Breaking
News
Breaking
News
18-Oct-2026
ଖଲ୍ଲିକୋଟ ମର୍ଦରାଜ ବଂଶ ର ପ୍ରତିଷ୍ଠିତ ଦେବୀ ମା ବହୁତୀ ଙ୍କ ପୀଠ ରେ ନବରାତ୍ରି ମହୋତ୍ସଚ |
ଓଡିଶା ଜନ ମତ, ଖଲ୍ଲିକୋଟ,ମାଧବ ବେହେରା :----
ଖଲ୍ଲିକୋଟ : 17/10 ଖଲ୍ଲିକୋଟ ଗଡ଼ ର ଅଧୋଷ୍ଠାତ୍ରୀ ଦେବୀ ମା ବହୁତୀ ଖଲ୍ଲିକୋଟ ମର୍ଦରାଜ ବଂଶ ର କୂଳ ଦେବତା ଓ ଏହା ତତ୍କାଳୀନ ରାଜ ପରିବାର ଦ୍ୱାରା ପ୍ରତିଦଟିତ |ମା ବହୁତୀ ଠାକୁରାଣୀ ଖଲ୍ଲିକୋଟ ଗଡ଼ ରାକ୍ଷକଫିଣୀ ଭାବେ ସୁପରିଚିତ |ମାରୁଆ ପାହାଡ଼ ର ସବୁଜ ବନାନୀ ର ଘଞ୍ଚ ପରିବେଶ ରେ ତାଂକ ମନ୍ଦିର | ବହୁତୀ ଙ୍କ ମନ୍ଦିର ବାମ ରେ ଓଡିଶା ର ଦ୍ୱତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିର ରହିଛି |ଖଲ୍ଲିକୋଟ ସହର ର ପୂରପଲ୍ଲୀ ରେ ଥିବା ଅଧିବାସୀ ମାନେ ମା ବହୁତୀ ଙ୍କୁ ଅନ୍ତର ର ସହିତ ଧ୍ୟାନ କରିବା ସହ ସମସ୍ତ ଶୁଭ କାର୍ଯ୍ୟ ରେ ମା ଙ୍କ ଆଶ୍ରିବାଦ ର ଧଣ୍ଡା ମାଳ କୁ ଆବାହନ କରି ଅଣା ଯାଇଥାଏ |ମା ବହୁତୀ ଙ୍କ ବ୍ୟାପକ ଅଲୌକିକତା ରହିଛି |ଖଲ୍ଲିକୋଟ ରାଜ ପରିବାର ର ବ୍ରତ ବିବାହ ଭଳି ସମସ୍ଥ ଶୁଭ କାର୍ଯ୍ୟ ରେ ପୂଜା ଅର୍ଚନା କରାଯାଏ |, ଏପତିକି ରାଜପରିବାର ଲୋକ ମାନେ ଯୁଦ୍ଧ କିମ୍ବା ପାରିଧି ଯିବା ବେଳେ ଜଗଦ୍ଧାତ୍ରୀ ଜଗତଜନନୀ ମା ବହୁତୀ ଙ୍କୁ ନିମନ୍ତ୍ରଣ କରାଯିବା ର ପରମ୍ପରା ରହିଛି | ରାଜ ପରିବାର ର ନିତି ଆଦର୍ଶ କୁ ଅନୁସରଣ କରି ସହର ର ସମସ୍ଥ ଳୋକ ମାନେ ବିବାହ ବ୍ରତ ଘର ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ ସମ୍ପାଦନ କ୍ଷେତ୍ର ରେ ମା ବହୁତୀ ଙ୍କୁ ପ୍ରଥମ ନିମନ୍ତ୍ରଣ ପ୍ରଦାନ କରଯିବା ର ପରମ୍ପରା ରହିଛି |, ମା ବହୁତୀ ଙ୍କୁ ଗଡ଼ ଚଣ୍ଡୀ ବୋଲି ଅନେକ କହିଥାନ୍ତି |, ପାକ୍ଫୁଟିକ ବିପତି ମହାମାରୀ ବସନ୍ତ ବଜାଲି ରୋଗ ଓ ଦୁର୍ବିପାକ ରୁ କଜଲ୍ଲିକୋଟ ଗଡ଼ କୁ ରକ୍ଷା କରିଥିବା ବିଶ୍ୱାସ ରହିଛି |, ପ୍ରତ୍ୟାକ ସଂକ୍ରାନ୍ତି ଚୈତ୍ର ମାସ ରେ ଠାକୁରାଣୀ ଙ୍କ ପୀଠ ରେ ଭିଡ଼ ଲାଗିଥାଏ |ଗମ୍ମା ପୂର୍ଣମୀ ବାସୀ ଦିନ ବେଗୁନିଆପଡା ବ୍ଲକ ର ମୁଣ୍ଡୁଳା ଚନ୍ଦନ ପୁର ଠାରୁ ତାଂକ ସାନ ଭଉଣୀ ବଡ଼ରଉଳ ଖଲ୍ଲିକୋଟ ଆସି ମା ବହୁତୀ ଙ୍କ ସହ ଭେଟ ଘାଟ ହୋଇ ସମସ୍ତ ସାହି ରେ ବଡ଼ ରାଉଳ ଙ୍କୁ ପୂଜା ଅର୍ଚନା କରିବା ପରମ୍ପରା ରହିଛି | ମା ବହୁତୀ ଙ୍କ ପୀଠ ରେ ନବ ରାତ୍ର ପୂଜା ଧାରାବାହିକ ଭାବେ ପାଳନ ହୋଇ ସପ୍ତମୀ ଅଷ୍ଟମୀ ଓ ନବମୀ ରେ ସନ୍ଧି ପୂଜା ଓ ହୋମ ଓ ଚଣ୍ଡୀ ପାଠ ପରେ ମା ବହୁତୀ ନଗର ଭ୍ରମଣ କରନ୍ତି |, ଏଠାରେ ପଶୁ ବଳି ପରମ୍ପରା ଥିଲା ମହା ପଶୁ କୁ ବଳି ଦିଆ ଯାଇ ମା ଙ୍କୁ ସନ୍ତୁଷ୍ଟ କରାଯାଉଥିଲା |କିନ୍ତୁ ଗତ କିଛି ବର୍ଷ ହେଲା ଏହି ପରମ୍ପରା କୁ ବନ୍ଦ କରାଯାଇଛି | ମନ୍ଦିର ରେ ମା ବହୁତୀ ଙ୍କ ସହ ଶୀତଳା ଓ ବଗଲା ମୂର୍ତ୍ତି ଓ ବିଜେ କନକ ଦୁର୍ଗା ଙ୍କୁ ମଧ୍ୟ ପୂଜା ଅରାଯାଏ | ଖଲ୍ଲିକୋଟ ର ବଡଦାଣ୍ଡ ସାହି ଦୁର୍ଗା ପୂଜା ପୈର ବିଲ୍ଵ ବରଣ କରାଯାଇ ଅଜ୍ଞାମାଳ ସହ ଶୁଭ ଖୁଣ୍ଟି ସ୍ଥାପନ ହୋଇଥାଏ | ମା ଙ୍କ ସଂକୁଡି ଭୋଗ ପାଇବା ପାଇଁ ପୀଠ ରେ ଭକ୍ତ ଙ୍କ ଭିଡ଼ ଲାଗିବା ସହ ଦୁର୍ଗା ପୂଜା ଚାରିଦିନ ପ୍ରବଳ ଜନ ସମାଗମ ହେବା ସହ ଅଷ୍ଟମୀ ଦିନ ମା ଙ୍କୁ ଏକ ସୁସଜ୍ଜିତ ରଥ ସାହାଯ୍ୟ ରେ ଘଣ୍ଟ କାହାଳି ଓ ହୁଳହୁଳି ହରିବୋଲ ଶଙ୍ଖ ଦ୍ୱନି ରେ ମା ଙ୍କୁ ଖଲ୍ଲିକୋଟ ସହର ପରିକ୍ରମା କରିଥାନ୍ତି | ମା ଙ୍କୁ ପ୍ରତି ଦିନ ଚୁଆ ସିନ୍ଦୁର ଓ ସୁଗନ୍ଧିତ ଧୂପ ଦୀପ ରେ ମନ୍ଦାର ମାଳା ରେ ମା ଙ୍କୁ ଯାନୀ ସେବକ ମାନେ ଆଭୂଷଣ କରିଥାନ୍ତି |
BACK TO TOP