Breaking News
Breaking News
18-Nov-2024
ସ୍ତ୍ରୀ ଅଧିକାର ପାଇଁ ପ୍ରେମୀକ ଘର ଆଗରେ ଧାରଣା ଦେଲେ ମହିଳା,
ତେବେ ଅନ୍ୟ ଗୋଟେ ଝିଅ ଧରି ଫେରାର ହୋଇଗଲେ ପ୍ରେମିକ )
ଓଡିଶା ଜନମତ ବ୍ୟୁରୋ,
ଗୋଟିଏ ଝିଅକୁ ଭଲ ପାଇ ଦୀର୍ଘ 13 ବର୍ଷ କାଳ ତା ସହିତ ସମ୍ପର୍କ ସ୍ଥାପନ କରି ପରେ ଘର ଲୋକଙ୍କ ସହମତି ରେ ଏକ ମନ୍ଦିର ରେ ମଙ୍ଗଳ ସୁତ୍ର ଓ ସିନ୍ଦୁର ଦେଇ, ସ୍ତ୍ରୀର ମାନ୍ୟତା ଦେଇ ନିଜ ଘରକୁ ନ ନେଇ ଭଡା ଘରେ ରଖି ଦୁଈ ଦୁଇଥର ଝିଅର ଗର୍ଭ ନଷ୍ଟ କରି ତାକୁ 50ଲକ୍ଷ ଟଙ୍କା ଓ ଘର ଜାଗା ଆଣିଲେ ନିଜ ଘରକୁ ନେବୁ ବୋଲି କହିଥିଲା ସ୍ୱାମୀ | ତେବେ ଝିଅଟି ଯେତେବେଳେ ସବୁ ଆଡୁ ନିରାଶ ହୋଇ ଥିଲା ଶେଷରେ ସମାଜ ସେବୀ ପ୍ରମିଳା ମାଆ ଙ୍କ ସହ ଯୋଗା ଯୋଗ କରିଥିଲେ | ଏବଂ ସମାଜ ସେବୀ 4 ମାସ ତଳେ ଝିଅର ଶଶୁର ଙ୍କ ସହ କଥା ବାର୍ତ୍ତା କରିବାରୁ ସେମାନେ ମାର୍ଗଶିର ମାସ ରେ ବୋହୁ କୁ ଘରକୁ ନେବୁବୋଲି କହିଥିଲେ | ତେବେ ମାର୍ଗଶିର ମାସରେ ବୋହୁ କୁ ଘରକୁ ନେଇନଥିବା ରୁ , ପୁଣି ସମାଜ ସେବୀଙ୍କ ସହଯୋଗରେ ବୋହୂଟିଶଶୁର ଘର ଆଗରେ ଧାରଣା ରେ ବସିଅଛି | ଏପଟେ ପ୍ରଥମ ସ୍ତ୍ରୀ ଘର ପିଣ୍ଡା ରେ ବସିବାରୁ ସ୍ୱାମୀ ଆଉ ଗୋଟିଏ ଝିଅକୁ ଧରି ଫେରାର ହୋଇଯାଇଛି | ଏପରି ଏକ ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି ପୋଲସରା ଥାନା ବୁଢେଇ ଶୁଣୀପଞ୍ଚାୟତଅଧିନସ୍ଥ ଲକ୍ଷ୍ମଣପଲ୍ଲୀ ଗ୍ରାମରେ | ସୂଚନା ମୁତାବକ ସମ୍ପୃକ୍ତ ଗ୍ରାମର ଭାରତୀ ସାହୁ ସେହି ଗ୍ରାମର କରମ ଚାନ୍ଦ ସାହୁ (ବାପୁଜୀ) ଙ୍କ ସହିତ ପ୍ରାୟ ୧୩ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।ଏହା କାଳ କ୍ରମେ ଉଭୟଙ୍କ ପରି ବାର ଜାଣିବା ପରେ ଦୁହେଁ ଗୋଟିଏ ଜାତୀର ହୋଇଥିବା ରୁ ବିବାହ କରି ଦେବାଲାଗି ସ୍ଥିରୀକୃତ ହୋଇ ପ୍ରସ୍ଥାବ ଦେଇଥିଲେ। ଉଭୟଙ୍କ ଏହି ସମ୍ପର୍କ ଆଗକୁ ବଢି ଚାଲିଲା ।