Breaking
News
Breaking
News
13-Oct-2026
ସ୍ବର୍ଗତ କୃଷ୍ଣ ମୋହନ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ମଦନ ମୋହନ ଜେନାଙ୍କ ପରଲୋକ l
ଓଡିଶା ଜନମତ, ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ...... ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନାଥପୁର ଗ୍ରାମର ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଜେନାଙ୍କ ଜ୍ୟେଷ୍ଠ ପୁତ୍ର ମଦନ ମୋହନ ଜେନା (୮୬) ଙ୍କ ନିଜ ପୈତୃକ ବାସଭବନରେ ପରଲୋକ ହୋଇଛି l ସେ ଜଣେ ଆମାୟିକ, ଜଗନ୍ନାଥପ୍ରେମି, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତ ଙ୍କ ର ପ୍ରିୟପାତ୍ର ଥିଲେ। ତାଙ୍କର ମୃତ୍ୟ ଖବରପାଇ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନ ରେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ସତଂପ୍ତ ପରିବାରକୁ ସମବେଦନା ଜଣାଇଥିଲେ l ସେ ଜଗନାଥପୁର ବଜାର କମିଟି ସଭାପତି ଭାବେ ବି କାର୍ଯ୍ୟ କରୁଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସାନପୁଅ ଚନ୍ଦ୍ରଭାନୁ ଜେନା, କନ୍ୟା ମୈତ୍ରୀ ଜେନା, କନିଷ୍ଠ ଭ୍ରାତା କିଶୋର କୁମାର ଜେନା, ନିର୍ମଳ କୁମାର ଜେନା, ପ୍ରତାପ କୁମାର ଜେନା, ଭାଇବୋହୁ ଓ ପୁତ୍ର ବଧୂ ନିରୁପମା ଜେନା, ସ୍ନିଗ୍ଧା ପ୍ରିୟଦର୍ଶିନୀ, ମୋନାଲିସା ଜେନା, ଜୟନ୍ତୀ ଜେନା, ବାସନ୍ତୀ ଜେନା ନାତି ଦିବ୍ୟବ୍ରତ ଜେନା ଏବଂ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ। । ତାଙ୍କ ମରଶରୀରକୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ସତ୍କାର କରା ଯାଇଥିଲା ବେଳେ ଜ୍ୟେଷ୍ଠ ପୁତ୍ର ନିଳାଦ୍ରୀ ମୋହନ ଜେନା ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ଜଗନ୍ନାଥପୁର ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି।
BACK TO TOP