Breaking
News
Breaking
News
19-Oct-2026
ରଣଝାଲିରେ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଜଣେ ମୃତ, ଜଣେ ଆହାତ |
ଓଡିଶା ଜନ ମତ, ପୁରୁଷୋତ୍ତମପୁର,
ତା -19/10/26,ଶୁଭଙ୍କର ଦାଶ :----
ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରଣଝାଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ରେ ମେଡିକାଲ ରେ ଜଣଙ୍କ ମୃତ୍ୟୁ ହୋଈ ଥିଲାବେଳେ ଆଉ ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ କୁ ନିଆ ଯାଇଛି | ଘଟଣାରୁ ଜଣା ପଡିଛି ଯେ କବିସୂର୍ଯ୍ୟ ନଗର ବ୍ଳକ ଅନ୍ତର୍ଗତ ଖୋଜାପଲିଗ୍ରାମର ପ୍ରଦୀପ ବିଷୋୟୀ(29)ବର୍ଷ ତାରାତାରିଣୀ ଛକ ପଟୁ ପୁରୁଷୋତ୍ତମପୁର ଅଭିମୁଖେ ଆସୁଥିବା ବେଳେ କୋଦଳା ବ୍ଳକ ଅନ୍ତର୍ଗତ ଖାରିପଲି ଗ୍ରାମର କୃଷ୍ଣ ଦାସ (22) ବର୍ଷ ତାରା ତାରିଣୀ ପଟକୁ ଦିଗଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଅଟୋ ଓଭରଟେକ୍ କରିବା ବେଳେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିଟି ବାଇକ୍କୁ ଧକ୍କା ଦେବାରୁ ଉଭୟ ଚାଳକ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଏହାର ସୁଯୋଗ ନେଇ ଅଟୋ ଚାଳକ ଘଟଣାସ୍ଥଳରୁ ଅଟୋ ସହ ଚମ୍ପଟ ମାରିଛନ୍ତି । ସଙ୍ଗେ ସଙ୍ଗେ ଏହି ଦୁର୍ଘଟଣା ଖବର ପାଇ ପୁରୁଷୋତ୍ତମ ପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ପୁରୁଷୋତ୍ତମ ପୁର ମେଡିକାଲ କୁ ଫାୟାର ଗାଡି ରେ ଆଣିଥିଲେ। ସେଠାରେ କୃଷ୍ଣଙ୍କମୃତ ହୋଇଥିବା ଡକ୍ଟର ଘୋଷଣା କରିଥିଲେ | ତେବେ ପ୍ରଦୀପଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ 108 ଗାଡିରେ
ରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।ଏବଂ ଖସି ଯାଇଥିବା ଅଟୋଟିକୁ ଖୋଜିବାକୁ ପୋଲିସ ଟିମ ଓ ସିସି ଟିଭି କେମେରା ଯାଞ୍ଚ କରାଯାଉ ଥିବାର ଥାନା ପକ୍ଷରୁ ସୂଚନା ମିଳିଛି |
BACK TO TOP