Breaking News

ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||     

ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |

13-Oct-2026

ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର
ଓଡିଶା ଜନମତ ରାୟଗଡ଼ା, ୧୩/୧୦( କାମେଶ୍ୱର କରକରିଆ):-  ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରକାଶ କରିବାକୁ ନେଇ ସାମ୍ବାଦିକଙ୍କୁ ଧମକ ଦେବା, ଖବର ସଂଗ୍ରହ ସମୟରେ ବାଧା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ଘଟଣାକୁ ନେଇ ରାୟଗଡରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣାଗୁଡ଼ିକର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ପ୍ରେସ୍‌ ଆଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ୍‌, ରାୟଗଡ ବୃନ୍ଦ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋସନାର ବାର୍ଲାଙ୍କୁ ପ୍ରଦାନ କରାଯାଇଛି। ଏଥିରେ ପ୍ରାୟ ୫୦ ଜଣ କାର୍ଯ୍ୟରତ ସାମ୍ବାଦିକ ସାମିଲ ହୋଇ ନ୍ୟାୟ ପ୍ରଦାନ ଦିଗରେ ଆଲୋଚନା କରିଥିଲେ। ପରେ ସାମ୍ବାଦିକମାନେ ରାୟଗଡ ପୌର କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆବର୍ଜନା ପରିଚାଳନା ସମ୍ପର୍କିତ ଅଭିଯୋଗ ଓ ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଗତ ୯ ଅକ୍ଟୋବରରେ ‘ସମ୍ବାଦ’ ଖବରକାଗଜରେ ରାୟଗଡ ପୌରାଞ୍ଚଳର ଆବର୍ଜନା ଡମ୍ପିଂ ୟାର୍ଡରେ ଚାଲିଥିବା କାର୍ଯ୍ୟ ଓ କଥିତ ଅନିୟମିତତା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ଆବର୍ଜନାର ଉପଯୁକ୍ତ ପ୍ରକ୍ରିୟାକରଣ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ନେଇ ଖବରରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହା ପୂର୍ବରୁ ଡମ୍ପିଂ ୟାର୍ଡରେ ନିଆଁ ଲାଗି ଆବର୍ଜନା ନଷ୍ଟ ହେବା ଘଟଣାକୁ ନେଇ ସାମ୍ବାଦିକ କେ. ଶିବପ୍ରସାଦ ଦୋରାଙ୍କ ଦ୍ୱାରା ମଧ୍ୟ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆବର୍ଜନା ପରିଚାଳନା ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ସରକାରୀ ନିୟମ ଅନୁପାଳନ ହୋଇଛି କି ନାହିଁ, ତାହାର ତଦନ୍ତ କରିବାକୁ ସଂଘ ଦାବି କରିଛି। ସ୍ମାରକପତ୍ର ଅନୁଯାୟୀ, ଖବର ପ୍ରକାଶ ପାଇବା ପରେ ଉକ୍ତ ପ୍ରକଳ୍ପ ସହ ସମ୍ପୃକ୍ତ ଠିକାଦାର ଖବର ପ୍ରକାଶ କରିଥିବା ସାମ୍ବାଦିକମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଠିକାଦାର ଏହି କାର୍ଯ୍ୟକୁ କୃଷ୍ଣ ଚନ୍ଦ୍ର ପୃଷ୍ଟି ଓରଫ କୁସିଆ ନାମକ ଜଣେ ଉପଠିକାଦାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସାମ୍ବାଦିକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତାରେ ଦେଖିଲେ ମାଡ଼ ମାରିବା ଓ ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କ ହାତ ଭାଙ୍ଗିଦେବା ଭଳି ଧମକ ଦିଆଯାଇଥିବା ଫୋନ୍ ବାର୍ତ୍ତାଳାପରେ ଶୁଣିବାକୁ ମିଳିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କିତ ଫୋନ୍ ବାର୍ତ୍ତାଳାପର ରେକର୍ଡିଂ ସଂରକ୍ଷିତ ରଖାଯାଇଥିବା ଏବଂ ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ତାହା ଦାଖଲ କରାଯିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି, ଗତ ୧୦ ଅକ୍ଟୋବରରେ କେତେକ ସାମ୍ବାଦିକ ଡମ୍ପିଂ ୟାର୍ଡକୁ ଯାଇ ସେଠାକାର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରିବା ସହ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ସମୟରେ କେତେକ ବ୍ୟକ୍ତି ସେମାନଙ୍କ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ମୋବାଇଲ୍ ଫୋନ୍ ଓ କ୍ୟାମେରା ଛଡ଼ାଇ ନେବାକୁ ଉଦ୍ୟମ କରିବା ସହ ଏହି ପ୍ରସଙ୍ଗରେ ଆଉ ଖବର ପ୍ରକାଶ ନକରିବାକୁ ଧମକ ଦିଆଯାଇଥିବା ସଂଘ ଦର୍ଶାଇଛି। ଏହା ବ୍ୟତୀତ, ଗତ ୩ ଅକ୍ଟୋବରରେ ‘ସମାଜ’ ଖବରକାଗଜ ପାଇଁ ଖବର ସଂଗ୍ରହ କରିବା ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରରେ କଥିତ ଅନିୟମିତତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ବିଜୟ ମହାରଣାଙ୍କୁ ଗତ ୫ ଅକ୍ଟୋବରରେ ଅଙ୍ଗନବାଡ଼ି କର୍ମୀମାନେ ସଂଘବଦ୍ଧ ଭାବେ ଘେରିବା ସହ ଖବର ପ୍ରକାଶ ନକରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ବିଭାଗୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ପୂର୍ବରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି। ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜରେ ଘଟୁଥିବା ଅନିୟମିତତା, ଦୁର୍ନୀତି ଓ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କରେ ତଥ୍ୟଭିତ୍ତିକ ଖବର ପ୍ରକାଶ କରିଥାନ୍ତି। ଏପରି ସ୍ଥିତିରେ ସାମ୍ବାଦିକଙ୍କୁ ଧମକ ଦେବା ଓ ଖବର ସଂଗ୍ରହରେ ବାଧା ସୃଷ୍ଟି କରିବା ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରକାଶନକୁ ପ୍ରଭାବିତ କରିବା ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ମାରକପତ୍ରରେ ଘଟଣାଗୁଡ଼ିକର ନିରପେକ୍ଷ ତଦନ୍ତ, ଧମକ ଦେଇଥିବା ଠିକାଦାର, ଉପଠିକାଦାର ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ, ଫୋନ୍ ବାର୍ତ୍ତାଳାପର ରେକର୍ଡିଂ ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ, ପ୍ରଭାବିତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ ଏବଂ ଡମ୍ପିଂ ୟାର୍ଡରେ ଆବର୍ଜନା ପରିଚାଳନା ସମ୍ପର୍କିତ ଅଭିଯୋଗର ବିଭାଗୀୟ ତଦନ୍ତ ପାଇଁ ଦାବି କରାଯାଇଛି। ସାମ୍ବାଦିକମାନେ ଭୟମୁକ୍ତ ଭାବେ ନିଜର ବୃତ୍ତିଗତ ଦାୟିତ୍ୱ ତୁଲାଇବା ଓ ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରକାଶ କରିବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ଦାବି ଜଣାଇଛି।

News Comment

You Might Also Like

BACK TO TOP