Breaking
News
Breaking
News
13-Nov-2026
ଆଇବି ପଲଟ୍ରି ଗ୍ରୁପ ପକ୍ଷରୁ ପୋଷଣ ସଚେତନତା କାର୍ଯ୍ୟକ୍ରମ l
ଓଡ଼ିଆ ଜନମତ, କୋଦଳା :13/11/26
ନରେନ୍ଦ୍ର ନାଥ ଗୌଡ଼
କୋଦଳା :13/09/26 : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡଖଇରଖମା କାଳି ମନ୍ଦିର ପରିସରରେ ବୁଧବାର ଦିନ ଆଇବି ପଲଟ୍ରି ଗ୍ରୁପ ପକ୍ଷରୁ ଏକ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥୁଆମୂଳ ଫାର୍ମ ମାଲିକ ପବିତ୍ର କୁମାର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇବି ଗ୍ରୁପର ବାଲୁଗାଁ ଶାଖା ପରିଚାଳକ ସୂର୍ଯ୍ୟକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇବି ଗ୍ରୁପ ଦ୍ୱାରା ପରିଚାଳିତ ଏବିଆଇଏସ ଚିକେନର ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ l ଅନ୍ୟ ଚିକେନ ଅପେକ୍ଷା ଏହି ଚିକେନରେ ପ୍ରୋଟିନର ପରିମାଣ ଅପେକ୍ଷାକୃତ ଅଧିକ ଥାଏ ଏବଂ ଦୈନନ୍ଦିନ ଜୀବନରେ ଶିଶୁ ଠାରୁ ଆରମ୍ଭ କରି ମହିଳା ଓ ବୟସ୍କଙ୍କ ପାଇଁ ପ୍ରୋଟିନର ଆବଶ୍ୟକତାକୁ ଏବିଆଇଏସ ଚିକେନ ପୂରଣ କରିପାରିବ ବୋଲି ସେ ଜୋର ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଇବି ଗ୍ରୁପ ସଦସ୍ୟ ଶିବରାମ ପାଇକରାୟ, ବିରଞ୍ଚି ଗୌଡ଼,ଚିତ୍ତ ରଞ୍ଜନ ବେହେରା,ଚିନ୍ମୟ କୁମାର ଭୋଇ,କନିଆରୀବାଡ଼ି ଫାର୍ମ ମାଲିକ ପ୍ରସନ୍ନ କୁମାର ମହାନ୍ତି ଆଦି ଯୋଗଦେଇ ସହଯୋଗ କରିଥିଲେ l
BACK TO TOP