Breaking News

ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||      ଅର୍ଣ୍ଣବ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଚାଷ ଜମିକୁ ଆଜି ବୁଲି ଦେଖିଲେ ||   (23-Nov-2026)       ||     

ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |

25-Nov-2026

ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ

ଓଡିଶା ଜନମତ ରାୟଗଡ଼, ୨୫/୧୧,

କାମେଶ୍ୱର କରକରିଆ: - ----

ଲିଙ୍ଗଭିତ୍ତିକ ହିଂସାର ସମସ୍ତ ରୂପକୁ ରୋକିବା ଏବଂ ମହିଳା ଓ କନ୍ୟାମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାୟଗଡ଼ ଜିଲ୍ଲାରେ “ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନ–୨୦୨୬”ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଛି। ଜିଲ୍ଲା ମହିଳା ସଶକ୍ତିକରଣ ହବ୍ ଓ ସାମାଜିକ କଲ୍ୟାଣ ବିଭାଗ, ରାୟଗଡ଼ ପକ୍ଷରୁ ୨୫ ନଭେମ୍ବର ୨୦୨୬ରେ ଜିଲ୍ଲାପାଳ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ସକାଳ ୧୦ଟାରୁ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ରାୟଗଡ଼ ଏହି ରାଲିର ଶୁଭାରମ୍ଭ କରିଥିଲେ। ରାଲି କଲେକ୍ଟରେଟ୍‌ରୁ ବାହାରି ହୋଟେଲ ସାଇରାମ ଓ ବ୍ୟାଙ୍କ କଲୋନୀ ଦେଇ ପୁନର୍ବାର କଲେକ୍ଟରେଟ୍‌ରେ ଶେଷ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, DHEW, DCPU, One Stop Centre, ଶକ୍ତି ସଦନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ।
ପରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଭାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମହିଳା, କନ୍ୟା ଓ କିଶୋରୀମାନଙ୍କ ଅଧିକାର, ସୁରକ୍ଷା ଏବଂ ଉପଲବ୍ଧ ସହାୟତା ବ୍ୟବସ୍ଥା ସମ୍ପର୍କରେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟ ଅଧିକାରୀମାନେ ମଧ୍ୟ ଲିଙ୍ଗଭିତ୍ତିକ ହିଂସା ରୋକିବାରେ ସମସ୍ତଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ମହିଳା ହେଲ୍ପଲାଇନ୍ ୧୮୧, ଜରୁରୀକାଳୀନ ସହାୟତା ୧୧୨, ସାଇବର ଆର୍ଥିକ ଠକେଇ ହେଲ୍ପଲାଇନ୍ ୧୯୩୦, ଶିଶୁ ହେଲ୍ପଲାଇନ୍ ୧୦୯୮ ଓ ଆଇନଗତ ସହାୟତା ହେଲ୍ପଲାଇନ୍ ୧୫୧୦୦ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀ ଲିଙ୍ଗଭିତ୍ତିକ ହିଂସାର ନିରାକରଣ, ମହିଳା ଓ କନ୍ୟାମାନଙ୍କ ମର୍ଯ୍ୟାଦା, ସମାନତା, ସୁରକ୍ଷା ଓ ଅଧିକାର ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ଅଭିଯାନ ଅବଧିରେ ଆଙ୍ଗନୱାଡି କେନ୍ଦ୍ର, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ ଓ ସମୁଦାୟସ୍ତରରେ ସଚେତନତା ସଭା, ରାଲି, ପୋଷ୍ଟର ଅଭିଯାନ ଓ ଅନ୍ୟାନ୍ୟ IEC କାର୍ଯ୍ୟକଳାପ ଆୟୋଜନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ୨୭ ନଭେମ୍ବର ୨୦୨୬ରେ ଲିଙ୍ଗଭିତ୍ତିକ ହିଂସାମୁକ୍ତ ପଞ୍ଚାୟତ ଗଠନ ଉଦ୍ଦେଶ୍ୟରେ ବିଶେଷ ଗ୍ରାମସଭା ଆୟୋଜନ କରିବାକୁ ସମସ୍ତ BDOଙ୍କୁ ଅନୁରୋଧ କରାଯାଇଛି।
ମହିଳା ଓ କନ୍ୟାମାନଙ୍କ ପାଇଁ ହିଂସାମୁକ୍ତ, ସୁରକ୍ଷିତ ଓ ସମାନତାଭିତ୍ତିକ ସମାଜ ଗଠନ ଦିଗରେ ସମସ୍ତ ବିଭାଗ, ସଂସ୍ଥା ଓ ସମୁଦାୟର ସମୂହୀୟ ପ୍ରୟାସ ଜାରି ରଖିବାକୁ ଆହ୍ୱାନ କରାଯାଇଛି।

News Comment

You Might Also Like

BACK TO TOP