Breaking
News
Breaking
News
17-Oct-2026
ଦୁର୍ଗାପୂଜା ରେ ଚଳଚଞ୍ଚଳ କଲ୍ୟାଣସିଂହପୁର ସହର
ଓଡିଶା ଜନମତ ରାୟଗଡ଼ା, ୧୭/୧୦,
କାମେଶ୍ୱର କରକରିଆ :------
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଇନ୍ଦିରାସୃତି ସଦନ ଠାରେ କରାଯାଉଥିବା ମୂର୍ତ୍ତି ପୂଜା ରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ । ଗତକାଲି ଶୁକ୍ରବାର ଷଷ୍ଠି ଅବସରରେ ମୂର୍ତ୍ତି ପୂଜା ଠାରେ ପୂଜକ ବାପିନ ମିଶ୍ର (ଲାରା) ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ବେଲବରଣ କରିବା ସହ ଗଙ୍ଗା ଆହ୍ୱାନ କରି କଳସରେ ସୁବାସିତ ଜଳ ଆଣି ପୂଜାମଣ୍ଡସରେ ସ୍ଥାପନ କରିଥିଲେ ।କର୍ତ୍ତାଭାବେ ଗୋପାଳ ନାୟକ ଦମ୍ପତି ବାଜାବାଜଣା ବଜାଇ, ଶଙ୍ଖ ଧ୍ୱନି, ବାଣ ଫୁଟାଇ, ଘୁମୁରାର ତାଳେ ତାଳେ ମାଆ ଦୁର୍ଗା ମନ୍ଦିର ପୀଠ କୁ ଆସି ମାଙ୍କ ଠାରୁ ଆଜ୍ଞାମାଳ ଓ ଆଶିଷ ନେଇ ମୂର୍ତ୍ତି ପୂଜା ଠାରେ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଶନିବାର ଦିନ ମଣ୍ଡଳ ସ୍ଥାପନ,ଅଙ୍କୁରାରୋପଣ ,ସୂର୍ଯ୍ୟପୂଜା, ଚଣ୍ଡୀ ପାଠ ,ଦୁର୍ଗା, ଗଣେଷ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀ ଙ୍କ ସହସ୍ରନାମ ପାଠ କରାଯିବ ପରେ ହୋମ ଯଜ୍ଞ କରାଯାଇଛି । ମୂର୍ତ୍ତି ପୂଜା ଠାରେ ମେଢ଼ ,ତୋରଣ ,ଆଲୋକ ସଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ ହୋଇ ଉଠିଛି ।ମାଆ ଦୁର୍ଗା ମନ୍ଦିର ଠାରେ ଆଜି ମାଆଙ୍କୁ କାଳରାତ୍ରୀ ବେଶରେ ପୂଜକ ସୁସଜିତ କରି ସପ୍ତମୀ ତିଥି ଅବସରରେ ରୀତିନୀତି ଅନୁଯାୟୀ ପୂଜା ପାଠ,ହୋମ ଯଜ୍ଞ, ଚଣ୍ଡୀ ପାଠ, ଦୁର୍ଗା ଙ୍କ ସହଶ୍ର ନାମ ଜପ କରାଯାଇଛି ।ମାଆ ଙ୍କ ମନ୍ଦିରରେ ରାତ୍ରରେ ପଶୁ ବଳି ଦିଆଯାଇଛି । ଦୁଇଟି ସ୍ଥାନରେ ମହାଆଡ଼ମ୍ବର ରେ ଦଶହରା ପୂଜା ପାଳନ କରାଯାଉ ଥିବା ଦେଖିବାକୁ ମିଳିଛି। ପୂଜା କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି।
BACK TO TOP