Breaking News

ଦୁନ୍ଧୁଲି ଗ୍ରାମରେ ଧାନ ଜମିକୁ ନେଇ ଉତେଜନା ||   (29-Nov-2026)       ||      ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||     

କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |

08-Oct-2026

ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍‌;

ଓଡିଶା ଜନମତ,ବାଲିଗୁଡ଼ା, ତା, ୦୮/୧୦,

ସଞ୍ଜୟ କୁମାର ପାଣିଗ୍ରାହୀ : ------

 ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା। ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି। ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଏହି ୧୨ଘଣ୍ଟିଆ ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଦଳ ପକ୍ଷରୁ ମୋଟରସାଇକେଲ ରାଲି କରାଯାଇ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା। ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କୁ ବନ୍ଦକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ବାଲିଗୁଡ଼ା କଂଗ୍ରେସ ସଭାପତି କାମରାଜ ଦିଗାଲଙ୍କ ନେତୃତ୍ୱରେ ଏହି ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନଗର କଂଗ୍ରେସ ସଭାପତି ସାଗର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବକ୍ସି, ନଗର କଂଗ୍ରେସ ଉପସଭାପତି ଭୀମ ବିନ୍ଧାଣି, ନଗର କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ପିସିସି ମିଡିଆ ସେଲ୍‌ ସଦସ୍ୟ ସାମୁଏଲ ପ୍ରଧାନ, ନଗର କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଶରତ ଚନ୍ଦ୍ର ଦିଗାଲ, ବରିଷ୍ଠ ନେତା ଦେବବ୍ରତ ସିଂହଦେଓ (ଟିପୁ), ବିଚିତ୍ରାନନ୍ଦ ଆଚାର୍ଯ୍ୟ, ମନୋଜ କୁମାର ଆଚାର୍ଯ୍ୟ, ଟୁଟୁ ଆଚାରୀ, କେ. ବଳରାମ ଦୋରା, ଶିବରାମ ପ୍ରଧାନୀ, ଜିଲ୍ଲା ଏସ୍‌ଟି ସେଲ୍‌ ଅଧ୍ୟକ୍ଷ ବିଜେଶ୍ୱର ମଲିକ, ମନୋଜ ସାହୁ, ମହେଶ ମଲିକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ବନ୍ଦ ପ୍ରଭାବରେ ଆଖପାଖ ଗ୍ରାମାଞ୍ଚଳରୁ ବାଲିଗୁଡ଼ାକୁ ଆସୁଥିବା ଲୋକଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ବସ୍‌, ଅଟୋ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ କମିଯିବାରୁ ସହରର ବ୍ୟସ୍ତ ରାସ୍ତାଗୁଡ଼ିକ ଅପେକ୍ଷାକୃତ ଫାଙ୍କା ଦେଖାଯାଇଥିଲା। ସ୍କୁଲ ଓ କଲେଜ ବନ୍ଦ ରହିବା ଯୋଗୁଁ ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଥିଲା। ଆମ୍ବୁଲାନ୍ସ, ହସ୍ପିଟାଲ, ଔଷଧ ଦୋକାନ ଭଳି ଜରୁରୀ ସେବା ସ୍ୱାଭାବିକ ରଖିବା ସହ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କ ଯାତାୟାତରେ ବାଧା ନଦେବାକୁ ଆୟୋଜକ ଙ୍କ ପକ୍ଷରୁ କୁହାଯାଇଥିଲା। ଅନ୍ୟ ପକ୍ଷରେ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନଜର ରଖାଯାଇଥିଲା। ସମଗ୍ର ଘଟଣାକ୍ରମରେ ବାଲିଗୁଡ଼ା ରେ ବନ୍ଦର ପ୍ରଭାବ ସ୍ପଷ୍ଟ ହୋଇଥିବାବେଳେ ରାସ୍ତାକୁ ଓହ୍ଲାଇ କଂଗ୍ରେସ ନିଜର ସାଙ୍ଗଠନିକ ଶକ୍ତିର ମଧ୍ୟ ପ୍ରଦର୍ଶନ କରିଛି।

News Comment

You Might Also Like

BACK TO TOP