Breaking
News
Breaking
News
03-Sep-2026
ସ୍ବର୍ଗତ ଶଶିକଳା ସାବତ ଙ୍କ ଦ୍ବାଦଶାହ ଦିବସରେ ସ୍ମୃତି ସଭ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେର ଗଡ଼ ବ୍ଲକ ମିଡିଆ ପ୍ରତିନିଧୂ ମାନଙ୍କୁ ନେଇ ରାଜ୍ୟ ଭଏସ ଅଫ ମିଡିଆ ଅନୁବନ୍ଧିତ ଗୋପବନ୍ଧୁ ପ୍ରେସ କ୍ଲବ ସଭ୍ୟ ମାନଙ୍କ ଦ୍ବାରା ସାମ୍ବାଦିକ ଗୌର ହରି ସାବତ ଙ୍କ ମାତା ସ୍ବର୍ଗତ ଶଶିକଳା ସାବତଙ୍କ ଦ୍ବାଦଶାହ ଦିବସରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟ କ୍ରମ ରେ ରାଜ୍ୟ ସଭାପତି ଅରୁଣ କୁମାର ଗୌଡ, ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ, ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ସୁଦର୍ଶନ ପରିଡ଼ା, ପ୍ରେସ କ୍ଲବ ସଭାପତି ରଞ୍ଜିତ କୁମାର ପୋଲାଇ, ଉପ ସଭାପତି ରାମ କୃଷ୍ଣ ପାଣି, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମନୁରା, ଉପଦେଷ୍ଟା ଦିଲୀପ କୁମାର ତ୍ରିପାଠୀ, କାର୍ଯ୍ୟ ନିର୍ବାହୀ ସଦସ୍ୟ ବାପୁନି ସେଠୀ, ପୀତବାସ ପ୍ରଧାନ, ସାରଥୀ ପାଢ଼ୀ, ଭୁବନେଶ୍ବରୀ ବିଷୋୟୀ ଉପସ୍ଥିତ ଥିଲେ। ମଞ୍ଚରେ ସ୍ଥାପିତ ସ୍ବର୍ଗତ ଶଶିକଳା ଙ୍କ ଫୋଟ ସମ୍ମୁଖରେସାମୂହିକ ଧୂପ, ପୁଷ୍ପ ପ୍ରଦାନ କରାଯାଇ ଥିଲା । ମାତୃତ୍ୱ ତପସ୍ୟା, ପିତୃତ୍ଵ ସାଧନା ବଳରେ ସାତ ସନ୍ଧାନ ସନ୍ଧତି ଙ୍କ ମାତୃତ୍ବ ଲାଭ କରି ଦୀର୍ଘ ୧୦୫ବର୍ଷ ନିଜ ପରିବାର ବର୍ଗ ହୃଦୟରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ଜାଗ୍ରତ କରାଇ ପରିବାର ବର୍ଗଙ୍କ ସୁଖ ଦୁଃଖରେ ଭାଗିହୋଇ ଜୀବନ ଅତିବାହିତ କରୁଥିବା ସ୍ବର୍ଗତ ଶଶିକଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରି ଶେଷରେ ଦ୍ବାଦଶାହ ଦିବସରେ ସପିଣ୍ଡି ଶ୍ରାଦ୍ଧ ରେ ଉପବେଶନ କରି ଥିବା ସାମ୍ବାଦିକ ପୁତ୍ର ଗୌର ହରି ସାବତ ଙ୍କୁ ସାଲ୍ଗୁନା ଦେଇ ସମସ୍ତ ସଭ୍ୟ ବିଦାୟ ନେଇ ଥିଲେ।
BACK TO TOP