Breaking
News
Breaking
News
09-Oct-2026
ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ |
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ, :----
ପୁରୁଷୋତ୍ତମପୁର ସହର ମଧ୍ୟରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ରେ ରାଜ୍ୟର ସବୁ କଲେଜ ପରି ଏଠାରେ ମଧ୍ୟ ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନନିମନ୍ତେ ବହୁ ପଦ ପଦବୀ ପାଇଁ
ଛାତ୍ର ଛାତ୍ରୀ ମାନେ ନାମାଙ୍କନ ଦାଖଲ କରିଛନ୍ତି |ଏହି ନିର୍ବାଚନ ଛାତ୍ର, ଛାତ୍ରୀଙ୍କ ପାଇଁ ଯେତିକି ଉତ୍ସାହ ଆଣି ଦେଇଛି ସେତିକି ଦୁଃଖ ଓ ଭୟ କିଛିଉଛି | କାରଣ ଏଠାରେ ଗୋଟିଏ ରାଜ ନୈତିକ ଦଳର ସମର୍ଥନ ନେଉଛନ୍ତି ଛାତ୍ର ଛାତ୍ରୀ ମାନେ ||ଯାହାକୁ ନେଇ ନିର୍ବାଚନ ପ୍ରଚାର ବେଳେ ବହୁ ଗଣ୍ଡଗୋଳ, ମାରପିଟ ହୋଈ ବେଳେ ବେଳେ ତାହା ଉଗ୍ର ରୂପ ନେଇଥିବାର ଏହି ମହାବିଦ୍ୟାଳୟ ର ଅତୀତ ପୃଷ୍ଠାରୁ ଜଣା ଯାଇଛି |ତେବେ ରାଜ୍ୟ ସରକାର ଙ୍କ ନିୟମ କୁ ସମସ୍ତେ ମାନିବାକୁ ବାଧ୍ୟ ହେଲେ | ରାଜ୍ୟର କୌଣସି ଗୋଟିଏ କଲେଜର ଛାତ୍ର ଛାତ୍ରୀ ମାନେ ଏହି ନିର୍ବାଚନ କୁ ବିରୋଧ କଲେନାହିଁ | ଯାହାଫଳରେ ନିର୍ବାଚନ କରିବା ର ତାରିଖ ସରକାର ଘୋଷଣା କଲେ | ତେବେ ଅନ୍ୟ କଲେଜ ଅପେକ୍ଷା ତାରାତାରିଣି ମହାବିଦ୍ୟାଳ ୟ ରେ ଛାତ୍ର ମାନଙ୍କ ଅପେକ୍ଷା ଛାତ୍ରୀ ବହୁତ ଅଧୁକ ଥିବାରୁ ଭୋଟ ଫଳା ଫଳ ଛାତ୍ରୀ ମାନଙ୍କ ଉପରେ ନିର୍ଭର କରେ | ତେବେ ସଭାପତି ପଦପାଇଁ ଯୁକ୍ତ ତିନିର ଦୁତୀୟ ବର୍ଷର କଳା ବିଭୀଗର ଛାତ୍ରୀ ଦୀପ୍ତିମୟୀ ଦାଶଅଙ୍କିତପ୍ରଧାନ,ଗୋପଳ କୃଷ୍ଣ ବେହେରା,ଜିତେନ୍ଦ୍ର କୁମାର ପଣ୍ଡା ନାମାଙ୍କନ କରିଛନ୍ତି |
କଲେଜ ରେ ଛାତ୍ରୀ ସଂଖ୍ୟା ଅଧିକ ଥିବାରୁ ତିନିଜଣ ଛାତ୍ର ଙ୍କ ମଧ୍ୟରୁ କିଏ ହେବ ନା ଜଣେ ମହିଳା ଛାତ୍ରୀ ହେବତାହା ଆସନ୍ତା 15 ତାରିଖ ଦିନଜଣା ପଡିବ |
ବିଭିନ୍ନ ପଦ, ପଦବୀ ପାଇଁ ମୋର୍ଟ 24ଜଣ ପାର୍ଥି ନାମାଙ୍କନ କରିଥିଲା ବେଳେ ଜଣେ ପାର୍ଥୀଙ୍କ ଭୋଟ ନାକଚ ହୋଈ ଯାଇଥିବାର ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି ସେ ହେଉଛନ୍ତି ସୁମିତ କୁମାର ଦଳେଇ ବିଜ୍ଞାନ ଶେଷ ବର୍ଷର ଛାତ୍ର |
