Breaking
News
Breaking
News
23-Nov-2026
ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାରରେ ଦେବଗିରି ପୀଠରେ ଭକ୍ତଙ୍କ ଭିଡ଼ |
ଓଡିଶା ଜନମତ ରାୟଗଡା,୨୩/୧୧,
କାମେଶ୍ୱର କରକରିଆ:-------
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଦେବଗିରି ପୀଠରେ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଦିନ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଜିଲା ଓ ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ମାନଙ୍କରୁ ଏହା ହେଉଛି ଅନ୍ୟତମ ଶୈବପୀଠ ।ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ତଥା ରାଜ୍ୟ ର ଅନେକ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ କଳାହାଣ୍ଡିଓ ବିଭିନ୍ନ ଜିଲା ଆନ୍ଦ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ଦେବଗିରି ସ୍ୱଟିକ ପଞ୍ଚମୁଖେଶ୍ୱର ମହାଦେବ ଙ୍କ ଦର୍ଶନକରିବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ମହାଦେବଙ୍କ ଉପାସନା ନିମନ୍ତେ ପାହାଡ଼ ଉପରେ ଓ ତଳ ଭାଗରେ ଭୋଜି ଭାତ କରି ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି ।
ଭକ୍ତ ମାନେ ପାହାଡ଼ର୫୫୪ଟି ପାହାଚ ଅତିକ୍ରମ କରି ପଞ୍ଚ ମୁଖେଶ୍ୱର ସ୍ୱଟିକ ଲିଙ୍ଗ ଦର୍ଶନ କରିଥାନ୍ତ । ପାହାଡ ଚଢିବା ବେଳେ ବିଶ୍ରାମ ନେବା ପାଇଁ ସେଡ କରାଯାଇଛି।ପାହାଡ଼ ଉପରେ ଛୋଟ ବଡ଼ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି ।ଏଥି ମଧ୍ୟରୁ ବହୁ ପୁରାତନ କାଳରୁ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଧୋବା ଧୋବୁଣି ଓ ଗଙ୍ଗା ଯମୁନା, ନର୍ମଦା ଓ ସରସ୍ୱତୀ ନାମକ କୁଣ୍ଡ ଅନ୍ୟତମ ଅଟେ ।ପୂର୍ବ ପୁରୁଷ କହିବା ଅନୁଯାୟୀ ଗଙ୍ଗା ଯମୁନା କୁଣ୍ଡରେ ସ୍ନାନ କଲେ ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ମନରେ ଗୋଟିଏ ବିଶ୍ୱାସ ଅଛି । କାର୍ତ୍ତିକ ମାସରେ ୫ଟି ସୋମବାର ହୋଇଥିବାରୁ ପ୍ରତ୍ୟେକ ସୋମବାର ଦିନ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସି ଥିବା ଦେଖିବାକୁ ମିଳିଥିଲା। ଶେଷ ସୋମବାର ରେ ବ୍ଲକରେ ଥିବା ନାରାୟଣପୁର, କରପା, ସୁନାଖଣ୍ଡି, ଶିକରପାଇ,ସେରିଗୁମ୍ମା, ପୋଲମା ଓ କଲ୍ୟାଣସିଂହପୁର ସଦରରେ ଥିବା ଶିଵ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି । ଏ ଅବସରରେ ଜଗନ୍ନାଥ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବା କୁ ମିଳୁଛି।
BACK TO TOP