Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||

14-Oct-2026

ଗୁରୁଜଙ୍ଗ ଏମ୍. ପି. ଏଲ୍ -୧ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି "-୨୦୨୬.
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ :---

ଗୁରୁଜଙ୍ଗ,ଏମ୍. ପି. ଏଲ୍ -୧ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି "-୨୦୨୬ ମହାସମାରୋହରେ ପି. ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଗୁରୁଜଙ୍ଗଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଶିଶୁ ମହୋତ୍ସବ "ସୁରଭି" -୨୦୨୬ ରେ ଉକ୍ତ କ୍ଲଷ୍ଟର ର ୧୨ ଗୋଟି ବିଦ୍ୟାଳୟ ର ଶିକ୍ଷାର୍ଥୀମାନେ ଅଂଶ ଗ୍ରହଣ କରିଥିଲେ l ମୁଖ୍ୟ  ଅତିଥି ଭାବରେ ଡକ୍ଟର ତାପସ କୁମାର ନାୟକ,ଅଧ୍ୟକ୍ଷ ,ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ,ଖୋର୍ଦ୍ଧା ,ମୁଖ୍ଯ ବକ୍ତା ସୁବୋଧ  କୁମାର ଜଗଦେବ,ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ  ମୋନାଲିସା ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଭରତ ଚନ୍ଦ୍ର ପ୍ରଧାନ,ଉକ୍ତ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ଗୌତମ  ପଟ୍ଟ ଯୋଶୀ, ପଞ୍ଚସଖା ଶିକ୍ଷା ସେତୁ ଅଭିଯାନର ଅଧ୍ୟକ୍ଷ   ଅନ୍ତର୍ଯ୍ୟାମୀ ଭୂଇଁଆ,,କାଉନସିଲର. ଲିନା ସ୍ୱାଇଁ , ସୁଚିତ୍ରା ନାୟକ,ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଗୁରୁଜୀ  ବିଭୂତି ଭୂଷଣ ଜେନା ସଭାପତିତ୍ୱ ଗ୍ରହଣ କରି ସଭା ପରିଚାଳନା କରିଥିଲେ।   କନିଷ୍ଠ,ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ  ଯେପରିକି -ବିତର୍କ,ପ୍ରବନ୍ଧ,ଚିତ୍ରାଙ୍କନ,ସଂଗୀତ,କୁଇଜ୍,ସୃଜନଶୀଳ ଲିଖନ,ବକ୍ତୃତା,ଓଡିଆ ହସ୍ତାକ୍ଷର ଓ ଶ୍ରୁତଲିଖନ,ପି.ଏମ୍ ପୋଷଣ ଓ ମୁଖ୍ଯ ମନ୍ତ୍ରୀ ପୋଷଣ ଚିତ୍ର କଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତାରେ ଶିକ୍ଷାର୍ଥୀମାନେ ଅଂଶ ଗ୍ରହଣ କରିଥିଲେ।"ସମୃଦ୍ଧ ଭାଷା -ସମୃଦ୍ଧ ଓଡିଶା"ଶୀର୍ଷକ କୁ ଆଧାର କରି ପ୍ରତିଯୋଗିମାନେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ  ଅଂଶଗ୍ରହଣ କରି "ସୁରଭି -୨୦୨୬ "କୁ ନିଜ ନିଜ ନୃତ୍ଯ ର ତାଳେ ତାଳେ ଖୁବ୍ ଆକର୍ଷଣୀୟ କରାଇଥିଲେ। ଓଡ଼ିଶା ଭାଷା ଓ ଆମ ଐତିହ୍ୟ ତଥା ଓଡ଼ିଶାର କଳା ସଂସ୍କୃତି,ବିକଶିତ ଓଡ଼ିଶାର ପରିଚୟକୁ ଉଜ୍ଜୀବିତ କରିବା ପାଇଁ ତଥା ଶିକ୍ଷାର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ପାଇଁ ଏହି କାର୍ଯ୍ୟକ୍ରମ ଥିଲା ଏକ ପ୍ରକୃଷ୍ଠ ମାଧ୍ୟମ।  ଉଦ୍ଜାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୌରପରିଷଦ ଅଧ୍ୟକ୍ଷ  କନକଲକ୍ଷ୍ମୀ ମହାନ୍ତି, ମୁଖ୍ୟବକ୍ତା ଭାବରେ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ସମ୍ମାନିତ ଅତିଥୀ ରୂପେ  ଆଶା ଜ୍ୟୋତି ଦାସ,ପ୍ରଧାନ ଶିକ୍ଷୟିତ୍ରୀ,ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ,କୁମାରବସ୍ତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତ ବିଭାଗରୁ ପ୍ରତିଯୋଗିତା ରେ ପ୍ରଥମ,ଦ୍ବିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀମାନଙ୍କୁ କ୍ଲଷ୍ଟର ତରଫରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତି ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ମାନଙ୍କୁ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ -ସୁରଭି -୨୦୨୬ ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ କରାଯାଇଥିଲା। ଏତଦ୍ ବ୍ୟତୀତ ପ୍ରଥମ,ଦ୍ବିତୀୟ,ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ପାଇଁ କ୍ଲଷ୍ଟର ସ୍ତରୀୟ ଚିତ୍ରାଙ୍କନ,ଗଳ୍ପ କଥନ,ଗଣିତ ଦୌଡ଼,ଗଣିତ କୁଇଜ୍ ଭଳି ଏକ ସ୍ବତନ୍ତ୍ର ପ୍ରତିଯୋଗିତା କରା ଯାଇଥିଲା ଏବଂ କୃତି ଶିକ୍ଷାର୍ଥୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମାପନ କରିବା ପାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସହଯୋଗ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଦିବ୍ୟସିଂହ ସୁବୁଦ୍ଧି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି -୨୦୨୬"କୁ ସୁଚାରୁରୂପେ ପରିଚାଳନା କରିଥିଲେ।

News Comment

You Might Also Like

BACK TO TOP