ଉଚ୍ଚଶିକ୍ଷା ବିଭାଗର ନିୟମ ଅନୁଯାୟୀ, କଲେଜର ନିର୍ବାଚନ ଅଧିକାରୀ ଭାବେ ଡ. ପ୍ରବୀର କେଶରୀ ପ୍ରଧାନ ଙ୍କୁ ଅଧକ୍ଷ ଦାୟିତ୍ୱଦେଇଛନ୍ତି ପ୍ରବୀର କେଶରୀ ଏହି ଦାୟିତ୍ୱ କୁ ଗ୍ରହଣ କରିବା ସହ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିବାବେଳେ ଅକ୍ଟୋବର ୧୫ ତାରିଖରେ ମତଦାନ ଏବଂ ୧୬ ତାରିଖରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଅଧ୍ୟକ୍ଷ ଅରବିନ୍ଦ ଦାଶଙ୍କ ତତ୍ତ୍ୱାବଧାନରେଏହା କାର୍ଯ୍ୟ କାରି ହେଉଛି |ଏବଂ ଅଧ୍ୟାପକ ଡ. ରମେଶଚନ୍ଦ୍ର ସେନାପତି ଓ ଡ. ପ୍ରଦୀପ କୁମାର ସାହୁ ଉପଦେଷ୍ଟା ଭାବେ ରହିଛନ୍ତି। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ତହସିଲଦାର ବିନୋଦ କୁମାର ବେହେରା ରହିଥିବା ବେଳେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସେହି ଭଳି ଉପସଭାପତି ପଦବୀ ପାଇଁ ଭବାନୀ ବେହେରା, ହିମାଂଶୁ ବେହେରା ଓ ଶୁଭଙ୍କର ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାଧାରଣ ସମ୍ପାଦକ ପଦବୀ ପାଇଁ ଆଦିତ୍ୟ ଦୋରା, ଅନୀଲ ଗୌଡ଼ ଓ କୁଳମଣି ବେହେରା ପ୍ରାର୍ଥୀ ହୋଇଛନ୍ତି। ସହସମ୍ପାଦକ ପଦବୀ ପାଇଁ ଦେବାଶିଷ ସାହୁ ନିର୍ଦ୍ଦ୍ୱନ୍ଦ୍ୱରେ ରହିଛନ୍ତି।
ସେହିପରି କ୍ରୀଡ଼ା ସଂସଦ ସମ୍ପାଦକ ପଦବୀ ପାଇଁ ସନ୍ତୋଷ ବେହେରା, ରାଜେଶ ଗୌଡ଼ ଓ ଶୁଭମ କୁମାର ମୁନି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାଟ୍ୟ ସଂସଦ ସମ୍ପାଦକ ପଦବୀ ପାଇଁ ଶୁଭମ ବେହେରା, ବି. କିଶୋରୀ ପାତ୍ର ଓ ବର୍ଷାରାଣୀ ବେହେରା ପ୍ରାର୍ଥୀp ହୋଇଛନ୍ତି। ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ ପଦବୀ ପାଇଁ ଧନ୍ୱନ୍ତରୀ ଗୌଡ଼ ଏବଂ ବିଜ୍ଞାନ ବିଭାଗ ସମ୍ପାଦକ ପଦବୀ ପାଇଁ ସତ୍ୟଜିତ ପାତ୍ର ନିର୍ଦ୍ଦ୍ୱନ୍ଦ୍ୱରେ ରହିଛନ୍ତି।
ଛାତ୍ର ପ୍ରକୋଷ୍ଠ ପ୍ରତିନିଧି ପଦବୀ ପାଇଁ ରାଜା ସେଠୀ ଓ ବି. ମୃତ୍ୟୁଞ୍ଜୟ ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ଛାତ୍ରୀ ପ୍ରକୋଷ୍ଠ ପ୍ରତିନିଧି ପଦବୀ ପାଇଁ ସୁମିତ୍ରା ଗୌଡ଼ ଓ ବର୍ଷାରାଣୀ ଗୌଡ଼ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
BACK TO TOP