Breaking
News
Breaking
News
01-Sep-2026
ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ ମାମଲା ହାଇକୋର୍ଟରେ ଶୁଣାଣି, ରାୟକୁ ଅପେକ୍ଷା ||
ଓଡିଶା ଜନ ମତ ବ୍ୟୁରୋ,
ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଶେଷ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଯୁକ୍ତି ରଖି କହିଥିଲେ ଯେ, ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଅସାମ୍ବିଧାନିକ ନୁହେଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଓ ରାଜ୍ୟପାଳଙ୍କ ଅନୁମୋଦନରେ ଏହି ନିଯୁକ୍ତି ହୋଇଛି ।
ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ରାୟ ସଂରକ୍ଷିତ ରହିଛି । ଆଜି ରାୟ ପ୍ରକାଶ ପାଇବାର ଥିଲା, କିନ୍ତୁ ତା ପୂର୍ବରୁ ହାଇକୋର୍ଟ ସାନି ଶୁଣାଣି କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ । ତେବେ ଶେଷ ଥର ପାଇଁ ଯେତେବେଳେ ଶୁଣାଣି ହୋଇଥିଲା, ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ରଖିଥିଲେ ଆଡ଼ଭୋକେଟ ଜେନେରାଲ ।
ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଅସାମ୍ବିଧାନିକ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ହୋଇଛି । ଦେଶରେ ଡେପୁଟି ପ୍ରାଇମିନିଷ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ଯାହା ବେଆଇନ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଥିଲେ ଆଡ଼ଭୋକେଟ ଜେନେରାଲ ।ଦାୟର ଜନସ୍ୱାର୍ଥ ମାମଲା ଉଦ୍ଦେଶ୍ୟପ୍ରଣୋଦିତ, ବୋଲି କୋର୍ଟଙ୍କୁ ଦର୍ଶାଇଛନ୍ତି ଏଜି ।
ତେଣେ କିନ୍ତୁ ଆବେଦନକାରୀଙ୍କ ତରଫରୁ ଆଜି ସାନି ଯୁକ୍ତି ଉପସ୍ଥାପନ କରାଯାଇଛି । ଯେଉଁଥିରେ କୁହାଯାଇଛି କି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ନେଇ ତାଙ୍କର ଆପତ୍ତି ନାହିଁ । କିନ୍ତୁ ସେବାବଦୀୟ ଅନାବଶ୍ୟକ ଖର୍ଚ୍ଚ ଉପରେ ରୋକ୍ ଲାଗିବା ଆବଶ୍ୟକ । ସେହିପରି ଡେପୁଟି ପ୍ରାଇମିନିଷ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ବାବଦୀୟ ଏକ ନିୟମ ପ୍ରଣୟନ କରାଯାଉ । ଆଜି ମାମଲାର ଶୁଣାଣି ଶେଷ କରି ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଥିବା ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି |
BACK TO TOP