ପରେପରିବାର ସହମତି ରେ ଚଣ୍ଡିରାମପୁର ସ୍ଥିତ ଉଗ୍ରେଶ୍ବର ଶୈବପୀଠ ରେ ଗ୍ରାମର କିଛି ଲୋକ ଓ ପରିବାର ଲୋକଙ୍କ ଉପସ୍ଥିତ ରେ ପ୍ରେମିକ କରମଚାନ୍ଦ ପ୍ରେମିକା ଭାରତୀଙ୍କ ବେକରେ ମଙ୍ଗଳସୁତ୍ର ଓ ମଥାରେ ସିନ୍ଦୂର ଦେଇ ସ୍ତ୍ରୀରମାନ୍ୟତା ଦେଇ ଥିଲେ। କିନ୍ତୁ ବାହା ହେବା ପରେ ଆଉ ଘରକୁ ନ ନେଇ ବିଭିନ୍ନ ବାହାନା ଦେଖାଇବା ସହ ଘର ଡିହ ଓ ନଗଦ ୫୦ ଲକ୍ଷ ଟଙ୍କା ଦେଲେ ଘରକୁ ଆସିବ ବୋଲି କହି ଥିଲେ। କିନ୍ତୁ ସମ୍ପର୍କ ବଢ଼ି ଚାଲିଥିଲା ଏବଂ ଜୁଲାଇ ୧୦/୨୦୧୭ ଗର୍ଭବତୀ ହୋଇଥିଲେ। ଭାରତୀ ଏକଥା ସ୍ବାମୀ ଙ୍କୁ ମଧ୍ଯ ଜଣାଇଥିଲେ।ଏହା ଶୁଣି ପ୍ରେମିକାର ଅଜାଣତରେ ସ୍ବାମୀ ଖାଦ୍ୟ ରେ କିଛି ଔଷଧ ଦେଇ ଗର୍ଭ ନଷ୍ଟ କରିଥିଲେ। ପୁଣି ସ୍ୱାମୀ ସ୍ତ୍ରୀକୁ ବିଭିର୍ଣ୍ଣ ମନଗଢା କଥା କହି ପୁନର୍ବାର ଗର୍ଭବତୀ କରି ତାକୁମଧ୍ୟ ୨୫/୦୫/୨୦୨୨ ତାରିଖ ରେ ଗର୍ଭ ନଷ୍ଟ କରିଦେଇଥିଲେ। ପ୍ରମୁଖ ଘଟଣାବଳୀ କୁ ନେଇ ୧୭/୦୯/୨୦୨୪ ରେ ଝିଅର ପରିବାର ପକ୍ଷରୁ ପୁଅର ପରି ବାର ପକ୍ଷକୁ ଜଣାଇ ଥିଲେ। ପୁଅର ବାପା ନାରାୟଣ ସାହୁ ମାର୍ଗଶିର ମାସରେ ବୋହୂ କରି ନେବାପାଇଁ କହିଥିଲେ। କିନ୍ତୁ ସେଥିରେ ବ୍ୟତିକ୍ରମ ହେବାରୁ ଭାରତୀ ପ୍ରେମିକାର ଘର ଆଗରେ ସମାଜସେବୀ ପ୍ରମିଳା ତ୍ରୀପାଠୀଙ୍କ ସହ ଧାରଣାରେ ବସିଥିଲେ। ଏବଂ ସ୍ତ୍ରୀ ର ମାନ୍ୟତା ସହ ସୁରକ୍ଷା ଦେବାଲାଗି ରାଜ୍ୟ ଗୃହ ବିଭାଗ ଠାରୁ ଆରମ୍ଭ କରି ମହିଳା କମିଶନ ଏବଂ ବିଭାଗୀୟ ଜିଲ୍ଲା ପ୍ରଶାସନକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ଅବଗତ କରାଇଥିଲେ। ଏହି ଘଟଣା ଜାଣିବା ପରେ ପୋଲସରା ଥାନାଧିକାରୀ କୈଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି | ଏବଂ ସ୍ୱମୀ ବାପୁଜୀ ଅନ୍ୟ ଏକ ଝିଅ କୁ ଧରି ଗ୍ରାମରୁ ଫେରାର ହୋଇ ଯାଇଛି | ତେବେ ଭାରତୀ ପ୍ରକୃତ ନ୍ୟାୟ ଆଶାରେ ସମସ୍ତ ଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲା ବେଳେ ସମାଜ ସେବୀ ପ୍ରମିଳା ତ୍ରିପାଠୀ, ପ୍ରଥମ ସ୍ତ୍ରୀକୁ ଘରକୁ ନନେଇ ସୁଖ ପାଇବା ଆଶାରେ ଦୁଈ ଦୁଇଟି ଝିଅର ଜୀବନ ନଷ୍ଟ କରି ଥିବାରୁ, ତା ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ଏହି ଝିଅଟିକୁ ବୋହୂର ଅଧିକାର ମିଳିବାକୁ ଦାବି କରିଛନ୍ତି | କାର୍ଯ୍ୟ ପୂର୍ଣ୍ଣ ନହେବା ଯାଏଁ ଏପରି ଅନଶନ ଚାଲିବ ବୋଲି କହିଛନ୍ତି ସମାଜ ସେବୀ ପ୍ରମିଳା ତ୍ରିପାଠୀ |
BACK TO TOP