Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |

26-Oct-2026

ମହୁଲପାଲିରୁ ବୁକୁରାମୁଣ୍ଡା ଯାଏଁ ବିଜେଡିର ଜନସମ୍ପର୍କ ପଦଯାତ୍ରା |

ଓଡିଶା ଜନମତ ବରଗଡ଼ - ମନୋହର ଦାଶ :----

ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ, ଦଳୀୟ ସଂଗଠନକୁ ମଜଭୁତ କରିବା ଏବଂ ଲୋକଙ୍କ ସମସ୍ୟାକୁ ନିକଟରୁ ଜାଣିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ପାଇକମାଳ ବ୍ଳକ ମହୁଲପାଲିଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବୁକୁରାମୁଣ୍ଡା ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଦଳୀୟ ନେତା, ମହିଳା ନେତ୍ରୀ ଓ ବହୁ କର୍ମୀ ସାମିଲ ହୋଇ ଜନସାଧାରଣଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ହୃଦାନନ୍ଦ ବାରିକ ସଭାପତିତ୍ୱ କରିଥିବାବେଳେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ଜିଲ୍ଲା ବିଜେଡି ମହିଳା ସଭାପତି କଳ୍ପନା ମାଝୀ, ଜିଲ୍ଲା ବିଜେଡି ଉପସଭାପତି ରଜନୀ ସାହୁ ଓ ଟାଇଲ ଚନ୍ଦ୍ର ଭୋଇ, ବ୍ଲକ ବିଜେଡି ସଭାପତି ବିଜୟ ସ୍ୱାଇଁ, ବ୍ଳକ ବିଜୁ ଜନତା ଦଳ କୋଷାଧ୍ୟକ୍ଷ ଗୁଲାମ ରସୁଲ ରଙ୍ଗରେଜ୍ ଏବଂ ବ୍ଲକ ବିଜେଡି ସଭାନେତ୍ରୀ ବନିତା ମହାନନ୍ଦ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ବିଧାୟିକା ବର୍ଷା ସିଂ ବରିହା ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ଲୋକଙ୍କ ସମସ୍ୟା ଓ ଅଭାବ ଅସୁବିଧାକୁ ନିକଟରୁ ବୁଝିବା ସହ ତାହାର ସମାଧାନ ଦିଗରେ ଉଦ୍ୟମ କରିବା ଦଳୀୟ କର୍ମୀଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।ପଦଯାତ୍ରା ସମୟରେ ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ଗ୍ରାମରେ ଲୋକଙ୍କ ସହ ଆଲୋଚନା କରି ଅଞ୍ଚଳର ସମସ୍ୟା, ମୌଳିକ ସୁବିଧା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମତାମତ ନେଇଥିଲେ। ଗ୍ରାମାଞ୍ଚଳରେ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଜେଡିର ନୀତି, ଆଦର୍ଶ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ।ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା, ସେମାନଙ୍କ ଅଭିଯୋଗ ଶୁଣିବା ଏବଂ ଆଶା ଓ ଆକାଂକ୍ଷାକୁ ଗୁରୁତ୍ୱ ଦେବା ଦଳର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଏହି ପଦଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଜନସମ୍ପର୍କ ପଦଯାତ୍ରା କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବରଂ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ବୁଝିବାର ଏକ ମାଧ୍ୟମ ବୋଲି ଦଳୀୟ ନେତା ଓ କର୍ମୀମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ଳକ ବିଜୁ ଯୁବ ଜନତା ସଭାପତି ଗୌତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP