Breaking
News
Breaking
News
23-Oct-2026
ବଡ ଖଇରିଖମା ପଞ୍ଚାୟତରେ ବିଜେପିର ଜନସମ୍ପର୍କ ପଦଯାତ୍ରା l
ଓଡିଶା ଜନମତ, ବେଗୁନିଆପଡା ,
ଭଞ୍ଜ କିଶୋର ମହାରଣା :------
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରିଖମା ପଞ୍ଚାୟତରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଗୁରୁବାର ଦିନ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି l ଆଜି ସକାଳୁ ବିଜେପି କର୍ମୀଙ୍କ ଗହଣରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ବଡ ଖଇରିଖମା ପଞ୍ଚାୟତର ବଡ ଖଇରିଖମା, ଶ୍ରଦ୍ଧାପୁର, ଥୁଆମୂଳ, ଗୁଞ୍ଜବଳା, କେ ନୁଆଁପଲ୍ଲୀ, ପାଇକପଡା, ହରିପୁର, ଦ୍ୱାରଶୁଣି ଆଦି ଗ୍ରାମ ପରିଭ୍ରମଣ କରି ଜନସାଧାରଣଙ୍କ ସୁଖଦୁଃଖରେ ସହାଭାଗୀ ହୋଇ ଆଲୋଚନା କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ନାୟକ ଅନୁଷ୍ଠିତ ଏକ ସଭାକୁ ସମ୍ବୋଧିତ କରି ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ବିଜେପି କର୍ମୀମାନଙୁ ଆହ୍ୱାନ କରିବା ସହ ଥୁଆମୂଳ ଠାରେ ନିର୍ମିତ ଏକ ଫେବର ରାସ୍ତାର ଲୋକାର୍ପଣ କରିଥିଲେ l ବିଧାୟକ ଶ୍ରୀ ନାୟକଙ୍କ ସହ ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା, ବୁରୁଝରୀ ସରପଞ୍ଚ ବିନୋଦ କୁମାର ଜେନା, ଯୁବ ସଂଗଠକ ସତୀଶ ରଞ୍ଜନ ତାରିଣୀ, ସାମ୍ବାଦିକ ତଥା ସମାଜସେବୀ ପବିତ୍ର କୁମାର ରାଉତ,ଶରତ ଚନ୍ଦ୍ର ପାଣ୍ଡି ସମେତ ବହୁସଂଖ୍ୟାରେ ବିଜେପି କର୍ମୀ ଜନସମ୍ପର୍କ ପଦଯାତ୍ରାରେ ସାମିଲ ଥିଲେ l
BACK TO TOP