Breaking News

ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||      ଅର୍ଣ୍ଣବ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଚାଷ ଜମିକୁ ଆଜି ବୁଲି ଦେଖିଲେ ||   (23-Nov-2026)       ||     

ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |

28-Nov-2026

ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। 

ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ:----

ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ସାମ୍ବାଦିକତାର ଭୂମିକା ଓ ଏହାର ବିଭିନ୍ନ ଆହ୍ୱାନକୁ ନେଇ ନୂଆଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। `ପରିବେଶ ସାମ୍ବାଦିକତା ଏବଂ ଏହାର ଆହ୍ୱାନ` ଶୀର୍ଷକ ଏହି ସମ୍ମିଳନୀରେ ଦେଶର ବହୁ ବିଶିଷ୍ଟ ସାମ୍ବାଦିକ, ପରିବେଶବିତ୍, ଶିକ୍ଷାବିତ୍ ଓ ସମାଜସେବୀ ଯୋଗଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ନିଜସ୍ୱ ମତାମତ ଓ ଅନୁଭୂତି ବାଣ୍ଟିଥିଲେ। ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନ ସକାଳ ୧୧ଟାରେ ଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୋଇଥିଲା। ନେଚର କେୟାର ଇନିସିଏଟିଭ୍‌ର ଉପସଭାପତି ଅଖିଳେଶ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମନ୍ତରାୟ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଲ୍ୟାଣ୍ଡ କନ୍‌ଫ୍ଲିକ୍ଟ ୱାଚ୍ ଏବଂ ନଟ୍‌ଗ୍ରାଫ୍ ସୋସିଆଲ୍ ଡାଟା ଲ୍ୟାବ୍‌ର ପ୍ରତିଷ୍ଠାତା-ନିର୍ଦ୍ଦେଶକ କୁମାର ସମ୍ଭବ ଶ୍ରୀବାସ୍ତବ ପରିବେଶ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି, ଏହାର ସମସ୍ୟା ଓ ଆଗାମୀ ଦିନର ଆହ୍ୱାନ ଉପରେ ନିଜର ମତ ରଖିଥିଲେ। ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଭାରତର ପ୍ରଥମ କାର୍ବନ ଗାର୍ଡେନ ଓ ଇଣ୍ଡିଆନ୍ ଚେରି ବ୍ଲସମ୍ ଫେଷ୍ଟିଭାଲ୍‌ର ପ୍ରତିଷ୍ଠାତା ଡ. ଦୀନବନ୍ଧୁ ସାହୁ ପରିବେଶ ସନ୍ତୁଳନ ଓ ସବୁଜ ପରିବେଶ ଗଠନର ଆବଶ୍ୟକତା ଉପରେ ଅଭିଭାଷଣ ଦେଇଥିଲେ।ବିଶେଷ ଅତିଥି ଭାବେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପୋପଟ୍‌ରାଓ ବାଗୁଜୀ ପାୱାର ଏବଂ ଉମା ଶଙ୍କର ପାଣ୍ଡେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଓ ଗ୍ରାମୀଣ ପରିବେଶର ସୁରକ୍ଷା ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ। ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ବିଶେଷ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କୃଷକ ସମାଜ, ଜଙ୍ଗଲ ସମ୍ପଦ ଏବଂ ପରିବେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ପରିବେଶ ସୁରକ୍ଷା ଓ ଜନସଚେତନତା ସୃଷ୍ଟି କରିବାରେ ସାମ୍ବାଦିକମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ନିର୍ଭୀକ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଭାବେ ଲୋକଲୋଚନକୁ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବରଗଡ଼  ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମ୍ମିଳନୀର ଶେଷ ପର୍ଯ୍ୟାୟରେ ବରିଷ୍ଠ ସାମ୍ବାଦିକ ତଥା ସାଉଥ୍ ଏସିଆ କ୍ଲାଇମେଟ୍ ଚେଞ୍ଜ ଜର୍ଣ୍ଣାଲିଷ୍ଟ ଫୋରମ୍‌ର ଅଧ୍ୟକ୍ଷ ଆଶିଷ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ଜଳ ସଙ୍କଟ, ପ୍ରଦୂଷଣ ଓ ପରିବେଶ ଅସନ୍ତୁଳନ ଭଳି ଗମ୍ଭୀର ସମସ୍ୟା ଦିନକୁ ଦିନ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟୁଥିବା ବେଳେ ଏହାର ସଠିକ୍ ଚିତ୍ର ସମାଜ ସମ୍ମୁଖରେ ଉପସ୍ଥାପନ କରିବାରେ ପରିବେଶ ସାମ୍ବାଦିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱବହନ କରେ। ଏହି ଜାତୀୟ ସମ୍ମିଳନୀ ପରିବେଶ ସୁରକ୍ଷା ପାଇଁ ସାମ୍ବାଦିକତାର ଦାୟିତ୍ୱବୋଧ ଓ ସାମାଜିକ ସଚେତନତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ବିବେଚିତ ହୋଇଛି।

News Comment

You Might Also Like

BACK TO TOP