Breaking
News
Breaking
News
24-Nov-2026
ପୋଖରୀରେଗାଧୋଉ ବାକୁ ଯାଇ ଗୋଡ଼ ଖସି ଯିବାରୁ ଯୁବକ ମୃତ |
ଓଡିଶା ଜନ ମତ , ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ :---
ବାଘଳା ପଞ୍ଚାୟତ ଗୋପୀନାଥ ପୁରଗ୍ରାମର ଅରୁଣ ମଣ୍ଡଳ ବୟସ (24) ପିତା --ନାଲୁ ମଣ୍ଡଳ ଦିନ ମଜୁରିଆ ଭାବେ ଆଙ୍ଗୁଗ୍ରାମକୁ ଦୈନିକ କାମ କରି ବାକୁ ଯାଉଥିଲେ | ତେବେ ବିଧିର ବିଧାନ ଅଲଗା ଥିଲା | କିଏଜାଣିଥିଲା ମୃତ୍ୟୁ ତାଙ୍କୁ ଜଗି ବସିଛି | ସବୁଦିନ ପାରି ସେହିଦିନ ମଧ୍ୟ କାମ ସାରି ପାଖରେ ଥିବା ପୋଖରୀ କୁ ଗାଧୋଇବାକୁ ଯାଇ ଶିଉଳି ପାହାଚରେ ଗୋଡ଼ ଖସିଯିବାରୁ ପାଣିଭିତରେ ପଡି ପାଣି ପିଇ ଦେଇଥିଲେ | ସେଠାରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି 108 କୁ ଫୋନକରି ଥିଲେ |108 ଆସିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଛତ୍ରପୁର ମେଡିକାଲ କୁ ନେଇ ଥିଲେ | ତେବେ ଡକ୍ଟର ତାଙ୍କୁ ପରୀକ୍ଷା କରି ସେ ମୃତ ବୋଲି କହିଥିଲେ | ଏହି ଘଟଣା ଶୁଣିଲା ପରେ ଗାଁରେ ଶୋକର ଛାୟା ଖେଳାଇ ଯାଇଛି | ଅରୁଣଭଳି ଗୋଟେ ଭଲ ପିଲା ଆଜି ପ୍ରାଣ ହରାଇ ଥିବାରୁ ଦୁଃଖରେ ପିତା, ମାତା ମ୍ରିୟମାଣ ହୋଇ ପଡିଛନ୍ତି |
BACK TO TOP