Breaking
News
Breaking
News
15-Oct-2026
ଉଜ୍ବଳ ଆଲୋକ ରେ ଝଲସିଲା ଖଲ୍ଲିକୋଟ ର ଶ୍ରୀଜଗନ୍ନାଥ ମନ୍ଦିର, ଭକ୍ତ ଙ୍କ ମହଲ ରେ ଖୁସି ର ମାହୋଲ |
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା,
ତା --15/10 :-----
ଦୀର୍ଘ ଦିନ ହେଲା ଖଲ୍ଲିକୋଟ ମନ୍ଦିର କୁ ଉଜ୍ବଳ ଆଲୋକ ରେ ଆଲୋକିତ କରିବା ପାଇଁ ବିଭିନ୍ନ ମହଲ ରେ ଖଲ୍ଲିକୋଟ ଏନ ଏ ସି ନିକଟରେ ଦାବି ହୋଇ ଆସୁଥିଲା |ତେବେ ଏନ ଏ ସି କର୍ତ୍ତୃପକ୍ଷ ଜଗନ୍ନାଥ ପ୍ରେମୀ ମାନଙ୍କ ଆବେଦନ କୁ ଆଖି ଆଗରେ ରଖି ମନ୍ଦିର ର ନୀଳଚକ୍ର ସମେତ ମନ୍ଦିର ବେଢା ପରିସର ରେ ଆଠ ଗୋଟି ଏଲଇଡ଼ି ଳାଇଟ ଲଗା ଯାଇଥିବା ଜଣା ପଡ଼ିଛି |, ଗତକାଲି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଇଂ ନିରଞ୍ଜନ ବେହେରା ଙ୍କ ଉପସ୍ଥିତି ରେ ବରିଷ୍ଟ ନାଗରିକ ମାନେ ଅନୁଷ୍ଠାନିକ ଭାବେ ଉଦଘାତନ କରାଯାଇ ଥିଲା |ମନ୍ଦିର ପରିସର ରେ ଏକ ସ୍ଥାୟୀ ବିମଳା ମନ୍ଦିର ଓ ଏକ ହନୁମାନ ମନ୍ଦିର ର ଜରୁରି ଆବଶ୍ୟକତା ରହିଛି |ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜଗନ୍ନାଥ ପ୍ରେମୀ ଙ୍କ ମହଲ ରେ ପ୍ରବଳ ଦାବି ହେଉଛି | ଉକ୍ତ କାର୍ଯ୍ୟକ୍ରମ ରେ 3 ନମ୍ବର କାଉନସିଲେର ଶ୍ରୀମତୀ ସୁଜାତା ସାମନ୍ତ ଜଗନ୍ନାଥ ଙ୍କ ପୂଜା ପଣ୍ଡା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |
BACK TO TOP