Breaking News

ଦୁନ୍ଧୁଲି ଗ୍ରାମରେ ଧାନ ଜମିକୁ ନେଇ ଉତେଜନା ||   (29-Nov-2026)       ||      ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||     

କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||

09-Oct-2026

କଂଗ୍ରେସର ଓଡିଶା ବନ୍ଦ ଡାକରା ପ୍ରଭାବ ପକାଇଲା l
ଓଡିଶା ଜନମତ, ଜଗତସିଂହପୁର 
ଜ୍ୟୋତିରଞ୍ଜନ ପଟ୍ଟନାୟକ....
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାର ଙ୍କ ଇସ୍ତଫା ଓ ପାଠ୍ୟ ପୁସ୍ତକ ରେ ବ୍ୟାପକ ତ୍ରୁଟି ଥିବାରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି ନେଇ  ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ରଘୁନାଥପୁର ବ୍ଲକ ଅଂଚଳରେ ସଫଳ ହେବା ସହିତ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା।ବନ୍ଦ ପାଳନ ବେଳେ ରାଜ ରାସ୍ତାରେ କାଆଁ ଭାଁ କାର ବାଇକ ଚଳାଚଳ କରୁଥିବା ବେଳେ ବସ ଟ୍ରକ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଥିଲା l ସେହିପରି ରଘୁନାଥପୁର ବଜାର, ତାରପୁର ବାଇପାସ୍ ବଜାର, ଜଇପୁର ଛକ, ରେଢୁଆ ହାଟ ବଜାର ଓ ତରିକୁନ୍ଦ ବଜାରରେ କେବଳ ମେଡିସିନ ଦୋକାନ ଖୋଲାଥିବା ବେଳେ ଅନ୍ୟ ସମସ୍ତ ଦୋକାନ ପ୍ରାୟତଃ ବନ୍ଦ ରହିଥିଲା। କଟକ ପାରାଦ୍ୱୀପ ରାସ୍ତା ବନ୍ଦ ହୋଇଥିଲେ ବି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ରଘୁନାଥପୁର ପୋଲିସ ଅଧିକାରୀ ପ୍ରେମଜୀତ ଦାସ ସଦଳବଳେ ସେଠାରେ ଉପସ୍ଥିତ ରହି ତଦାରଖ କରୁଥିଲେ l ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାସ, ସର୍ବେଶ୍ୱର ପଣ୍ଡା, ବିନ୍ଦୁ ସାଗର ମହାପାତ୍ର, ଅଜିତ ଓଝା, ବିଚିତ୍ର ନାୟକ, ମନମୋହନ ଗୋଛାୟତ, ଯଶୋବନ୍ତ ବାରିକ,  ପ୍ରଦୀପ ନାୟକ, ଯୋଗେନ୍ଦ୍ର ବାରିକ ଓ ତ୍ରିଲୋଚନ ରାଉତ ପ୍ରମୁଖ କଂଗ୍ରେସ କର୍ମୀମାନେ ଆନ୍ଦୋଳନ ରେ ସକ୍ରିୟ ଥିଲେ l ବ୍ଲକ ର କିଛି ଅଂଚଳ କୁ ବ୍ଲକ ସଭାପତି ତାଙ୍କ କର୍ମୀ ମାନଙ୍କୁ ଧରି ପିକେଟିଂ କରି ରଘୁନାଥପୁର ବ୍ଲକ, ତହସିଲ କାର୍ଯ୍ୟାଳୟ , କୃଷି ବିଭାଗ କାର୍ଯ୍ୟାଳୟ ,ରାଷ୍ଟ୍ରାୟତ ବ୍ୟାଙ୍କ ଓ ଅନ୍ୟାନ୍ୟ ଅଫିସ ଗୁଡ଼ିକୁ ବନ୍ଦ କରିଥିଲେ।ଗୋଟିଏ ପଟେ ରାସ୍ତା ରୋକ ଚାଲୁଥିବା ବେଳେ ଅନ୍ୟପଟେ ସ୍କୁଲ, କଲେଜ, ଫାୟାର ଅଫିସ ଓ ଡାକ୍ତରଖାନା ଗୁଡ଼ିକ ସମ୍ପୂର୍ଣ ଭାବେ ଖୋଲା ରହିଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ କୌଣସି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରାଯାଇ ନଥିଲା l ବନ୍ଦ ପ୍ରଭାବରେ ରାସ୍ତାଘାଟ ଗୁଡିକ ଏକ ପ୍ରକାର ଜନଶୂନ୍ୟ ହୋଇପଡ଼ିଥିବା ବେଳେ ବ୍ୟବସାୟୀମାନେ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିଲେ l

News Comment

You Might Also Like

BACK TO TOP