Breaking News
Breaking News
06-Dec-2024
ସୁଭଦ୍ରା ଯୋଜନା ପାଇନଥିବା ମହିଳା ମାନଙ୍କ ରାସ୍ତା ଅବରୋଧ ।
ଓଡିଶା ଜନମତ ବ୍ୟୁରୋ,
ଆର, ଉଦୟଗିରି :--- ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓହ୍ଲାଇ ଛନ୍ତି । ରାୟଗଡ ବ୍ଲକଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀ ବାଡି ଗ୍ରାମର ଶତାଧିକ ମହିଳା ପାରଳା ଖେମୁଣ୍ଡି ମୋହନା ଜାତୀୟ ରାଜପଥ ପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାର ମ୍ବାର ଅନଲାଇନରେ ନିଜର ଆବେଦନ ତଥ୍ୟ ଦାଖଲ କରିବା ସତ୍ତ୍ବେ ମଧ୍ୟ ଆକାଉଣ୍ଟ କୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗା କରି ଥିଲେ ଗାଁର ମହିଳା । ହେଲ୍ପଲାଇନ ୪ ଏକର ଜମି ରହିଥିବା କୁହା ଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ରାଜ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଖବର ପାଇ ରାୟଗଡ ତହ ସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ମହିଳାମାନେ ରାସ୍ତାକୁ ଆସି ଥିଲେ ଓ ରାସ୍ତାରୋକ କରି ଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲାପ କରି ଆବେଦନ କରିଛନ୍ତି । ଯାହା ରହିଛି ନିୟମ ତାହାକୁ ସେମାନେ ମାନିଥିବା କହିଛନ୍ତି । କିନ୍ତୁ ତାହା ସତ୍ତ୍ବେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିନଥିବା ଅଭିଯୋଗ କରି ରାସ୍ତାରୋକ କରି ଥିଲେ ମହିଳା । ସୁଚନା ମିଳୁଛି କି ଏହି ଘଟଣାକୁନେଇ ଉତ୍ତେଜନା ଲାଗି ରହିଛି । କାରଣ ସେମାନେ ବାରମ୍ବାର ସୁଭଦ୍ରା ଯୋଜନାକୁ ଅପେକ୍ଷା କରି ରହିଛନ୍ତି ।
BACK TO TOP