Breaking
News
Breaking
News
13-Oct-2026
ସିକରପାଇରେ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
୨୪ ବର୍ଷର ପରମ୍ପରା ବଜାୟ ରଖିବାକୁ ପ୍ରସ୍ତୁତି, ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିନା ବଜାର
ଓଡିଶା ଜନମତ ରାୟଗଡ଼ା, ୧୩/୧୦,
କାମେଶ୍ୱର କରକରିଆ :- ---
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ସହ ପୂଜାର ଶୁଭାରମ୍ଭ ହୋଇଛି। ଦୀର୍ଘ ୨୪ ବର୍ଷ ଧରି ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ଆଗେଇ ନେବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ଅବସରରେ ଗ୍ରାମଦେବୀଙ୍କ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବିଧିବିଧାନ ଅନୁସାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ପୂଜକ ସନ୍ତୋଷ ଦାସ ଓ ରାଜେଶ ଦାସ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ମା’ ଗଜଲକ୍ଷ୍ମୀଙ୍କ ଆରାଧନା ଦ୍ୱାରା ଅଞ୍ଚଳରେ କୃଷି ଓ ବାଣିଜ୍ୟର ଉନ୍ନତି ସହ ଶାନ୍ତି ଓ ସମୃଦ୍ଧି ବଜାୟ ରହୁଥିବା ନେଇ ସେମାନେ ମତ ପ୍ରକାଶ କରିଥିଲେ। ଚଳିତ ବର୍ଷ ମା’ଙ୍କ ପୂଜାରେ କର୍ତ୍ତା ଭାବେ ରାଜୀବ କୁମାର ନାୟକ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମିନା ବଜାରର ଆୟୋଜନ କରାଯିବ। ଦୀର୍ଘ ୨୪ ବର୍ଷର ଏହି ଧାର୍ମିକ ପରମ୍ପରାକୁ ବଜାୟ ରଖି ଗ୍ରାମବାସୀଙ୍କ ସହଯୋଗରେ ଚଳିତ ବର୍ଷର ପୂଜାକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ଉଦ୍ୟମ ଜାରି ରହିଛି। ଏନେଇ ପୂଜା କମିଟିର ସଭାପତି ରାଜୀବ ନାୟକ ସୂଚନା ଦେଇଛନ୍ତି।
BACK TO TOP