Breaking
News
Breaking
News
24-Oct-2026
ପୋଲମା ପଞ୍ଚାୟତରେ ବିଜେପିର ପ୍ରଥମ ଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦ୍ଘାଟିତ
ଓଡିଶା ଜନମତ ରାୟଗଡା, ୨୪/୧୦
କାମେଶ୍ୱର କରକରିଆ :------
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ମଣ୍ଡଳର ପୋଲମା ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ପ୍ରଥମ ଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି। ଏହି ଶକ୍ତିକେନ୍ଦ୍ର କାର୍ଯ୍ୟାଳୟ ଜିଲ୍ଲାରେ ପ୍ରଥମ କେନ୍ଦ୍ରଭାବେ ଆଜି ଉଦ୍ଧଘାଟିତ ହୋଇଛି।ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜଭୁତ କରିବା ଏବଂ କର୍ମୀଙ୍କୁ ଏକଜୁଟ କରିବା ଦିଗରେ ଏହି କାର୍ଯ୍ୟାଳୟ ଗୁରୁତ୍ୱ ବହନ କରିବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ରାୟଗଡ଼ା ଜିଲ୍ଲା ସଭାପତି ଗୋପୀ ଆନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମାଝୀଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡ଼ି,ପୋଲମା ଗ୍ରାମ ପଞ୍ଚାୟତ ସଭାପତି ସାଲପୁ ମିଣିଆକା ସମେତ ଦଳର ବିଭିନ୍ନ କର୍ମକର୍ତ୍ତା ପଦାଧିକାରୀ ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସାଲପୁ ମିଣିଆକାଙ୍କ ନେତୃତ୍ୱରେ ପଞ୍ଚାୟତରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ହେବା ଏବଂ ଦଳର କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବାର ଆଶା ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ଗାଁ ଗାଁରେ ସକ୍ରିୟ କରିବା କର୍ମୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ସାଧାରଣ ଲୋକଙ୍କ ସମସ୍ୟା ଓ ଦାବିକୁ ଗୁରୁତ୍ୱ ଦେବା ଦଳ ପାଇଁ ମୁଖ୍ୟ ଆହ୍ୱାନ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ରହିଛି । ପୋଲମା ପଞ୍ଚାୟତରେ ନୂତନ ଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦ୍ଘାଟନ କୁ ବିଜେପିର ଏକ ସାଂଗଠନିକ ପଦକ୍ଷେପ ଭାବେ ଦେଖାଯାଉଛି।
BACK TO TOP