Breaking
News
Breaking
News
15-Oct-2026
ବେଗୁନିଆପଡ଼ା ମଣ୍ଡଳ ବିଜେପି ପକ୍ଷରୁ ରକ୍ତଦାନ ଶିବିର
ସଂଗୃହୀତ ହେଲା 37 ୟୁନିଟ୍ ରକ୍ତ
ଓଡିଶା ଜନମତ, ବେଗୁନିଆପଡା :15/10/26 :
ଭଞ୍ଜ କିଶୋର ମହାରଣା l
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ଜନସେବା ଓ ସୁଶାସନ ପକ୍ଷ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି (ବିଜେପି) ବେଗୁନିଆପଡ଼ା ମଣ୍ଡଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବୁଧବାର ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଶିବିରରେ ମୋଟ 37 ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।ଶିବିରକୁ ବେଗୁନିଆପଡ଼ା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ ଓ ବିଜେପିର ପୂର୍ବତନ ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ମିସ୍ତ୍ରୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ରକ୍ତଦାନ ଏକ ମହତ୍ କାର୍ଯ୍ୟ ହୋଇଥିବାବେଳେ ଏହା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ। ଏହି ଉଦ୍ଦେଶ୍ୟକୁ ନେଇ ଶିବିରରେ ରକ୍ତଦାତାମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗଦେଇ ରକ୍ତଦାନ କରିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ଆଲୋକ ଶତପଥି, ବରିଷ୍ଠ ନେତା ଅଶୋକ ତାରିଣୀ, ମଣ୍ଡଳ ପ୍ରତିନିଧି ସୀମାଞ୍ଚଳ ମହାନ୍ତି, ସରପଞ୍ଚ ପ୍ରତିନିଧି ଭଗବାନ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ରମେଶ ପଲାଇ ଓ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ସମେତ ବିଭିନ୍ନ ପଞ୍ଚାୟତର ପ୍ରମୁଖ ଏବଂ ବୁଥ୍ ସଭାପତିମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବ୍ରହ୍ମପୁର ଏମ୍କେସିଜି ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଶ୍ରୀନିଧିଙ୍କ ସମେତ କାଳୁ ସେଠୀ, ଦେବରାଜ ଭୋଇ, ଦେବାଶିଷ ପଣ୍ଡା, ରାମହରି ପଣ୍ଡା ଓ ବସନ୍ତ ବେହେରା ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଜନସେବା ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
BACK TO TOP