Breaking
News
Breaking
News
22-Oct-2026
ସରକାରୀ ଜମି ଜବରଦଖଲ କାରୀଙ୍କୁ ଉଚ୍ଛେଦ କେବେ ?
ଓଡିଶା ଜନମତ,ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ....
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ସରକାରୀ ଅନାବାଦି, ଗୋଚର, ଆମ୍ବତୋଟା ଓ ନୟନଯୋରି ଇତ୍ୟାଦି ଜମି ସବୁ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସରକାରୀ ଜମି ଜବରଦଖଲ ଉପରେ ଚିହ୍ନଟ ପ୍ରକ୍ରିୟା କରି ଜବର ଦଖଲ କାରୀଙ୍କ କବଳରୁ ମୁକ୍ତ ପାଇଁ ସରକାର ଙ୍କ ରାଜସ୍ବ ଓ ବିପର୍ଯୟ ପ୍ରଶମନ ବିଭାଗ କାର୍ଯ୍ୟାଳୟ ପତ୍ର ସଂଖ୍ୟା - ୨୧୮୫୫, ତା ୬.୭.୨୦୨୪ ରିଖରେ ସମସ୍ତ ଜିଲ୍ଲାପାଳ ଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ , କିନ୍ତୁ ଜଗତସିଂହପୁର ଜିଲାରେ ସରକାର ଙ୍କ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ l ଯାହାର ବିଚିତ୍ର ପରିସ୍ଥିତି ସୃଷ୍ଟି ହେଉଛି ରଘୁନାଥପୁର ତହସିଲ କାର୍ଯ୍ୟାଳୟ ରେ, ସରକାର ଙ୍କ ନିୟମ କଣ ମୁଖ୍ୟମନ୍ତ୍ରୀ ଙ୍କ ଜନଶୁଣାଣୀ ହେଉ କିମ୍ବା ଜିଲ୍ଲାପାଳ ଙ୍କ ଜନଶୁଣାଣୀ ହେଉ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଫାଇଲ ତଳେ ଚାପି ଦିଆଯାଇ ଡିସପୋଜ ହୋଇଛି ବୋଲି ମିଥ୍ୟା ରିପୋର୍ଟ ପ୍ରଦାନ କରାଯାଉଛି l ସରକାରୀ ଜମି ଜବର ଦଖଲ ରୋକିବା ପାଇଁ ରାଜ୍ୟ ସରକାର କଡା ଆଇନ ପ୍ରଣୟନ କରିବା ସହ ସରକାରୀ ଜମି ଜବରଦଖଲ କାରୀଙ୍କ ଠାରୁ ଜୋରିମାନା ଆଦାୟ କରିବାର ବ୍ୟବସ୍ଥା ଥିଲେ ବି ଏହା କାର୍ଯ୍ୟକାରୀ କରାଯାଉନାହିଁ । ଏହି ଆଇନ କେବଳ ସରକାରୀ ଫାଇଲ ତଳେ ରହିଛି ସିନା ଜବରଦଖଲ କାରୀମାନେ ସରକାରଙ୍କ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି l ରଘୁନାଥପୁର ତହସିଲ ଅନ୍ତର୍ଗତ ଗୁଆଳିପୁର, ପାଟେଣିଗାଁ, କୁର୍ତ୍ତାଙ୍ଗ, କପାଳେଶ୍ବର, ବଡକୋରକର, ପଣ୍ଡାଛକ, ନୂଆପଲେଇ, ଅଢେଇକୁଳ, ସାଦେଇପୁର, ତଅଁରା, ରେଢ଼ୁଆ, ଚିକିଣିଆ ଓ ତାରପୁର ଆଦି ଅଞ୍ଚଳ ଗୁଡିକ ଜବରଦଖଲ କାରୀଙ୍କ କବଜାରେ l ବିଭିନ୍ନ ଗାଁ ରାସ୍ତା ଉପରେ ଗୋରୁ, ଗାଈ ବନ୍ଧା ହେଉଛନ୍ତି ତ କେଉଁ ନୟାନଜୋରୀ ଉପରେ ଗୁହାଳ, ଶୌଚାଳୟ, ଗାଧୁଆ ଘର ଏବଂ ଗାଁ ଢ଼ଳେଇ ରାସ୍ତା ରେ ଚଉରା, ଘର ପୋର୍ଟିକ, ପାହାଚ ଓ ଘର ପ୍ରାଚୀର ବି ଉଠାଇ ଦେଉଛନ୍ତି l ଗ୍ରାମ୍ୟ ରାସ୍ତା ଗୁଡିକ ଢ଼ଳେଇ ହୋଇଥିବାରୁ ସେଥିରେ ଘର ନିର୍ମାଣ ପାଇଁ ରାସ୍ତା ଉପରେ ବାଲି, ଗୋଡି, ବାଉଁଶ ଓ ରଡ଼ ଇତ୍ୟାଦି ରଖଦେବାରୁ ଯାତାୟାତ କରିବାରେ ବ୍ୟାଘାତ ସୃଷ୍ଟି ହେଉଛି l ସେହିପରି ମୁଗ, ବିରି ଅମଳ ଆରମ୍ଭ ହେଲେ ଢ଼ଳେଇ ରାସ୍ତା ଯାକ ଖଳାରେ ପରିଣତ ହୋଇଯାଉଛି l ଏଥି ନିମନ୍ତେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ ଅଭିଯୋଗ କଲେ ବି ଜିଲ୍ଲାପାଳ ଙ୍କ ନିର୍ଦେଶ କୁ କାର୍ଯ୍ୟକାରୀ କରାଯାଉନାହିଁ l ବହୁ ଗୋଚର, ଅନାବାଦୀ ଜମି ମାନଙ୍କ ରେ ମନ୍ଦିର, କ୍ଲବ ଘର, ଚା ଜଳଖିଆ ଦୋକାନ, ସଜନାଗଛ, କଦଳୀ ଗଛ, ବିଭିନ୍ନ ପନିପରିବା ଓ ମଦ ଦୋକାନ ଇତ୍ୟାଦି ଖୋଲା ହୋଇଥିଲେ ବି ତାହା ସରକାର ଙ୍କ ରାଜସ୍ବ କୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉନି l ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରଘୁନାଥପୁର ତହସିଲ କର୍ତ୍ତୃପକ୍ଷ ଯଦି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଏଥିନିମନ୍ତେ ଆନ୍ଦୋଳନ କୁ ଓହ୍ଲାଇ ବୁ ବୋଲି ମାନବିକ ଅଧିକାର ମିଶନ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ବାରିକ ଓ ଜନ କଲ୍ୟାଣ ସଚିବ ଅଜୟ କିଶୋର ଦାସ ଦାବି ଜଣାଇଛନ୍ତି l ରଘୁନାଥପୁର ତହସିଲ କର୍ତ୍ତୃପକ୍ଷ ଙ୍କ ଏପରି ଚରମ ଅବହେଳା ରୁ ଜବରଦଖଲ କାରୀଙ୍କ ନିଦ ଭାଙ୍ଗୁନାହିଁ, ତେଣୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଵି ଦାବି ହେଉଛି।
BACK TO TOP