Breaking News
Breaking News
13-Nov-2024
ବ୍ଲକ ଅଧକ୍ଷ ନିର୍ବାଚନ କୁ ନେଇ ବିଜେପି-ବିଜେଡିର କସରତ,
ବ୍ଲକ ଅଧକ୍ଷ ବିନା କାମ ଠପ, ଲୋକେ ହନ୍ତସନ୍ତ |
ଓଡିଶା ଜନମତ ବ୍ୟୁରୋ,
କୁକୁଡାଖଣ୍ଡି: --ଗଞ୍ଜାମ ଜିଲ୍ଳାର ର କୁକୁଡାଖଣ୍ଡି ପଞ୍ଚାୟତ ସମିତିର ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଙ୍କ ବିୟୋଗ ପରେ ଅଧକ୍ଷ ଆସନ ଟି ଖାଲି ପଡିଛି l ଗତ ଚାରି ମାସ ହେବ ଅଧ୍ୟକ୍ଷ ପଦ ଖାଲି ପଡିଥିଲା ବେଳେ ଏହି ଆସନ କୁ ନେଇ ବିଜେଡି, ବିଜେପି ମଧ୍ୟରେ କସରତ ଆରମ୍ଭ ହୋଇଥିବା ଜଣାପଡୁଛି l ବିଜେଡି ସମର୍ଥୀତ ପ୍ରାୟ ୧୩ରୁ ୧୪ ଜଣ ସମିତି ସଭ୍ୟ, ସଭ୍ୟା ଙ୍କୁ କବଜ୍ଜା କରି ରଖିଥିବା ବେଳେ ବିଜେପିର ଅନ୍ୟ ମାନଙ୍କ ମଧ୍ୟରେ ତାଳ ମେଳ ରହୁନଥିବା ରୁ ଅଙ୍କ ଭୁଲ ହୋଇଜିବା ଜଣା ପଡୁଛି ନିର୍ବାଚନ ଦିନପାଖଉ ଥିବା ବେଳେ ଆଜି କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭ୍ୟମାନେ ଓ ବିଜୁ ଜନତା ଦଳର ଏକ ପ୍ରତିନିଧୂମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏହି ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛନ୍ତି । ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରତିନିଧ ମଣ୍ଡଳୀର ନେତୃତ୍ବ ନେଇଥିବା ବେଳେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସରକାରୀ ଦଳର ଏହି ପଦବୀ ପାଇଁ ବିଜୟ ସମ୍ଭା ବନା ନଥୁବାରୁ, ନିର୍ବାଚନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।
ଡଃ ସାହୁ କହିଥିଲେ, ଗତ ସାଧାରଣ ନିର୍ବାଚନ ପରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦେହାନ୍ତ ହୋଇଥୁଲା । ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ସେହି ପଦ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା କଥା, କିନ୍ତୁ ନିର୍ବାଚନ ପାଇଁ କୌଣସି ତତ୍ପରତା ଦେଖା ଯାଇ ନଥିଲା। ସେଠାକାର ପଞ୍ଚାୟତ ସମିତିସଭ୍ୟମାନେ ନିର୍ବାଚନ କରିବା ପାଇଁ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ । ମାମଲାର ଶୁଣାଣି କରିବା ପରେ, ଉଚ୍ଚ ନ୍ୟାୟାଳୟ ତୁରନ୍ତ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ | କିନ୍ତୁ ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦେଶକୁ ଇତିମଧ୍ୟରେ ଚାଳିଶ ଦିନ ବିତିଯାଇଥିଲେ ମଧ୍ୟ ନିର୍ବାଚନ କରା ଯାଇନାହିଁ । ଦୁଇ ଦୁଇ ଥର ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ନିର୍ବାଚନ ଅଧୂକାରୀ ନଆସି ବାରୁ ନିର୍ବାଚନ ହୋଇପାରି ନାହିଁ।ଡଃ ସାହୁ କହିଥିଲେ, ଯେଉଁ ସ୍ଥାନରେ ସରକାରୀ ଦଳର ବିଜୟ ସମ୍ଭାବନା ଅଛି କେବଳ ସେହି ସ୍ଥାନରେ ନିର୍ବାଚନ ହୋଇଯାଉ ଛି ଓ ଯେଉଁ ସ୍ଥାନରେ ସର କାରୀ ଦଳର ବିଜୟ ସମ୍ଭା ବନା ନାହିଁ, ସେହି ସ୍ଥାନରେ ସରକାରଙ୍କଚାପରେଅଧିକାରୀ ମାନେ ଆସୁନାହାନ୍ତି । ନିର୍ବା ଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇଥିବା ବେଳେ ସରକାର ନିଜକ୍ଷମତାର ଅପବ୍ୟବହାର କରି ନିର୍ବାଚନକୁ ରୋକିବା ଏକ ନିନ୍ଦନୀୟ ଘଟଣା। ସରକାରଙ୍କ ଚାପରେ ଅଧି କାରୀମାନେ ଚୁପା ହୋଇ ଯାଉଛନ୍ତି, ଯାହାଫଳରେ ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ ହୋଇ ପାରୁନାହିଁ। କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦେହାନ୍ତ ପରଠାରୁ କୌଣସି ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆମେ ଅଧ୍ୟକ୍ଷ ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛୁ। ତାଛଡା ସରକାରଙ୍କୁ ଆମେ ଚେତା ବନୀ ଦେଉଛୁ, ନିର୍ବାଚନ ପରି ଗଣତାନ୍ତ୍ରିକ ପ୍ରକିୟାକୁ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଲାଗି କ୍ଷମତାର ଅପବ୍ୟବହାର ନକରନ୍ତୁ ।ବିଜେଡି ପ୍ରତିନିଧି ମଣ୍ଡଳୀରେ ଡଃ ଅରୁଣ ସାହୁଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି, ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଶ୍ରୀ ତୁମ୍ଭନାଥ ପଣ୍ଡା, ମୁଖପାତ୍ର ଶ୍ରୀ ମିହିର ରାୟ ଓ କୁକୁଡ଼ାଖଣ୍ଡି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚମାନେ ଉପସ୍ଥିତ ଥିଲେ |
BACK TO TOP