Breaking
News
Breaking
News
12-Oct-2026
ଦିଗାପଡା-ଢାମଣାଖୋଲ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ l
ଓଡିଶା ଜନମତ, ବେଗୁନିଆପଡା : 12/10/26 :
ଭଞ୍ଜ କିଶୋର ମହାରଣା l
ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୂଲ୍ୟରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡା ଠାରୁ ଢାମଣାଖୋଲ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ l ପ୍ରାୟ 2 କୋଟି 66 ଲକ୍ଷ 29 ହଜାର ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଏହି ରାସ୍ତା ବହୁଦିନ ହେଲା ଅବହେଳିତ ହୋଇଆସୁଥିଲା l ଏହାର ମୂଳଦୁଆ ପଡିବା ପରେ ଜନସାଧାରଣରେ ଆଶ୍ବସ୍ତି ପରିଲକ୍ଷିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ବେରୁଆଁବାଡ଼ି ସରପଞ୍ଚ ଶ୍ରୀମତୀ ପ୍ରତିମା କୁମାରୀ ପାଢ଼ୀ, ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ, ଫାସି ସରପଞ୍ଚ ଟୁକୁନି ମାଝୀ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l
BACK TO TOP