Breaking
News
Breaking
News
26-Nov-2026
ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡ଼ି ପ୍ରତିଯୋଗିତା ଶୁଭାରମ୍ଭ।
ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
ତା.୨୬-୧୧-୨୦୨୬:------
ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବର୍ତ୍ତିନୀ ଗ୍ରାମ ପଞ୍ଚାୟତର ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଛାବଛା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରୁ ଛାତ୍ରଛାତ୍ରୀଗଣ ଭାଗ ନେଇଛନ୍ତି। ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଭଗବାନ ତ୍ରିପାଠୀ, ସୁନାମଧନ୍ୟ ଶିକ୍ଷାବିତ୍ କାମ୍ଫ ବାଢ଼େଇ ଓ ବିଶିଷ୍ଟ କୃଷକ ନେତା ରଘୁନାଥ ପଣ୍ଡା ପ୍ରମୁଖ ଅତିଥିବୃନ୍ଦ ଶୁଭ ଉଦଘାଟନ କରିଥିଲେ। ଏଥିସହ ନିଜ ନିଜର ବକ୍ତବ୍ୟରେ କ୍ରୀଡ଼ା ସମ୍ପର୍କରେ ମାର୍ଗଦର୍ଶନ ଦେବା ସହିତ ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କ ସଫଳତା ଭବିଷ୍ୟ ଉଜ୍ଜ୍ୱଳ ଶୁଭକାମନା କରିଥିଲେ। ପ୍ରଥମ ମ୍ୟାଚ୍ କିସ୍ ଭୁବନେଶ୍ୱର ଓ ଆସ୍କା ଗଞ୍ଜାମ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରଥମ ଦିବସରେ ୫ ଗୋଟି କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜକ ଅନୁଷ୍ଠାନର ଅଧ୍ୟକ୍ଷ ସଚିନ୍ଦ୍ର କୁମାର ମିଶ୍ରଙ୍କ, ଗୌରହିତ୍ୟ ଏବଂ କ୍ରୀଡ଼ା ଶିକ୍ଷକ ରମେଶ ଚନ୍ଦ୍ର ଗୌଡଙ୍କ ଉପସ୍ଥିତିରେ ହେଉଥିବା ବେଳେ ଚୟନକର୍ତ୍ତା ଭାବେ କାଉନସିଲ ପାଇଁ ବୈବସୁତ ପ୍ରଧାନ ଓ ନାଇନା ବାବୁ ଦୋରା ନୀରିକ୍ଷକ ଭାବେ ଯୋଗଦେଇଛନ୍ତି। ଏବଂ ଜାତୀୟ ସ୍ତର ପାଇଁ ଚୟନକର୍ତ୍ତା ଭାବେ ଦିଲ୍ଲୀପ କୁମାର ନାୟକ, କାହ୍ନୁ ଚରଣ ସାହୁ, ଜି. ରାହୁଲ ପାତ୍ର ଏବଂ ଭାଗ୍ୟକାର ଭାବେ ମନୋଜ କୁମାର ସାହୁ (ଅଧ୍ୟାପକ), ରଂଜିତ କୁମାର ବିଷୋୟୀ ଏବଂ ସ୍କୋରର ଭାବେ ଯୁଗଳ କିଶୋର ସାହୁ, ସୁଶ୍ରୀ ସୋନିଆ ଓ ସୂର୍ଯ୍ୟନାରାୟଣ ମହାରଣା ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୨୮ ତାରିଖ ରବିବାର ଦିନ ସମାପ୍ତ ହେବ।
BACK TO TOP