Breaking
News
Breaking
News
24-Oct-2026
ପିସିସି ସଦସ୍ୟଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ l
ଓଡିଶା ଜନମତ, ବେଗୁନିଆପଡା :24/10/26,
ଭଞ୍ଜ କିଶୋର ମହାରଣା :------
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଠାରେ ଶନିବାର ଦିନ 35 ଜଣଙ୍କ ଶ୍ରମିକ କାର୍ଡ (ଲେବର କାର୍ଡ ) ପ୍ରଦାନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଭବାନୀ ପ୍ରସାଦ ଜେନା (ବୁଲା ) ପୂର୍ବତନ ସରପଞ୍ଚ ପଦ୍ମ ଚରଣ ଜେନା ଉପସ୍ଥିତ ରହି କାର୍ଡ ପ୍ରଦାନ କରିଥିଲେ । ଏହି କାର୍ଡ ଦ୍ୱାରା କନ୍ୟା ବିବାହ ସହାୟତା ପ୍ରସୂତି କାଳିନ ସହାୟତା, ମୃତ୍ୟୁ କାଳିନ ସହାୟତା ଆଦି ସରକାରଙ୍କ ବିଭିନ୍ନ ସହାୟତା ପାଇପାରିବେ ବୋଲି ଅତିଥି ମାନେ କହିଥିଲେ । ଏଥିରେ ଗ୍ରାମ୍ୟ କମିଟି ସହଯୋଗ କରିଥିଲେ ।
BACK TO TOP