Breaking
News
Breaking
News
25-Nov-2026
ପୁଜାରୀବମ୍ବୁ ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ; ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ପ୍ରଶାସନର ପଦକ୍ଷେପ
ଓଡିଶା ଜନମତ ରାୟଗଡ଼, ୨୫/୧୧,
କାମେଶ୍ୱର କରକରିଆ: -----
ରାୟଗଡ଼ ବ୍ଲକ ଅନ୍ତର୍ଗତ ବାଇସିଂ ଗ୍ରାମ ପଞ୍ଚାୟତର ପୁଜାରୀବମ୍ବୁ ଗ୍ରାମରେ ସଡ଼କ ସଂଯୋଗ ସୁବିଧା ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଇଛି। ଗ୍ରାମବାସୀଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ପୂର୍ବରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ପୁଜାରୀବମ୍ବୁ ଗ୍ରାମକୁ ସଡ଼କ ସଂଯୋଗ ପାଇଁ ତିନୋଟି ସମ୍ଭାବ୍ୟ ମାର୍ଗ ଚିହ୍ନଟ କରାଯାଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦ୍ୱାରା ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହା ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବା ଅଧିକ ସହଜ ହେବାର ଆଶା ରହିଛି।
ଦୁର୍ଗମ ଅଞ୍ଚଳର ଗ୍ରାମଗୁଡ଼ିକୁ ସଡ଼କ ଯୋଗାଯୋଗ ମାଧ୍ୟମରେ ବିକାଶର ମୁଖ୍ୟସ୍ରୋତ ସହ ଯୋଡ଼ିବା ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ଦିଗରେ ରାୟଗଡ଼ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତା ଜାରି ରହିଛି।
BACK TO TOP