Breaking News

ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||     

ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |

14-Aug-2026

 ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ପରେ ଡି ଜି ପି ନିଯୁକ୍ତି କୁ ନେଇ ଅଡୁଆରେ ପଡିଲେ ରାଜ୍ୟ ସରକାର।

ଓଡିଶା ଜନମତ ବ୍ୟୁରୋ, 

ଜ୍ୟୋତି ରଞ୍ଜନ ପଟ୍ଟନାୟକ....

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟର ଡିଜିପି ଚୟନ  ଭଳି ଏକ ସମ୍ବେଦନଶୀଳ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ସହ ସନ୍ଦେହ ପ୍ରକଟ କରିଛନ୍ତି। ଯାହା କେବଳ ରାଜ୍ୟ ପ୍ରଶାସନର ଅପରିପକ୍ୱତାକୁ ପଦାରେ ପକାଇ ନାହିଁ ବରଂ ସରକାରଙ୍କ ସ୍ଵଚ୍ଛତା ଓ ଭାବମୂର୍ତ୍ତିକୁ ମଧ୍ୟ ଶକ୍ତ ଧକ୍କା ମିଳିଛି.।  ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦଶେକ (ଡିଜିପି) ନିଯୁକ୍ତି କୁ ନେଇ ଆଇନଗତ ଓ ପ୍ରଶାସନିକ ସଙ୍କଟ ସୃଷ୍ଟି କରିଛି।
ନିର୍ଦ୍ଧାରିତ ଯୋଗ୍ୟତା ନଥିବା ଅଫିସରଙ୍କୁ ଡିଜିପି କରାଇବା ପାଇଁ ସରକାରୀ କଳ, ବଳ କୌଶଳ ଲଗାଇ ପ୍ରୟାସ କରିବା ଓ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ ଯୋଗୁ ପୁଲିସ ଡିଜି ଚୟନ ଏବେ ବିବାଦଘେରକୁ ଚାଲିଆସିଛି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପଦେଷ୍ଟା ତଥା ଅବସରପ୍ରାପ୍ତ ଡି ଜି ପ୍ରକାଶ ମିଶ୍ର, ମୁଖ୍ୟ ସଚିବ ଅନୁ ଗର୍ଗ ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଡିଜିପି ପଦବୀ ପାଇଁ ୟୁପିଏସସିଙ୍କୁ ନାମ ପଠାଇବା ପୂର୍ବରୁ ରାଜ୍ୟ ପ୍ରଶାସନିକ ମୁଖ୍ୟ ଭାବେ ମୁଖ୍ୟ ସଚିବ ଅନୁ ଗର୍ଗ କାହିଁକି ଠିକ୍ ଭାବେ ତର୍ଜମା କଲେ ନାହିଁ ଓ ବାରମ୍ବାର ନିଷ୍ପତ୍ତି ବଦଳାଇ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରିବା ପାଇଁ ବିଳମ୍ବରେ ନିର୍ଦ୍ଦେଶ ଦେବା ପଛରେ ହାତ କାହାର ?? ଏହି ନିଷ୍ପତ୍ତି ପ୍ରଶାସନିକସ୍ତରରେ ନିଆଯାଇଥିଲା ନା ସରକାରୀସ୍ତରରେ ନିଆଯାଇଥିଲା ତାହାବି ଅଡୁଆରେ ପକାଇଛି ସରକାର ଙ୍କୁ । ଡିଜିପି ଚୟନକୁ ନେଇ ସରକାରଙ୍କ ଆଭିମୁଖ୍ୟରେ ବାରମ୍ବାର ପରିବର୍ତ୍ତନ ଉପରେ ମୁଖ୍ୟ ସଚିବ କାହିଁକି ଆପତ୍ତି ଉଠାଇଲେ ନାହିଁ ଏଥି ନେଇ ସନ୍ଦେହ ବି ଉଠୁଛି। ଏହି ସମଗ୍ର ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପଦେଷ୍ଟା ପ୍ରକାଶ ମିଶ୍ର କାହିଁକି ସରକାରଙ୍କୁ ସଠିକ୍ ମାର୍ଗଦର୍ଶନ କଲେ ନାହିଁ କି ଏହି ଡିଜିପି ଚୟନ ପ୍ରକ୍ରିୟା ସହ ଜଡ଼ିତ ଥିବା ଅଫିସରମାନେ କାହିଁକି ମିଳିତ ଭାବେ ଏହାକୁ ଜଟିଳ କରିଦେଲେ ତାହା ଏବେବି ସନ୍ଦେହ ଘେରରେ ପକାଉଛି ରାଜ୍ୟସରକାର ଙ୍କୁ । ପ୍ରଶାସନର ଏଭଳି ଆଭିମୁଖ୍ୟର ପ୍ରତିକୂଳ ପ୍ରଭାବ ମଧ୍ୟ ରାଜ୍ୟ ପୁଲିସ ଫୋର୍ସ ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଯୋଗ୍ୟ ଅଫିସରଙ୍କୁ `ଅଯୋଗ୍ୟ` ଦର୍ଶାଇ ନିଜ ପସନ୍ଦର ଅଫିସରଙ୍କୁ ବସାଇବାକୁ ଯାଇ ମୁଖ୍ୟ ସଚିବ ଓ ତାଙ୍କ ଟିମ୍ ରାଜ୍ୟକୁ ଏକ ଗମ୍ଭୀର ପ୍ରଶାସନିକ ସଙ୍କଟକୁ ଠେଲି ଦେଇଛନ୍ତି, ଯାହା ମୋହନ ସରକାରଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିବା ସହିତ ଆଗାମୀ ବିଧାନସଭା ବେଳକୁ ବିରୋଧୀ ଦଳ ହୋହାଲ୍ଲା କରିବା ନିଶ୍ଚିତ। ବିଜେଡି, କଂଗ୍ରେସ ଓ ବାମଦଳଗୁଡ଼ିକ ସରକାରଙ୍କ ଏହି ଅପରିପକ୍ୱ ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରୁଛନ୍ତି। ଡିଜିପି ଚୟନ କରିବା ଆଳରେ ସରକାରଙ୍କୁ ନିନ୍ଦିତ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲ ପକ୍ଷରୁ ଦାବି ହେଉଛି। ଆସନ୍ତା ଅଗଷ୍ଟ ୧୬ତାରିଖରେ ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆ ଅବସର ନେବେ। ଏହି ଅବସରର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ଗତ ଏପ୍ରିଲ ତୃତୀୟ ସପ୍ତାହରୁ ରାଜ୍ୟ ସରକାର ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ନିର୍ଦ୍ଧାରିତ ଫର୍ମାଟରେ ପ୍ରଥମେ ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଓ ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ ଓ ଆରପି କୋଚେଙ୍କ ନାମ  ୟୁପିଏସସିଙ୍କ ନିକଟକୁ ପଠାଇଥିବା ରାଜ୍ୟ ସରକାର ମଇ ୧୪ତାରିଖରେ ୧୯୯୪ରୁ ୧୯୯୬ ବ୍ୟାଚର ଆଉ ୮ଜଣ ବରିଷ୍ଠ ଆଇପିଏସଙ୍କ ତାଲିକା ମଧ୍ୟ ୟୁପିଏସସିଙ୍କୁ ପଠାଇଥିଲେ। ଡିଜି ପାହ୍ୟାର ୩ଜଣ ଓ ଅନ୍ୟ ୮ଜଣ ଏଡିଜି ପାହ୍ୟାର ଅଫିସରଙ୍କ ସମସ୍ତ ତଥ୍ୟ ସହ ଭିଜିଲାନ୍ସ, କ୍ରାଇମବ୍ରାଂଚ, ଏଚଆରପିସି କ୍ଲିଅରାନ୍ସ ରିପୋର୍ଟ ଓ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ମଧ୍ୟ ସରକାର ପ୍ରଦାନ କରିଥିଲେ। କିନ୍ତୁ ଅଗଷ୍ଟ ୭ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ବୈଠକରେ ରାଜ୍ୟ ସରକାର ଅଚାନକ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ପ୍ରତ୍ୟାହାର କରିନେବା ସହ ୧୯୯୪ ବ୍ୟାଚର ଅଫିସରଙ୍କୁ ବିଚାରକୁ ନେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ନିୟମ ଅନୁସାରେ ପ୍ରଥମେ କେବଳ ଲେଭଲ-୧୬ (ଡିଜି ପାହ୍ୟା) ଅଫିସରଙ୍କ ରେକର୍ଡ ଯାଂଚ କରାଯିବ ବୋଲି ୟୁପିଏସସି ସ୍ପଷ୍ଟ କରିବା ପରେ ସରକାର ଅଧିକ ସମୟ ଲୋଡ଼ିଥିଲେ। ଆଉ ଏହାର ମାତ୍ର ୨୪ଘଣ୍ଟା ନପୁରୁଣୁ ୧୯୯୪ ବ୍ୟାଚର ଆଇପିଏସ୍ ସଞ୍ଜିବ ପଣ୍ଡା ଓ ଯଶବନ୍ତ ଜେଠୁୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପ୍ରକ୍ରିୟାକୁ ତୀବ୍ର ଗତିରେ ସମାପ୍ତ କରି ୧୦ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ୟୁପିଏସସିଙ୍କୁ ଅବଗତ କରାଇଥିଲେ। ତେବେ ସଞ୍ଜିବଙ୍କୁ ଏଣ୍ଟ୍ରି ଦେବା ପାଇଁ ସୁଶାନ୍ତଙ୍କ ଭଳି ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଭାବମୂର୍ତ୍ତିକୁ ବାଜି ଲଗାଇବା ନିମନ୍ତେ ସରକାର କାହିଁକି ଚାହିଁଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପ୍ରିଲ ଓ ମଇ ମାସରେ ସୁଶାନ୍ତଙ୍କୁ ଶତପ୍ରତିଶତ କ୍ଲିନଚିଟ୍ ଦେଇଥିବା ରାଜ୍ୟ ସରକାର ଏଭଳି କେଉଁ ଚାପରେ ଓ କାହା ନିର୍ଦ୍ଦେଶରେ ଅଗଷ୍ଟ ୭ରେ ପୁଲିସ ଡିଜି ଚୟନ ପାଇଁ ୟୁପିଏସସି ବୈଠକର ମାତ୍ର ୪ଦିନ ପୂର୍ବରୁ ଅଗଷ୍ଟ ୩ତାରିଖରେ ସିବିଆଇକୁ ଓପିଆରବି ମାମଲାର ତଦନ୍ତ ସ୍ଥିତି ଓ ଶ୍ରୀ ନାଥଙ୍କ ଭୂମିକା ବାବଦରେ ତଥ୍ୟ ମାଗିଲେ ତାହା ଏବେବି ଅସ୍ପଷ୍ଟ। ଅବଶ୍ୟ ଅଗଷ୍ଟ ୫ତାରିଖରେ ସିବିଆଇ ଯେଉଁ ରିପୋର୍ଟ ଦେଇଥିଲା ତାକୁ ଆଧାର କରି ସୁଶାନ୍ତଙ୍କ ଇଣ୍ଟିଗ୍ରିଟି ସାଟିଫିକେଟକୁ ‘ହୋଲଡ୍‌’ ମୋଡରେ ରଖାଯାଇଥିବା ବାହାରୁ ଶୁଣିବାକୁ ମିଳୁଛି। ଯଦିଓ ଓପିଆରବି ମାମଲାରେ ଦୀର୍ଘ ୧୦ମାସ ଧରି ସିବିଆଇ ତଦନ୍ତ କରୁଛି କିନ୍ତୁ ଶ୍ରୀ ନାଥଙ୍କ ବିରୁଦ୍ଧରେ କୌଣସି ତଥ୍ୟପ୍ରମାଣ କିମ୍ବା ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହୋଇନାହିଁ ।
ଏପଟେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିୟମାବଳୀ ଓ ଭାରତ ସରକାର ବନାମ କେଭି ଜାନକୀରମଣ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, କୌଣସି ଅଫିସରଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତରେ ଚାର୍ଜସିଟ୍ ଦାଖଲ ହୋଇଥିଲେ ଅବା କୋର୍ଟରେ କ୍ରିମିନାଲ ଚାର୍ଜସିଟ୍ ହୋଇଥିଲେ କିମ୍ବା ତାଙ୍କୁ ନିଲମ୍ବିତ କରାଯାଇଥିଲେ ହିଁ ଭିଜିଲାନ୍ସ କିମ୍ବା ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ପ୍ରତ୍ୟାହାର କରାଯାଇପାରିବ। କେବଳ ପ୍ରାରମ୍ଭିକ ତଦନ୍ତ ବା `ଇନକ୍ୱାରୀ ପେଣ୍ଡିଂ` ରହିବା ଆଧାରରେ ହିଁ ତାଙ୍କର ଇଣ୍ଟିଗ୍ରିଟି ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ। କେବଳ ସେତିକି ନୁହେଁ, ମାତ୍ର ୩ମାସ ପୂର୍ବରୁ ସମସ୍ତ ବିଭାଗରୁ କ୍ଲିଅରାନ୍ସ ପାଇଥିବା ଶ୍ରୀ ନାଥଙ୍କ ଭଳି ଜଣେ ବରିଷ୍ଠ ଅଫିସରଙ୍କୁ ବୈଠକର ୪ଦିନ ପୂର୍ବରୁ ସିବିଆଇ ରିପୋର୍ଟ ଓ ପୁରୁଣା ଭିଜିଲାନ୍ସ ମାମଲାର ଆଳରେ ବାଦ୍ ଦେବା ଆଉ ଜଣେ କନିଷ୍ଠ ଅଫିସରଙ୍କୁ ପଦୋନ୍ନତି ଦେଇ ଡିଜିପି ଦୌଡ଼ରେ ସାମିଲ କରିବା ନିମନ୍ତେ ଉଦ୍ୟମ ହୋଇଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି। ବିନା ଚାର୍ଜସିଟରେ ପୁରୁଣା ମାମଲା ପୁନଃଖୋଲିବା ଆଳରେ କ୍ଲିଅରାନ୍ସ ଅଟକାଇବା ମାମଲା କୋର୍ଟରେ ମଧ୍ୟ ତିଷ୍ଠିବ ନାହିଁ। ତଥାପି ରାଜ୍ୟ ସରକାର ଏଭଳି ଏକ ଅପଚେଷ୍ଟା କରି ଶ୍ରୀ ନାଥଙ୍କ ଭାବମୂର୍ତ୍ତି ଉପରେ କଳଙ୍କ ଲଗାଇବାକୁ ପ୍ରୟାସ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁୂହେଁ, ରାଜ୍ୟ ସରକାର ସବୁ ନିତିନିୟମକୁ ଫାଙ୍କି ଡିଜି ପାହ୍ୟାରେ ଅଧିକ ସଂଖ୍ୟକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ୨ଟି ଡିଜି କ୍ୟାଡ଼ର ପଦବୀ ରହିଛି ଓ ସରକାର ଚାହିଁଲେ ଆଉ ଦୁଇଟି ଏକ୍ସ-କ୍ୟାଡ଼ର ପଦବୀ ସୃଷ୍ଟି କରିପାରିବେ। କୌଣସି ପରିସ୍ଥିତିରେ ଏହାଠୁ ଅଧିକ ସଂଖ୍ୟକ ଡିଜି ପାହ୍ୟା ସୃଷ୍ଟି ନକରିବାକୁ କେନ୍ଦ୍ର ସରକାର ବାରମ୍ବାର ତାଗିଦ୍ କରିସାରିଛନ୍ତି। ତଥାପି ଏବେ ରାଜ୍ୟରେ ୫ଜଣ ଅଫିସର ଡିଜି ପାହ୍ୟାରେ ଥିବାବେଳେ ସରକାର ତରବରିଆ ଭାବେ ଆଉ ଦୁଇଜଣଙ୍କୁ ପଦୋନ୍ନତି ଦେଇଥିବାରୁ ଡିଜି ପାହ୍ୟାରେ ଅଫିସର ସଂଖ୍ୟା ୭ରେ ପହଂଚିଛି। ଯଦିଓ ସଞ୍ଜିବ ଓ ଯଶବନ୍ତଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପାଇଁ ଗତ ୨୦୨୫ ନଭେମ୍ବର ଓ ୨୦୨୬ ଫେବୃୟାରୀରେ ସରକାର ପ୍ରୟାସ କରିଥିଲେ ବି ସକ୍ଷମ ହୋଇ ପାରିନଥିଲେ।

News Comment

You Might Also Like

BACK TO TOP