Breaking News

ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||     

ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |

16-Oct-2026

ପୋଲସରାରେ ବ୍ଲକ୍ ସ୍ତରୀୟ ପୋଷଣ ମାସ -୨୦୨୬  କାର୍ଯ୍ୟକ୍ରମ ଅନୁଷ୍ଠିତ |

ଓଡ଼ିଶା ଜନମତ ପୋଲସରା,ସନ୍ତୋଷ କୁମାର ପଣ୍ଡା,
ତା -୧୬-୧୦-୨୦୨୨:- ----

ଗଞ୍ଜାମ ଜିଲ୍ଲା ପୋଲସରା ସିଡ଼ିପିଓ  କାର୍ଯ୍ୟାଳୟ ପକ୍ଷରୁ ୯ମ ରାଷ୍ଟ୍ରୀୟ  ପୋଷଣ ମାସ -୨୦୨୬ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ପୋଲସରା ଅଧୀକାରିଣୀ ତିଳୋତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କାର୍ଯ୍ୟାଳୟ ଜନ ଶୁଣାଣି ପ୍ରକୋଷ୍ଠ ଗୃହରେ ଆୟୋଜିତ କାର୍ଯ୍ୟକ୍ରମକୁ ଏବିଡ଼ିଓ ସୋନମ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପୋଲସରା ଆୟୁଷ ବିଭାଗ ଡ଼ାକ୍ଟର ଶୁଭ୍ରମୟୀ  ପାଢ଼ୀ, ଉସ୍ତାପଡ଼ା  ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅମିୟ ରଞ୍ଜନ ଦାସ ଓ ଅଞ୍ଚଳ ପରିଦର୍ଶିକା ଲିଲି ଶବର ଓ ମୁକ୍ତା ଦେବୀ ପ୍ରମୁଖ  ଉପସ୍ଥିତ ଥିଲେ । ଏହି ଅବସରରେ ସିଡ଼ିପିଓ ନିଜର ବକ୍ତବ୍ୟରେ  ସମସ୍ତ ଅତିଥିବୃନ୍ଦଙ୍କ  ସମେତ ଉପସ୍ଥିତ ଅନ୍ୟ ସମସ୍ତ ଅଙ୍ଗନବାଡ଼ି କର୍ମୀ, ପାଚିକା ସହାୟିକାମାନଙ୍କୁ ସ୍ୱାଗତ କରିବା ସହ ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ ସ୍ଵତନ୍ତ୍ର ସେବାକାର୍ଯ୍ୟ ଉପରେ  ଆଲୋକପାତ କରିଥିବାବେଳେ ମୁଖ୍ୟ ଅତିଥି ମହୋଦୟା ନିଜର ଅଭିଭାଷଣ ଜରିଆରେ  ସରକାରଙ୍କ ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା ଯୋଜନାକୁ ସଫଳ ରୂପାୟନରେ ପରିଣତ କରିବାକୁ ସମସ୍ତେ ନିଜନିଜର  ଉତ୍ତର ଦାୟିତ୍ୱକୁ ସଠିକଭାବେ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଡାକ୍ଟର ମହୋଦୟା ନିଜ  ବକ୍ତବ୍ୟରେ ବିଶେଷକରି  ଗର୍ଭବତୀ  ମହିଳାମାନେ ଡାକ୍ଟରଙ୍କ ଠାରୁ ଉଚିତ୍ ପରାମର୍ଶ ନେଇ ନିଜେ କିପରି ଯତ୍ନବାନ ହେବା ସହିତ  ଶିଶୁମାନଙ୍କ କିଭଳି  ଭାବେ ନେବେ ସେଥି ଉପରେ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ଜଣେ ନବଜାତକ ମାତାଙ୍କୁ ପୁରସ୍କାର ପ୍ରଦାନ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ଗୋଦଭରାଇ ଅନ୍ତର୍ଗତ ଅନ୍ନପ୍ରାସନ କାର୍ଯ୍ୟକ୍ରମ ସମ୍ପନ  କରାଯାଇଥିଲା । ଏଥିସହ କୁଇଜ, ରଚନା, ଚିତ୍ରାଙ୍କନ ଓ ପ୍ରବନ୍ଧ ଉପରେ କରାଯାଇଥିବା  ପ୍ରତିଯୋଗିତାରେ  ଏହି  ବ୍ଲକ୍‌ ବନ୍ଥପଲ୍ଲୀ ପଞ୍ଚାୟତ ଉସ୍ତାପଡ଼ା ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ୯ ଜଣ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପ୍ରଶ°ସାପତ୍ର ଏବଂ ଟ୍ରଫି ଦିଆଯାଇଥିବା ବେଳେ  କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର   ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ପଦାର୍ଥ ସହିତ ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ  ଶ୍ରେଷ୍ଠ ପ୍ରସ୍ତୁତି ଖାଦ୍ୟ ପାଇଁ ଏବଂ  ପାଚିକା ସହାୟିକାମାନଙ୍କ ସମେତ ଅଙ୍ଗନବାଡ଼ି କର୍ମୀଙ୍କୁ ଦକ୍ଷତା  ପ୍ରମାଣପତ୍ର ସହିତ ଟ୍ରଫି ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ପରିଦର୍ଶିକା ମୁକ୍ତାଦେବୀ ସଂଯୋଜନା  କରିଥିଲେ । ଶେଷରେ ସିଡ଼ିପିଓ  କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ଶାରଦୀୟ ଅଭିନନ୍ଦନ  ଜଣାଇଥିଲେ ।

News Comment

You Might Also Like

BACK TO TOP