରିବ ବୋଲି ମତ ପ୍ରକାଶ ପାଇଛି । ତେବେ ଏଯାଏଁ କୌଣସି ଜମି ଚୂଡ଼ାନ୍ତ ହୋଇନଥିବା ବେଳେ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ନୂଆ ବସ୍ ଟର୍ମିନାଲ ନିର୍ମାଣ ହେଲେ ପୁରୁଣା ବସଷ୍ଟାଣ୍ଡକୁ ଟୁରିଷ୍ଟ ଓ ଟାଉନ୍ ବସ୍‌ଷ୍ଟାଣ୍ଡ ଭାବେ ବ୍ୟବହାର କରାଯିବ । ତେବେ ଆଗାମୀ ଶହେ ବର୍ଷର ଆବଶ୍ୟକତା ପୂରଣ କରିବା ଭଳି ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ କେବେ ନିର୍ମାଣ ହେବ, ଏବେ ତାହାକୁ ହିଁ ଅପେକ୍ଷା

News Comment

You Might Also Like

BACK TO TOP