Breaking
News
Breaking
News
16-Oct-2026
ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରା ଜଜ୍ଙ୍କ ଅଦାଲତରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ।
ଓଡିଶା ଜନମତ, ବେଗୁନିଆପଡା : 16/1026 :
ଭଞ୍ଜ କିଶୋର ମହାରଣା l
ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମାନ୍ୟବର କୋଦଳା ଅତିରିକ୍ତ ଦୌରା ଜଜ୍ଙ୍କ ଅଦାଲତ କବିସୂର୍ଯ୍ୟନଗର ଥାନା ମାମଲା ନଂ 256, ତାରିଖ 19/09/2020ରେ ଧାରା 302/34 ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କନ୍ଧ ଖରିଡା ଗ୍ରାମର ଶିବରାମ ରାଉତ ଓ ଜଗନ୍ନାଥ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ 10,000 ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ମୁନା ବିଶ୍ୱାଳଙ୍କୁ ଛୁରୀ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ମୁନା ବିଶ୍ୱାଳଙ୍କର ପରବର୍ତ୍ତୀ ସମୟରେ 17/10/2020 ତାରିଖରେ ମୃତ୍ୟୁ ହୋଇଥିଲା।ପୋଲିସର ତଦନ୍ତ ଓ ଅଭିଯୋଗ ପକ୍ଷର ଦୃଢ଼ ଯୁକ୍ତି ଫଳରେ ଏହି ମାମଲାରେ ଦୋଷସିଦ୍ଧି ସମ୍ଭବ ହୋଇପାରିଛି। ମୃତକଙ୍କ ପତ୍ନୀଙ୍କ ସାକ୍ଷ୍ୟକୁ ଚିକିତ୍ସା ସମ୍ବନ୍ଧୀୟ ପ୍ରମାଣ ଓ ଅନ୍ୟାନ୍ୟ ପରିସ୍ଥିତିଜନ୍ୟ ସାକ୍ଷ୍ୟ ସମର୍ଥନ କରିଥିଲା। ଏହି ସମସ୍ତ ପ୍ରମାଣ ଆଧାରରେ ଅଦାଲତ ଅଭିଯୋଗଗୁଡ଼ିକୁ ସନ୍ଦେହାତୀତ ଭାବେ ପ୍ରମାଣିତ ବୋଲି ଗ୍ରହଣ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଭାବେ ଏଏସ୍ଆଇ ଆର୍. ଶଙ୍କର ରାଓ ଓ ଥାନା ଅଧିକାରୀ ପ୍ରଭାତ ସାହୁ ତଦନ୍ତ କରିଥିବା ବେଳେ ଅଭିଯୋଗକାରୀଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ବ୍ରଜବନ୍ଧୁ ଦଳବେହେରା ମାମଲା ପରିଚାଳନା କରିଥିଲେ।
BACK TO TOP