Breaking
News
Breaking
News
16-Oct-2026
କେଶପୁର ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ଅନୁଷ୍ଠିତ।
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା :---=
ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କେଶପୁର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ପ୍ରଧାନ ଶିକ୍ଷକ ଦିଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେଶପୁର କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବନା କୁମାର ସ୍ୱାଇଁଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସରପଞ୍ଚ ବିଚିତ୍ର ଜାଲି , ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି,କେଶପୁର ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ,ଏସ ଏମ ସି ଏକାଡେମୀକ ଏକମିଟି ସଭ୍ୟ ଭୀମସେନ ଦାସ,ପୂର୍ବତନ ସି ଆର ସି ସି ମାଗତା ନାହାକ, ନୀଳାଞ୍ଚଳ ମିଶ୍ର,ଏ ଇ ଆଇ ପ୍ରଶାନ୍ତ କୁମାର ବଡତ୍ୟା,ସନ୍ତୋଷ କୁମାର ଗୌଡ଼,ପ୍ରକାଶ ଚନ୍ଦ୍ର ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ,ବ୍ଲକ ବିଜ୍ଞାନ ଶିକ୍ଷକ ସଂଯୋଜିକା ମେନକା ଦେବୀ ରାଉତଙ୍କ ସମେତ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।ଏ ଇ ଆଇ ହରିହର ବେହେରା ମଞ୍ଚ ପରିଚାଳନା କରିଥିଲେ। କ୍ଲଷ୍ଟରର ୧୪ ଗୋଟି ବିଦ୍ୟାଳୟରୁ ଆସିଥିବା ୨୫୦ ଜଣ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବକ୍ତୃତା, ପ୍ରବନ୍ଧ,ସୁନ୍ଦର ହସ୍ତାକ୍ଷର,ବିତର୍କ,ସୃଜନାତ୍ମକ ଲିଖନ,କୁଇଜ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତା କରାଯାଇଥିଲା। ପରିଶେଷରେ କୃତ୍ତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମର ଭଦ୍ରବ୍ୟକ୍ତି ମାନେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସି ଆର ସି ସି ପବନା କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
BACK TO TOP