Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ

15-Oct-2026

ପୂଜାରିଗୁଡ଼ାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬

ଓଡିଶା ଜନମତ ରାୟଗଡ଼ା, ୧୪/୧୦,

 କାମେଶ୍ୱର କରକରିଆ:-----

 ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପୂଜାରୀଗୁଡା ସରକାରୀ  ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଉଦ୍ଦୀପନା ଓ ବିଭିନ୍ନ ବିଦ୍ୟାଳୟ  ଆଦିବାସୀ ନୃତ୍ୟ ର ସହିତ ବ୍ଲକସ୍ତରୀୟ  ସୁରଭି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ଆୟୋଜକ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ କରିଥିଲା।  ମୁଖ୍ୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ  ଚନ୍ଦନ ଦାସ ଗମାଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଶିକରପାଇ  ସରକାରୀ ଉଚ୍ଚ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି  ରହିଥିବା ବେଳେ ପୂଜାରୀଗୁଡା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନାଗଭୂଷଣ ରାଓ, ବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ ସୁରେନ୍ଦ୍ର ହିକକା, କଲ୍ୟାଣସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ପ୍ରଦୀପ କୁମାର ଦଳେଇ,ସମ୍ମାନିତ ଅତିଥି ଭାବେ  ମଞ୍ଚାସିନ ରହିଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର ଓ ଆତ୍ମବିଶ୍ୱାସ ବୃଦ୍ଧିରେ ‘ସୁରଭି’ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। 
ବ୍ଲକର୧୩ଟିକ୍ଲୋଷ୍ଟର  ପ୍ରଥମସ୍ଥାନଅଧିକାରୀ  କରିଥିବା  ମୋଟ  ୫୦୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଏହି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସୁରଭି–୨୦୨୬ ଅବସରରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଆଦି ବିଭିନ୍ନ ବିଷୟରେ ମୋଟ ୧୬ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନରେ କାର୍ଯ୍ୟକ୍ରମ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଏହି ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ଶିଶିର କୁମାର ରାଉତ ଓ ଅନିରୁଦ୍ଧ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।୧୩ଟି କ୍ଲଷ୍ଟରର  ଆଞ୍ଚଳିକ ସାଧାନ ସଂଯୋଜକ ଅନିରୁଦ୍ଧ ସାମନ୍ତରା, ଲକ୍ଷ୍ମଣ କଣ୍ଡାଗରୀ,ମଧୁସୂଦନ ସେନାପତି, ଭାସ୍କର ଚନ୍ଦ୍ର କାଡ୍ରାକା , ନୟନ ଦାସ, ରାଜେନ୍ଦ୍ର କୌଶଲ୍ୟା, ଗୁଲସନ ବଚ୍ଛା,ସୁରେଶ ହିମିରିକା,ଶରତ କରକରିଆ, ଉମାଶଙ୍କର ବେହେରା, ବନମାଳୀ ଶବର,ଦିଲ୍ଲୀପ ପ୍ରଧାନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ବ୍ଲକସ୍ତରୀୟ ସୁରଭି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭିରେ ଭାଗ ନେବେ ବୋଲି  ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସେଠି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ବିଷମକଟକ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଓ ଶିକ୍ଷକ ଜଗନ୍ନାଥ ମେହେର ଓ ଅଭିମନ୍ୟୁ ସେଠି ଙ୍କୁ ସଂମ୍ମାନିତ କରାଯାଇଛି। ଏବଂଉଦଯାପନୀ ଉତ୍ସବ ରେ ଅତିଥି ଭାବେ  ମଞ୍ଚାସିନ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

News Comment

You Might Also Like

BACK TO TOP