Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |

09-Oct-2026

ସିକରପାଇରେ ଭୈରବ ବାଲି ଯାତ୍ରା,ନିଆଁ ମାଡ଼ି ମାନସିକ ପୂରଣ କଲେ ଶ୍ରଦ୍ଧାଳୁ, ହଜାର ହଜାର ଭକ୍ତଙ୍କ ସମାଗମ
ଓଡିଶା ଜନମତ ରାୟଗଡା, ୦୯/୧୦ ( କାମେଶ୍ୱର କରକରିଆ):- ରୀତିନୀତି, ପରମ୍ପରା ଓ ଆଧ୍ୟାତ୍ମିକ ବିଶ୍ୱାସର ଅନନ୍ୟ ନିଦର୍ଶନ ଭାବେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମାରେ ପାଳିତ ହୋଇଛି ପ୍ରସିଦ୍ଧ ଭୈରବ ବାଲି ଯାତ୍ରା। ନିଆଁ ମାଡ଼ି ଯାତ୍ରା ନାମରେ ମଧ୍ୟ ପରିଚିତ ଏହି ପାରମ୍ପରିକ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଦୂରଦୂରାନ୍ତରୁ ଭକ୍ତମାନେ ଆସି ଭୈରବଙ୍କ ଦର୍ଶନ କରିବା ସହ ନିଜ ନିଜର ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ଅନୁଯାୟୀ ଗତ ମାସ  ୧୫ତାରିଖରେ ନୂଆଖାଇ ଦିନ ପୂଜକ ରାଉତ ଗାଣ୍ଟା, ରହିଦାସ ଓ ରାଜୀବ ଖଣ୍ଡରିଆଙ୍କ ଦ୍ୱାରା ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ନଦୀରୁ ବାଲି ଆଣି ଭୈରବ ମନ୍ଦିରରେ ସ୍ଥାପନ କରି ସେଥିରେ ପଞ୍ଚଶସ୍ୟ ବୁଣାଯାଇଥିଲା। ସାତ ଦିନ ପରେ ପୂର୍ବପୁରୁଷଙ୍କ ସମୟରୁ ଚଳିଆସୁଥିବା ପ୍ରଥା ଅନୁଯାୟୀ ଜାନିସାହିର ସିଙ୍ଗି କୁର୍ସିକା ଓ ଅର୍ଜୁନ କୁର୍ସିକାଙ୍କ ଘରୁ ଛତ୍ର ଅଣାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ଯାତ୍ରା ପଡ଼ିଆରେ ସ୍ଥାପନ କରାଯାଇଥିଲା। ଯାତ୍ରାର ଶେଷ ଦିନରେ ନାୟକ ସାହିର ସାନ ନାୟକ ଓ ସନ୍ତୋଷ ନାୟକଙ୍କ ଘରୁ କଣ୍ଟାଦୋଳି ଅଣାଯାଇ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ଯାତ୍ରା ପଡ଼ିଆରେ ସ୍ଥାପନ କରାଯାଇଥିଲା। ଏହାପରେ କାମୀ ମୁଣ୍ଡା ମନ୍ଦିର ସମ୍ମୁଖରେ ଆସି ନିର୍ଦ୍ଧାରିତ ବିଧି ପାଳନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ପୂଜକଙ୍କୁ କାଳସ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ଚାଉଳ ଦେଖାଇ ନିଜ ନିଜର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ କଣ୍ଟାଦୋଳିରେ ଝୁଲିବା ଓ ନିଆଁ ମାଡ଼ିବା ଭଳି ପାରମ୍ପରିକ ବିଧି ପାଳନ ସହ ଯାତ୍ରା ସମାପ୍ତ ହୋଇଥିଲା। ପୂଜକ କୁ କାଳସ ଲାଗି ହେବା ପରେ ଭକ୍ତ ମାନେ ଚାଉଳ ଦେଖାଇ ତାଙ୍କର ସମସ୍ୟା ବୁଝି  କଣ୍ଟା ଦୋଳିରେ ଝୁଲନ୍ତି । ମାନସିକ ଧାରୀ ମାନେ ଆଣିଥିବା ପାରା, କୁକୁଡ଼ା, ଛେଳି ପଶୁ ବଳି ସହ ଭୋଗ ଦେଇ ମନସ୍କାମନା ପୂରଣ କରିଥାନ୍ତି।ଏହି ଯାତ୍ରାକୁ କେନ୍ଦ୍ର କରି ପଡ଼ିଆରେ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲିଥିବା ବେଳେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଭୈରବଙ୍କ ଉପରେ ଗଭୀର ଆସ୍ଥା ରଖିଥିବା ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ଆସି ଯାତ୍ରାରେ ସାମିଲ ହୋଇଥିଲେ। ଶିକରପାଇ ଆମ୍ବେଦକର ଯୁବଗୋଷ୍ଠୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା।

News Comment

You Might Also Like

BACK TO TOP