Breaking
News
Breaking
News
12-Oct-2026
ନେସନ ବିଲଡର ଆୱାର୍ଡ଼ରେ ଫୋଟୋ ଗ୍ରାଫର ଅଶୋକ ରଥ ସମ୍ମାନୀତ |
ଓଡ଼ିଶା ଜନମତ, ଛତ୍ରପୁର, ତା. ୧୧ / ୧୦ (କେ.ସତ୍ୟନାରାୟଣ ରେଡ୍ଡୀ)
ବ୍ରହ୍ମପୁର ରୋଟାରୀ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଚଳିତ ବର୍ଷ ୩୭ ଜଣ ଙ୍କୁ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି ।
୧୯୫୫ ରେ ପ୍ରତିଷ୍ଠିତ ଏହି ବ୍ରହ୍ମପୁର ରୋଟାରୀ କ୍ଲବ୍ ପକ୍ଷରୁ ବିଭିନ୍ନ ଜନକଲ୍ୟଣକାରୀ କାର୍ଯ୍ୟକ୍ରମ ଏବଂ ମାଗଣା ସ୍ବାସ୍ଥ୍ଯ ସେବା କାର୍ଯ୍ୟକ୍ରମ ର ଆୟୋଜନ କରିଆସୁଥିବା ସାଂଗକୁ ପ୍ରତିବର୍ଷ ଆଦର୍ଶ ବ୍ୟକ୍ତି ବିଶେଷ୍ୟ ଙ୍କୁ ସାଧୁବାଦ ଜଣାଇ ଏହି ମଞ୍ଚରେ ସମ୍ମାନୀତ କରିଥାଆନ୍ତି ।
ଏଭଳିକି ଦକ୍ଷ ଆଦର୍ଶ ଶିକ୍ଷକ, ଅଧ୍ୟାପକ, ଡାକ୍ତର, ପ୍ରଫେସର୍, ଡକ୍ଟରେଟ ଉପାଧି-ଧାରୀ ତଥା ବିଭିନ୍ନ ନୃତ୍ୟ କଳା, ସାହିତ୍ୟ, ବିଜ୍ଞାନ, କମ୍ପ୍ୟୁଟର, ଫୋଟୋ, ଭିଡ଼ିଓ କଳା ଶିକ୍ଷକ ଙ୍କୁ ଆଦର୍ଶତା ଭିତ୍ତିରେ
ମନୋନୀତ ବ୍ୟକ୍ତିବିଶେଷ୍ୟ ଙ୍କୁ ମଧ୍ଯ ପ୍ରତିବର୍ଷ ଏଭଳି ଭବ୍ୟ ସମାରୋହର ଆୟୋଜନ କରି ସମ୍ମାନୀତ କରି ଆସୁଛନ୍ତି ।
ସେହିପରି ଚଳିତବର୍ଷ ପୁଣି ବ୍ରହ୍ମପୁର ରୋଟାରୀ କ୍ଲବ୍ ପକ୍ଷରୁ ୩୭ ଜଣ ଙ୍କୁ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି ।
ତନ୍ମଧ୍ୟରୁ ଛତ୍ରପୁର ରୁ "ପ୍ରମେୟ" ଫୋଟୋ ଗ୍ରାଫର ଅଶୋକ କୁମାର ରଥ ଙ୍କୁ ଜଣେ ଦକ୍ଷ ଫୋଟୋ ଡିଜାଇନର, ଭିଡ଼ିଓ କଳାରେ ଦକ୍ଷତା କୁ ପ୍ରତିପାଦନ କରି ତାଙ୍କୁ ମାନପତ୍ର ସହ ପଦକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ ଦି ନେସନ ବିଲଡର ଆୱାର୍ଡ଼ ଅବା ଜାତୀୟ ନିର୍ମାଣକାରୀ ପୁରସ୍କାର ସମ୍ମାନରେ ସମ୍ମାନୀତ କରାଯାଇଛି । ପୂର୍ବତନ ରୋଟାରୀ ଗଭର୍ଣ୍ଣର ପିଡିଜି ଡକ୍ଟର ନାରାୟଣ ମିଶ୍ର
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଯୋଗଦେଇ ୩୭ ଜଣ ଙ୍କୁ ସମ୍ମାନୀତ କରିଛନ୍ତି ।
ସାଧାରଣ ସମ୍ପାଦକ ସି.ଏଚ. ଭବାନୀ ପ୍ରସାଦ, ସଭାପତି ରୋଟାରୀୟନ୍ ସାର୍ଥକ, ରୋଟାରୀୟନ୍ ଅଧ୍ୟକ୍ଷା ଡକ୍ଟର ସରୀତା ପ୍ରିୟଦର୍ଶିନୀ ଏବଂ ନେସନ ବିଲଡର ଆୱାର୍ଡ଼ ର ଅଧ୍ୟକ୍ଷ କେ.ଭି.ଜି. ରବି କୁମାର ବହୁ ଗଣ୍ୟମାନ୍ୟ ରୋଟାରୀୟନ୍ ଯୋଗଦେଇ ନେସନ ବିଲଡର ଆୱାର୍ଡ଼ ର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ଉପରେ ପ୍ରତିପାଦନ କରିଥିଲେ ।।
BACK TO TOP