Breaking
News
Breaking
News
10-Sep-2026
ଅଟା ଚକଟିବାର ସହଜ ଟେକ୍ନିକ୍,ହାତରେ ଲାଗିବନି ଅଟା, ଜାଣନ୍ତୁ ସରଳ ଉପାୟ |
ଓଡିଶା ଜନ ମତ ବ୍ୟୁରୋ,
ଘରେ ରୁଟି କିମ୍ବା ପରଟା ତିଆରି କରିବା ସମୟରେ ସବୁଠାରୁ ପ୍ରଥମ କାମ ହେଉଛି ଅଟା ଚକଟିବା। କିନ୍ତୁ ଅଟା ଚକଟିବା ସମୟରେ ହାତରେ ଅଟା ଲାଗିଯିବା, ହାତ ଅପରିଷ୍କାର ହେବା ଏବଂ ପରେ ତାହାକୁ ସଫା କରିବା ଅନେକଙ୍କ ପାଇଁ ଅସୁବିଧାର କାରଣ ହୋଇଥାଏ। ତେବେ ହାତରେ ଅଟା ନଲଗାଇ ମଧ୍ୟ ଆପଣ ଖୁବ୍ ସହଜରେ ନରମ ଅଟା ପ୍ରସ୍ତୁତ କରିପାରିବେ। ଏଥିପାଇଁ ଜାଣନ୍ତୁ ୩ଟି ସହଜ ଟ୍ରିକ୍।
ଏହା ହେଉଛି ସବୁଠାରୁ ସହଜ ଉପାୟ। ଏଥିପାଇଁ ପ୍ରଥମେ ଏକ ସଫା, ଖାଦ୍ୟ ବ୍ୟବହାର ଯୋଗ୍ୟ ଫୁଡ୍-ଗ୍ରେଡ୍ ପଲିଥିନ୍ ବ୍ୟାଗ୍ ନିଅନ୍ତୁ। ବ୍ୟାଗ୍ରେ ଆବଶ୍ୟକ ପରିମାଣର ଅଟା ପକାନ୍ତୁ ଏବଂ ଧୀରେ ଧୀରେ ପାଣି ମିଶାନ୍ତୁ। ଏବେ ବ୍ୟାଗ୍ର ମୁହଁକୁ ଭଲ ଭାବେ ବନ୍ଦ କରି ବାହାରୁ ହାତରେ ଚାପ ଦେଇ ଅଟାକୁ ଚକଟନ୍ତୁ। ଏହାଦ୍ୱାରା ଅଟା ସିଧାସଳଖ ହାତରେ ଲାଗିବ ନାହିଁ। ଭଲ ଭାବେ ଚକଟିବା ପରେ କିଛି ସମୟ ଢାଙ୍କି ରଖିଲେ ଅଟା ଆହୁରି ନରମ ହୋଇଯିବ। ସାଧାରଣ ପଲିଥିନ୍ ବ୍ୟାଗ୍ ବଦଳରେ ଖାଦ୍ୟ ସଂରକ୍ଷଣ ପାଇଁ ଉପଯୋଗୀ ଫୁଡ୍-ଗ୍ରେଡ୍ ବ୍ୟାଗ୍ ବ୍ୟବହାର କରନ୍ତୁ।
ଏହି ଉପାୟ ପାଇଁ ଏକ ଢାଙ୍କୁଣୀ ଥିବା ଗଭୀର ପାତ୍ର ନିଅନ୍ତୁ। ସେଥିରେ ଅଟା ପକାଇ ଧୀରେ ଧୀରେ ପାଣି ମିଶାନ୍ତୁ। ଏବେ ଢାଙ୍କୁଣୀ ଲଗାଇ ପାତ୍ରକୁ କିଛି ସମୟ ଭଲ ଭାବେ ହଲାନ୍ତୁ। ଏହାଦ୍ୱାରା ପାଣି ଓ ଅଟା ଭଲ ଭାବେ ମିଶି ଏକ ଡୋ ତିଆରି ହେବ। ପରେ ହାତରେ ଅଳ୍ପ ତେଲ ଲଗାଇ ଏହାକୁ ହାଲୁକା ଭାବେ ଚକଟିଦିଅନ୍ତୁ। ଏଥିରେ ହାତରେ ଅଟା ଲାଗିବାର ସମ୍ଭାବନା କମିଯାଏ।
ଯଦି ଆପଣଙ୍କ ଘରେ ଫୁଡ୍ ପ୍ରୋସେସର୍ କିମ୍ବା ଡୋ ମେକର କରିବାର ସୁବିଧା ଥିବା, ତେବେ ଏହାର ସାହାଯ୍ୟରେ ମଧ୍ୟ ଅଟା ଚକଟିପାରିବେ। ପ୍ରଥମେ ମେସିନ୍ରେ ଅଟା ନିଅନ୍ତୁ ଏବଂ ଅଳ୍ପ ଅଳ୍ପ କରି ପାଣି ଦିଅନ୍ତୁ। ଅଧିକ ପାଣି ଏକାଥରକେ ଦେଲେ ଅଟା ଅତ୍ୟଧିକ ନରମ ହୋଇପାରେ। ମେସିନ୍ ଚାଲୁ କରି କିଛି ସମୟ ମଧ୍ୟରେ ଅଟାକୁ ଡୋ ଆକାରରେ ପ୍ରସ୍ତୁତ କରିହେବ। ଅଟା ନରମ କରିବା ପାଇଁ ପାଣିର ପରିମାଣ ଠିକ୍ ରଖିବା ସବୁଠାରୁ ଜରୁରୀ। ପାଣି ଅଧିକ ହେଲେ ଅଟା ଅତ୍ୟଧିକ ଚିପ୍ଚିପା ହୋଇପାରେ ଏବଂ ପାଣି କମ୍ ହେଲେ ଅଟା ଶକ୍ତ ହୋଇଯାଇପାରେ।
ଅଟା ଚକଟିବା ପରେ ଏହାକୁ ପ୍ରାୟ ୧୫-୨୦ ମିନିଟ୍ ଢାଙ୍କି ରଖିଲେ ରୁଟି ଅଧିକ ନରମ ହୋଇପାରେ। ଆବଶ୍ୟକ ହେଲେ ଅଟା ଉପରେ ଅଳ୍ପ ତେଲ ଲଗାଇ ରଖିପାରିବେ। ତେଣୁ ପ୍ରତିଦିନ ଅଟା ଚକଟିବା ସମୟରେ ହାତ ଅପରିଷ୍କାର ହେଉଛି ବୋଲି ଚିନ୍ତା କରୁଥିଲେ, ଏହି ସହଜ ଟ୍ରିକ୍ଗୁଡ଼ିକୁ ଥରେ ଚେଷ୍ଟା କରିଦେଖନ୍ତୁ।
BACK TO TOP