Breaking
News
Breaking
News
19-Oct-2026
ଖଲ୍ଲିକୋଟ ଦୁର୍ଗାପୂଜା ବାଡ଼ ଯାତ୍ରା କୁ 75 ବର୍ଷ ପୁରିଲା, ଧୂମଧାମ ରେ ପାଳନ ହେଉଛି ସାହି ଯାତ୍ରା |
ଓଡିଶା ଜନମତ ମାଧବ ବେହେରା
ଖଲ୍ଲିକୋଟ,18/10,:----
ଖଲ୍ଲିକୋଟ ଗଞ୍ଜାମ ଜିଲ୍ଲା ର ଏକ ସର୍ବ ପୁରାତନ ଗଡ଼ ଜାତ ସହର | ଏଠାରେ ବିବିଧତା ଭିତରେ ଏକତା ଡ ବିଭିନ୍ନ ଜାତି ଧର୍ମ ଓ ବର୍ଣ ର ଳୋକ ମାନେ ବସ ବାସ କରନ୍ତି!| ଏଠାରେ ବାର ମାସ ରେ 13 ପୂଜା ପାର୍ବଣ ପାଳିତ ହୋଇ ଥାଏ | ଦିନ କୁ ଦିନ ସହର ରେ ଗଣେଶ ପୂଜା, ସରସ୍ବତୀ ପୂଜା ବିଶ୍ଵକର୍ମା ଓ ଗଜଲକ୍ଷ୍ମୀ ପୂଜା ମହା ସମାରୋହ ରେ ପାଳିତ ହୋଇ ଥାଏ |ତେବେ ସବୁ ପୂଜା ଠାରୁ ଦଶହରା ରେ ଦୁର୍ଗା ପୂଜା ଏକ ନିଆରା ଢଙ୍ଗ ରେ ପାଳିତ ହୋଇ ଆସୁଛି | ଖଲ୍ଲିକୋଟ ର ରଜ ବହାଦୁର ରାମ ଚନ୍ଦ୍ର ମର୍ଦରାଜ ଙ୍କ ପ୍ରୋତ୍ସାହନ ରୁ ପ୍ରାୟ ପ୍ରାକ ସ୍ୱାଧୀନତା କାଳ ରୁ ଦୁଇ ସାହି ବାଡ଼ ଯାତ୍ରା ଆରମ୍ଭ ହୋଇଛି | ଏହି ସାର୍ବ ଜାଣିନ ଦୁର୍ଗାପୂଜା ପ୍ରାୟ ପ୍ରାୟ 1948 ମସିହା ରେ ଆରମ୍ଭ ହୋଇଥିଲା | ପ୍ରଥମେ ଦୁର୍ଗା ପୂଜା ଅଧୁନା ମିନି ଷ୍ଟାଡିଅମ ଥିବା ଜାଗା ରେ ଦଶହରା ପୂଜା ହୋଇ ମେଲାଣି ହେଉଥିଲା |, ତିନି ଦିନ ବ୍ୟାପି ପର୍ବ ପାଇଁ ଗୋଲା ସେବାୟତ ମାନେ ଦୁର୍ଗା ପୂଜା ପାଇଁ ଛେଳି ଓ ଘିଅ ଯୋଗାଉଥିବା ବେଳେ ଗୌଡ଼ ସେବାୟତ ମାନେ କ୍ଷୀର ଓ ଅନ୍ୟ ପ୍ରଜା ମାନେ ଯୋଗାଉରହିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ରେ ଖାଦ୍ୟ ରୋସେଇ ହୋଇ ସାରା ଖଲ୍ଲିକୋଟ ଗଡ଼ ଜାତ ଅଞ୍ଚଳ ର ପ୍ରଜା ମାନେ ଭୋଜନ କରିଥାନ୍ତି |ଏକ ମେରୁ ଖୁଣ୍ଟି କୁ ଧରି ଅସ୍ତ୍ର ଶସ୍ତ୍ର ସଜ୍ଜିତ ହୋଇ ଘଣ୍ଟ ଓ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟ ରେ ମା ଦୁର୍ଗା ଙ୍କୁ ବିସର୍ଜନ କରାଯାଉଥିଲା |ତେବେ 1953 ମସିହା ରେ ରାଜା ଶାସନ ଗଲା ପରେ ଖଲ୍ଲିକୋଟ ରେ ବଡ଼ ଦାଣ୍ଡ ସାହି ପୂଜା କମିଟି ଓ ଧରାକୋଟ ସାହି ପୂଜା କମିଟି ଦୁଇ ବାଡ଼ି ରେ ବିଭକ୍ତ ହୋଇ ଦୁର୍ଗା ପୂଜା ସମ୍ପନ୍ନ ହୋଇଥିଲା |, ବଡ଼ ଦାଣ୍ଡ ସାହି ବାଡ଼ି ର ପ୍ରଥମ ସଭାପତି ଭାବେ ସ୍ବର୍ଗତ ପଦ୍ମ ନାଭ ଆଚାର୍ଯ୍ୟ ଓ ଧରାକୋଟ ସାହି ବାଡ଼ ର ବୈଦ୍ୟରଜ ସ୍ବର୍ଗତ ଗୋଲଖ ମହାପାତ୍ର ସଭାପତି ଦାୟିତ୍ୱ ଦୁର୍ଗାପୂଜା ଆରମ୍ଭ ହୋଇଥିଲା |ଏପରିକି ଦୁର୍ଗା ପୂଜା ରେ ଭାଇଚରା ବଲବତର ଥିବା ବେଳେ ମୁସଲମାନ ସମ୍ପ୍ରଦାୟ ର ଳୋକ ମାନେ ଦୁର୍ଗା ପୂଜା କମିଟି ର ସଭାପତି ଦାୟିତ୍ୱ ତୁଲାଇବାର ନଜିର ରହିଛି |, ଦୁର୍ଗାପୂଜା ରେ ଘଣ୍ଟ ବାଦ୍ୟ ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ଥିଲା |କଲକ୍ରମେ ଆଧୁନିକ ପରିପାଟୀ ରେ ଯାତ୍ରା ହୋଇ ଆସୁଛି | କ୍ରମଶଃ ବିବିଧ ଆଲୋକ ସଜ୍ଜା ରେ ଦୁର୍ଗା ମଣ୍ଡପ କୁ ସଜ୍ଜିତ କରାଯିବା ସହ ପୌରାଣିକ ନାଟକ ମହାଭାରତ ଓ ରାମାୟଣ ନାଟକ ମଞ୍ଚସ୍ଥ ହେଉଛି | ତେବେ ବର୍ତମାନ ଦୁର୍ଗାପୂଜା ମହା ଜାକ ଯମକ ହେଉଛି |,, ଚଳିତ ବର୍ଷ ଉଭୟ ଦୁର୍ଗା ପୂଜା କୁ 75 ବର୍ଷ ପୂର୍ତ୍ତି ହେବା ଫଳରେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ତରଫରୁ ଉଭୟ ଦୁର୍ଗା ପୂଜା କମିଟି କୁ 75 ବର୍ଷ ପୂର୍ତ୍ତ ଉପଲକ୍ଷେ 75 ହଜାର ଟଙ୍କା ଅନୁଦାନ ମିଳିଥିବା ଜଣାଅପଡ଼ିଛି | ଚଳିତ ବର୍ଷ ବଡ଼ ଦାଣ୍ଡ ସାହି ବାଡ଼ ର ଲକ୍ଷ୍ମୀକାନ୍ତ ମହାପାତ୍ର ସଭାପତି ହୋଇ ଥିବା ବେଳେ ଧରାକୋଟ ସାହି ବାଡ଼ ର କାର୍ତିକ ପ୍ରଧାନ ସଭାପତି ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଜଣା ପଡ଼ିଛି |
BACK TO TOP