Breaking
News
Breaking
News
08-Oct-2026
ଗଞ୍ଜାମ ଜିଲ୍ଲାରେ ୮୦ ପ୍ରତିଶତ ବନ୍ଦ ସଫଳ ହୋଇଛି ।
ଓଡ଼ିଶା ଜନମତ,ଛତ୍ରପୁର, ତା.୮ / ୧୦,
କେ.ସତ୍ୟନାରାୟଣ ରେଡ୍ଡୀ:------
ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ ତଥା ବାମ ପନ୍ଥୀଦଳ ଙ୍କ ମିଳିତ ସହଯୋଗରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ପାଳନରେ ଗଞ୍ଜାମ ଜିଲ୍ଲାରେ ୮୦ ପ୍ରତିଶତ ବନ୍ଦ ପାଳନ ସଫଳ ହୋଇଛି ବୋଲି ଜଣାପଡ଼ିଛି ।
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ର ସମସ୍ତ ଦାପ୍ତରାଞ୍ଚଳ, କୋର୍ଟ କଚେରୀ, ବ୍ୟାଙ୍କ ସେବା ଆଦି ଆନ୍ଦୋଳନକାରୀ ବନ୍ଦ କରିଦେଇଛନ୍ତି ।
ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ଆନ୍ଦୋଳନକାରୀମାନେ ଅଫିସ୍ ତାଲା ବନ୍ଦ କରି ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଦୃଢ଼ ନିନ୍ଦା କରିଛନ୍ତି ।*
କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ କଟୁ ସମାଲୋଚନା କରିଥିଲେ ।
୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନେକ ନେତ୍ତୃବର୍ଗ ତଥା ଆନ୍ଦୋଳନର ନେତୃତ୍ୱଧାରୀ ଗିରଫ୍ ହୋଇ ଜେଲ୍ ଗଲେ ।
ବରିଷ୍ଠ ସିପିଆଇ ନେତା କମ୍ରେଡ୍ ଏନ୍. ନାରାୟଣ ରେଡ୍ଡୀ, ଶ୍ରୀମତୀ ଏନ୍. ଭାନୁମତୀ ରେଡ୍ଡୀ, ନୀଳକଣ୍ଠ ଦାସ, ସିପିଏମ ନେତା ପର୍ଶୁରାମ ଗୌଡ଼, ବରିଷ୍ଠ କଂଗ୍ରେସ୍ ନେତା ଭାଗିରଥୀ ବେହେରା, ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ୍ ପାର୍ଟି ର ଉପ-ସଭାପତି ଅଶୋକ କୁମାର ପଟ୍ଟନାୟକ, କଂଗ୍ରେସ ନେତା ରାମସ୍ୱାମୀ ରେଡ୍ଡୀ, କାଳିଚରଣ ତ୍ରିପାଠୀ, ଛାତ୍ର କଂଗ୍ରେସ୍ ନେତା ଚକ୍ରପାଣି ପଲେଇ, ମହେଶ କୁମାର ଗୌଡ଼ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦଳୀୟନେତୃବୃନ୍ଦଙ୍କ ଦ୍ଵାରା ଏହି ବନ୍ଦ ପାଳନ ସଫଳ ହୋଇପାରିଛି ।।
BACK TO TOP