Breaking
News
Breaking
News
08-Oct-2026
ପୋଲସରା ବିଜେଡିର "ଜନ ସମ୍ପର୍କ ପଦଯାତ୍ରା" ଆରମ୍ଭ।
ଓଡ଼ିଶା ଜନମତ ପୋଲସରା,ସନ୍ତୋଷ କୁମାର ପଣ୍ଡା
ତା: ୦୭-୧୦-୨୦୨୬:-----
ଆଜି ଠାରୁ ପୋଲସରା ବିଜେଡିର "ଜନ ସମ୍ପର୍କ ପଦଯାତ୍ରା" ଶୁଭାରମ୍ଭ ହୋଇଯାଇଛି। ବ୍ଲକର ମଧୁପଲ୍ଲୀ ପଞ୍ଚାୟତ ସୁନାରୀବୁଗୁଡ଼ା ଠାରୁ ପଦଯାତ୍ରା ଆରମ୍ଭ ହୋଇ ବୁଢ଼େଇଶୁଣି ପଞ୍ଚାୟତର ଲକ୍ଷ୍ମଣପଲ୍ଲୀ ଗ୍ରାମ ଦେଇ ଗୋଠଳି ଓ ବୁଢେଇଶୁଣି ଗ୍ରାମରେ ସମାପ୍ତ ହୋଇଥିଲା। ଏହି ଅବସରରେ ଏକ ସଭାର ଆୟୋଜନ ଦଳ ପକ୍ଷରୁ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ଏହି ପଦଯାତ୍ରା ସୁନାରିବୁଗୁଡ଼ା ସ୍ଥିତ ଶ୍ରୀଶ୍ରୀ ବାବା ବୈଦ୍ୟନାଥ ମନ୍ଦିରରୁ ବାହାର କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ଦଳର ବିଭିନ୍ନ ପଦପଦବୀପ୍ରାପ୍ତ ଜନପ୍ରତିନିଧି, କର୍ମକର୍ତ୍ତା ଏବଂ କର୍ମୀମାନେ ଯୋଗଦେଇଥିଲେ। ଅନୁଷ୍ଠିତ ସଭାରେ ଶ୍ରୀକାନ୍ତ ସାହୁ ଦଳର ଶାସନକାଳ ମଧ୍ୟରେ ହୋଇଥିବା ରାଜ୍ୟ ଏବଂ ପୋଲସରାର ଲୋକାଭିମୁଖୀ ସର୍ବାଙ୍ଗୀନ ଉନ୍ନତି, ବିକାଶ ଉପରେ ଆଲୋକପାତ କରିଥିବାବେଳେ ବର୍ତ୍ତମାନ ବିଜେପି ସରକାରର ବିଭିନ୍ନ କାର୍ଯ୍ୟକୁ ନେଇ ବର୍ଷିଥିଲେ। ଏଥିସହିତ ଆଗକୁ ହେବାକୁ ଥିବା ପଞ୍ଚାୟତ, ପୌର ଏବଂ ସାଧାରଣ ନିର୍ବାଚନରେ ଦଳକୁ ପୁର୍ନବାର ବିଜୟୀ କରିବା ଲକ୍ଷ୍ୟ ନେଇ ଦଳର ସମସ୍ତ ବିଜୁପ୍ରେମୀମାନେ ମିଳିମିଶି କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ।
BACK TO TOP