Breaking
News
Breaking
News
16-Oct-2026
ଖଲ୍ଲିକୋଟ : ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୬ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଦାନପୁର କ୍ଲଷ୍ଟର ଅନ୍ତର୍ଗତ ବେଢ଼ ଉଚ୍ଚ ବିଦ୍ୟାଳୟ, ବି.ଏନ.ପୁର ପରିସରରେ ସିଆରସିସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ ଆବାହକତ୍ବରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିକର କୁମାର ବେହେରାଙ୍କ ସଭାପତିତ୍ୱରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସିଆରସିସି ଶ୍ରୀ ପ୍ରଶାନ୍ତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବି.ଏନ.ପୁର ସରପଞ୍ଚ ରୁଷିକେଶ ବେହେରା ଏବଂ ଦାନପୁର ସରପଞ୍ଚ ଜୟଦେବ ବେହେରା ମୁଖ୍ୟ ଅତିଥି, ନୀଳକଣ୍ଠ ମହାରଣା ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ଭାବେ ବିଜୟ କୁମାର ତ୍ରିପାଠୀ ବ୍ଳକ ସେକ୍ରେଟେରୀ , ହୀନ ନାହାକ ପୂର୍ବତନ ପ୍ରଧାନ ଶିକ୍ଷକ ,କୈଳସ ମୁଦୁଲି ବିଦ୍ୟାଳୟ ସଭାପତି, ବିଜୟଲକ୍ଷ୍ମୀ ସାହୁ ବିଦ୍ୟାଳୟ ଉପସଭାପତି ଯୋଗଦେଇ ପଠନରତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଶିଶୁ ମହୋତ୍ସବ ସୁରଭି -୨୦୨୬ କାର୍ଯ୍ୟକ୍ରମର ସଫଳତା କାମନା ସହ ଶୁଭେଚ୍ଛା ଶୁଭ ଅଭିନନ୍ଦନ ଜଣାଇଥିଲେ । ବକ୍ତୃତା, ତର୍କ, ଅଭିନୟ, ସଙ୍ଗୀତ, ଚିତ୍ରକଳା, ପି ଏମ୍ ପୋଷଣ ଶିଳ୍ପ କଳା, ଦଳଗତ ନୃତ୍ୟ, ପ୍ରବନ୍ଧ, ସୃଜନଶୀଳ ଲିଖନ ଆଦି ପ୍ରତିଯୋଗିତା ଆୟୋଜନ ଫଳରେ ଛାତ୍ରଛାତ୍ରୀମାନେ କିପରି ଉପକୃତ ହେବା ସହିତ ସେମାନଙ୍କ ପ୍ରତିଭାର ଉପଯୁକ୍ତ ବିକାଶ ହୋଇଥାଏ, ସେ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ମେଡାଲ ମାନପତ୍ର ସହିତ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ବେହେରା ଏବଂ ସନାତନ ମହାଙ୍କୁଡ । ଦାନପୁର କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁରଭି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ନିଜ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ, ପରି ଶେଷରେ ବେଢ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକର କୁମାର ବେହେରା ଧନ୍ଯବାଦ ଦେଇ ସଭା ସାଙ୍ଗ କରିଥିଲେ ।
ରିପୋର୍ଟ:-
ଡକ୍ଟର ଦ୍ବାରିକାନାଥ ମହାରଣା
ଖଲ୍ଲିକୋଟ, ଗଂଜାମ
BACK TO TOP