Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ପୋଲସରା ବ୍ଲକ ପ୍ରାଥମିକ ମହା ସଂଘ ତରଫରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ |

07-Sep-2026

ବ୍ଲକ୍ ପ୍ରାଥମିକ ଶିକ୍ଷକ ମହାସଂଘର ଗୁରୁ-ସମ୍ବର୍ଦ୍ଧନା ଉତ୍ସବ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
 ତା ୦୭-୦୯-୨୦୨୬:- ----

ପୋଲସରା  ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା ଉତ୍ସବ (ଗୁରୁଦିବସ) ବହୁ ଉତ୍ସାହ ଏବଂ ଉଦ୍ଧୀପନା ମଧ୍ୟରେ  ପାଳିତ ହୋଇଯାଇଛି। ସ୍ଥାନୀୟ ଏକ୍ସ - ବୋର୍ଡ ପ୍ରାଥମିକ ବାଳକ ଓ ବାଳିକା ବିଦ୍ୟାଳୟ ସ୍ଥିତ ଶିକ୍ଷକ ଭବନ ଠାରେ ଏହି କାର୍ଯ୍ୟକ୍ରମ ପାଳିତ କରାଯାଇଥିଲା।  ମହାସଂଘ  ସଭାପତି ସୂର୍ଯ୍ୟନାରାୟଣ ପୃଷ୍ଟିଙ୍କ  ସଭାପତିତ୍ୱ ଏବଂ  ସମ୍ପାଦକ ଅମିତାଭ ମିଶ୍ରଙ୍କ  ସମ୍ପାଦନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ  ପାତ୍ର, ମୁଖ୍ୟବକ୍ତା ପୂର୍ବତନ ସ୍କୁଲ ଇନ୍ସପେକ୍ଟର ଶିଶିର କାନ୍ତ ଦାଶ, ସମ୍ମାନିତ ଅତିଥି ଦୂର୍ଗା ପ୍ରସାଦ ମହାପାତ୍ର, ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ପ୍ରଫୁଲ୍ଲ କୁମାର ହୋତା  ପ୍ରମୁଖ ଶିକ୍ଷାବିତ୍ ଯୋଗଦେଇଥିଲେ। ପ୍ରଥମେ ପାରମ୍ପରିକ ଅତିଥିବୃନ୍ଦଙ୍କ ମହାସଂଘ ପକ୍ଷରୁ ମଞ୍ଚକୁ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯିବା ପରେ ମଞ୍ଚାସିନ ଅତିଥିବୃନ୍ଦ ବିଘ୍ନରାଜ ଶ୍ରୀ ଗଣେଶ ପ୍ରଭୂଙ୍କ  ଫୋଟୋଚିତ୍ର ଏବଂ ପରେ ସର୍ବପଲ୍ଲୀ ଡ. ରାଧାକୃଷ୍ଣନଙ୍କ  ଫଟୋଚିତ୍ରରେ ଭକ୍ତିପୂତ ଭାବେ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ  ପୁଷ୍ପମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ପରେ ଶିକ୍ଷକ ସତ୍ୟବାନ୍ ପଣ୍ଡା ଓ ଶିକ୍ଷକ ଜଗନ୍ନାଥ ପଣ୍ଡାଙ୍କ ମିଳିତ ମଂଚ ପରିଚାଳନାରେ ମଞ୍ଚାସୀନ ଅତିଥିବୃନ୍ଦ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀ ଦିବସକୁ ସମଗ୍ର ଦେଶରେ ଏପରିକି ବାହ୍ୟ କିଛି ଦେଶମାନଙ୍କରେ ରହୁଥିବା ଭାରତୀୟମାନଙ୍କ ଦ୍ବାରା ଏହି ପବିତ୍ର ଦିବସକୁ ଗୁରୁ- ଶିଷ୍ୟ ପରମ୍ପରାକୁ ସ୍ମରଣୀୟ କରିବାକୁ ପାଳନ କରାଯାଉଅଛି। ଯେହେତୁ ରାଧାକୃଷ୍ଣନ ତାଙ୍କର ଜୀବନ କାଳ ମଧ୍ୟରେ କେବଳ ଗୁରୁ ରୂପେ ଶିକ୍ଷକତା କରିନଥିଲେ ପରବର୍ତ୍ତୀ ସମୟରେ ଦେଶର ଉପରାଷ୍ଟ୍ରପତି ଏବଂ ପରେ ରାଷ୍ଟ୍ରପତି ଭାବେ ପଦ ଅଳ°କୃତ କରି ଦେଶ ସେବା କରିଥିଲେ।ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଦାର୍ଶନିକ,ଦୂରଦୃଷ୍ଟି ସମ୍ପନ୍ନ ମହାନ ଗୁନିଜ୍ଞାନୀ ସମ୍ପନ୍ନ ବ୍ୟକ୍ତିଥିଲେ। ଏଣୁ ତାଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର ମାସ ୫ ତାରିଖ ଦିନକୁ ` ଗୁରୁଦିବସ` ରୂପେ ପାଳନ କରାଯାଇ ଆସୁଥିବାରୁ ଆମ୍ଭ ପୋଲସରା ଶିକ୍ଷକ ମହାସଂଘ ପକ୍ଷରୁ ଏହି ପବିତ୍ର କାର୍ଯ୍ୟକ୍ରମ କରାଯାଉଥିବା ଏବଂ ପ୍ରତିବର୍ଷ ଅବସର ନେଇ ସାରିଥିବା ଶିକ୍ଷକମାନଙ୍କୁ ପରମ୍ପରା ଅନୁସାରେ ସମ୍ବର୍ଦ୍ଧନା ଦିଆଯାଉଥିବାକୁ ନେଇ ଭୂ°ୟସୀ  ପ୍ରଶ°ସା କରିବା ସହିତ ସମସ୍ତଙ୍କ ମଙ୍ଗଳ ଏବଂ ନିରାମୟ ଶୁଭକାମନା ଜଣାଇଥିଲେ। କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମାନ୍ୟବର ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିନିଧି ଭାବେ ପୋଲସରା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ କାମ୍ଫ ବାଢେଇ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀଙ୍କ ବାର୍ତ୍ତା ମାଧ୍ୟମରେ ଆୟୋଜକ ଶିକ୍ଷକ ମହାସଂଘ, ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପବିତ୍ର ଗୁରୁ ଦିବସର ବାର୍ତ୍ତା ପଠନ କରିବା ସହିତ ୧୪ ଜଣ ନୂତନ ଭାବେ ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଉତ୍ତରୀୟ ଏବଂ  ଉପହାର ଦେଇ ସମ୍ମାନୀତ କରିଥିଲେ।  ଏହି ଅବସରରେ ଚଳିତ ବର୍ଷ ୨୦୨୬ ଶିକ୍ଷା ବର୍ଷରେ ଅବସର ନେଇଥିବା ପୋଲସରା ବ୍ଲକର ଲକ୍ଷ୍ମଣପଲ୍ଲୀ  ୟୁପି ସ୍କୁଲର ଗ୍ରାଜୁଏଟ ଶିକ୍ଷୟତ୍ରୀ ସଂଯୁକ୍ତା କୁମାରୀ ରଥ, ଚଢ଼ିଆପଡ଼ା କୃଷ୍ଣଦାଶପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ମହାପାତ୍ର, ଝିଟିକାବାଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁବେର ବେହେରା, ମର୍ଦ୍ଦରାଜପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ମୀନା କୁମାରୀ ପଟ୍ଟନାୟକ,ମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝିଟିକାବାଡ଼ିର ଶିକ୍ଷକ ଭଗବାନ ପ୍ରଧାନ,ସୁନାରିବୁଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନନ୍ଦିନୀ ପ୍ରଭା ଷଡ଼ଙ୍ଗୀ, କରତାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ସାହୁ, ମଥୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା,ଦେଉଳପେଡି ପ୍ରାଥମିକ ବିଦ୍ୟାଳୟର ପୋଲସରାର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଦାସ, କଣଛାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଧାନ ବେହେରା,ଜିଲୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ , କ୍ଷେତ୍ରବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁଖାକଣାର ପ୍ରଧାନ ଶିକ୍ଷକ କାମରଜୁ ସାହୁ ଓ ବୁଢ଼େଇଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣ ଚନ୍ଦ୍ର ଡାକୁଆ ଏହି ୧୪ ଜଣଙ୍କୁ ମହାସଂଘ ପକ୍ଷରୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ସେମାନଙ୍କ ନିରାମୟ ମୂଲ୍ୟବାନ ଜୀବନ ସକାଶେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ବ୍ଲକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଅଲ୍ ଓଡିଶା ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ, ନିଖିଳ ଓଡ଼ିଶା ଏକ୍ସ-କ୍ୟାଡର ଶିକ୍ଷକ ସଂଘ ଓ ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ସଂଘର ସଦସ୍ୟ ଓ ସଦସ୍ୟାଙ୍କ ସମେତ ସେବାନିବୃତ ୮୦ ଜଣ ଶିକ୍ଷାବିତମାନେ ଯୋଗଦେଇଥିଲେ। ଶେଷରେ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ସମସ୍ତଙ୍କୁ ମହାସଂଘ ତରଫରୁ ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

News Comment

You Might Also Like

BACK TO TOP