Breaking News

ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||     

ପୋଲସରା ତାଳୁକା ଆଇନ ସେବା ତରଫରୁ ସୁରକ୍ଷିତ ବାଲ୍ୟ କାଳ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ |

13-Nov-2026

ତାଲୁକା ଆଇନ ସେବା କମିଟି ପୋଲସରା ପକ୍ଷରୁ ‘ସୁରକ୍ଷିତ ବାଲ୍ୟକାଳ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ।

ଓଡ଼ିଶା ଜନମତ ପୋଲସରା, ସନ୍ତୋଷ କୁମାର ପଣ୍ଡା
   ୧୩/୧୧/୨୬:- ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସେବା କମିଟି, ପୋଲସରା ପକ୍ଷରୁ ପୋଲସରା ପୌର ପରିଷଦ ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ  ‘ସୁରକ୍ଷିତ ବାଲ୍ୟକାଳ ଅଭିଯାନ’ ଅନ୍ତର୍ଗତ ଏକ ଆଇନ ସଚେତନତା  ସଭା  କାର୍ଯ୍ୟକ୍ରମ ହୋଇଯାଇଛି। 
ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ନ୍ୟାୟିକ ମାଜିଷ୍ଟ୍ରେଟ ଶ୍ରୀ ଏ. ଅଭିନାଶ ନାଇଡୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ପୋଲସରା ଓକିଲ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ କବିରାଜ ଦାସ, ସମ୍ପାଦକ ଶ୍ରୀ ବ୍ରଜେନ୍ଦ୍ର ସାହୁ, ସରକାରୀ ଓକିଲ ଶ୍ରୀ ଅବଧେଶ ପଟ୍ଟନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କେ.ମମତା କୁମାରୀ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ  ଅଧ୍ୟକ୍ଷ ଶ୍ରୀଯୁକ୍ତ ନାଇଡୁଙ୍କ ସମେତ  ଓକିଲ ସଂଘର  ସଭାପତି ଶ୍ରୀ ଦାସ, ସମ୍ପାଦକ ଶ୍ରୀ ସାହୁ, ସରକାରୀ ଓକିଲ ଶ୍ରୀ ପଟ୍ଟନାୟକ ଏବଂ ଆଇନଜୀବୀ ଶ୍ରୀ ଜମିର ଅଲ୍ଲୀ ଖାନ ନିଜ ନିଜ ଅଭିଭାଷଣରେ ଶିଶୁମାନଙ୍କ ଅଧିକାର, ସୁରକ୍ଷା, ନିର୍ଯାତନାର ପ୍ରତିରୋଧ ଓ ଏ ସମ୍ପର୍କିତ ଆଇନଗତ ସୁରକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ବକ୍ତାମାନେ ଶିଶୁ ସୁରକ୍ଷାକୁ କେବଳ ଏକ ସାମାଜିକ ଦାୟିତ୍ୱ ନୁହେଁ, ବରଂ ଏହାକୁ ସାମ୍ବିଧାନିକ ଅଧିକାର ଓ ଆଇନଗତ କର୍ତ୍ତବ୍ୟ ଭାବେ ବର୍ଣ୍ଣନା କରିଥିଲେ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫(୩), ୨୧, ୨୧-କ, ୨୩ ଓ ୨୪ରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ସେମାନେ ବୁଝାଇଥିଲେ।
ଏଥିସହିତ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ ଆଇନ, ୨୦୧୨ (ପୋକ୍ସୋ ଆଇନ)ର ବିଭିନ୍ନ ବ୍ୟବସ୍ଥା, ବିଶେଷକରି ଧାରା ୧୯ ଅନୁଯାୟୀ ଅପରାଧ ସମ୍ପର୍କରେ ସୂଚନା ଦେବାର ଆଇନଗତ ବାଧ୍ୟତା, ପୀଡ଼ିତ ଶିଶୁଙ୍କ ପରିଚୟର ଗୋପନୀୟତା ରକ୍ଷା ଏବଂ ସ୍ୱତନ୍ତ୍ର ନ୍ୟାୟାଳୟରେ ବିଚାର ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସେହିପରି ଶିଶୁ ନ୍ୟାୟ (ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫, ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬, ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ ଏବଂ ଶିକ୍ଷା ଅଧିକାର ଆଇନ, ୨୦୦୯ର ବିଭିନ୍ନ ଆଇନଗତ ବ୍ୟବସ୍ଥା ଉପରେ ମଧ୍ୟ ବକ୍ତାମାନେ ଆଲୋକପାତ କରିଥିଲେ।ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଶିଶୁମାନେ ସାଇବର ଅପରାଧ, ଅନ୍‌ଲାଇନ୍‌ ଯୌନ ଶୋଷଣ, ଅନ୍‌ଲାଇନ୍‌ ଉତ୍ପୀଡ଼ନ ଓ ବ୍ୟକ୍ତିଗତ ଫଟୋଚିତ୍ରର ଅପବ୍ୟବହାର ଭଳି ବିଭିନ୍ନ ବିପଦର ସମ୍ମୁଖୀନ ହେଉଥିବାରୁ ଏଥିପ୍ରତି ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସଚେତନ ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ଆଇନ ସେବା ପ୍ରାଧିକରଣ ଆଇନ, ୧୯୮୭ର ଧାରା ୧୨ ଅନୁଯାୟୀ ଶିଶୁମାନଙ୍କ ମାଗଣା ଆଇନ ସହାୟତା ପାଇବାର ଅଧିକାର ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।ଏହି ସଭା କାର୍ଯ୍ୟକ୍ରମରେ ଆଇନଜୀବୀ ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଏ. ପ୍ରଶାନ୍ତ କୁମାର ଆଚାରୀ, ଶ୍ରୀ ପବିତ୍ର ମୋହନ ନାୟକ, ଶ୍ରୀ ରଜନୀକାନ୍ତ ପ୍ରଧାନ, ଶ୍ରୀ ସୁଧାଂଶୁ ଶେଖର ପ୍ରଧାନ, ଶ୍ରୀ ରତ୍ନାକର ମହାନ୍ତି, ଶ୍ରୀ ପ୍ରହଲ୍ଲାଦ ବିଷୋୟୀ, ଶ୍ରୀ ଜମିର ଅଲ୍ଲୀ ଖାନ, ଶ୍ରୀ ବଳରାମ ପ୍ରଧାନ, ଶ୍ରୀ ଦେବାଶିଷ ପାତ୍ର ଓ ଶ୍ରୀ ହରିହର ସାହୁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବାବେଳେ  ନ୍ୟାୟାଳୟ କର୍ମଚାରୀ ଶ୍ରୀ ସନ୍ଦୀପ କୁମାର ପ୍ରଧାନ ଓ ଶ୍ରୀ ସେରୁ ସାମଲଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ସଚେତନତା ସଭାରେ ଯୋଗଦେଇ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ। 
ଶେଷରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଧନ୍ୟବାଦ ଅର୍ପଣ ଏବଂ  ସଭାର ପରିସମାପ୍ତ ଘୋଷଣା କରାଯାଇଥିଲା।

News Comment

You Might Also Like

BACK TO TOP