Breaking
News
Breaking
News
26-Oct-2026
କୋଦଳା ଏନଏସି ଠାରେ ଧନଦାତ୍ରୀ ମା` ଗଜଲକ୍ଷ୍ମୀଙ୍କ ପୂଜା l
ଓଡିଶା ଜଣମତ, କୋଦଳା :26/10/2026
ନରେନ୍ଦ୍ର ନାଥ ଗୌଡ଼ |
କୋଦଳା : 26/10/26 : ଆଶ୍ୱିନ ଶୁକ୍ଳ ପୁର୍ଣିମା ଅବସରରେ ଗାଁ ଠୁ ସହର ଚାରିଆଡେ ଧନଦାତ୍ରୀ ମା` ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି l ଏହା ହେଉଛି ଓଡ଼ିଶାର ଏକ ଓଡିଶାର ପ୍ରାଚୀନ ଓ ପ୍ରସିଦ୍ଧ ଗଣପର୍ବ l ଏହି ପର୍ବ ଧନ, ଧାନ୍ୟ, ସୁଖ ଓ ସମୃଦ୍ଧିର ଦେବୀ ମା` ଗଜଲକ୍ଷ୍ମୀଙ୍କ ଆରାଧନା ପାଇଁ କରାଯାଏ l ଏହି ପରିପ୍ରେକ୍ଷୀରେ କୋଦଳା ଏନଏସି ସ୍ଥିତ ନାରାୟଣୀ ଛକ ଏବଂ ବଡଦାଣ୍ଡ ସାହିରେ ମା`ଙ୍କ ପୂଜା ପବିତ୍ର ଧାର୍ମିକ ବାତାବରଣରେ ଚାଲିଛି l କୁମାର ପୁର୍ଣିମା ଠାରୁ ଆରମ୍ଭ କରି ଦୀର୍ଘ ଏକମାସ ବ୍ୟାପୀ ଚାଲିବାକୁ ଥିବା ଏହି ପୂଜା ଆସନ୍ତା କାର୍ତ୍ତିକ ପୁର୍ଣିମାରେ ଉଦଯାପିତ ହେବ l ପୂଜା ମଣ୍ଡପ ଗୁଡିକ ଭବ୍ୟ ତୋରଣ, ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ସହ ସକାଳ ଆଳତି ଏବଂ ସନ୍ଧ୍ୟା ଆଳତିରେ ତାଳ, ମୃଦଙ୍ଗ, ଘଣ୍ଟ ଧ୍ୱନିରେ ପରିବେଶ ଧାର୍ମିକ ବାତାବରଣ ଏବଂ ଉତ୍ସବମୁଖର ହୋଇଉଠିଛି l ପୂଜକ ନାଗା ପତି ଏବଂ ମଣ୍ଟୁ ଦାସ ପୂଜାକାର୍ଯ୍ୟ ତୁଲାଉଥିବାବେଳେ ସନ୍ଧ୍ୟା ଆଳତିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବିଶେଷ କରି ପ୍ରାୟ ସାତଶହ ରୁ ଆଠଶହ ମହିଳା ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି l ପ୍ରତ୍ୟେହ ସନ୍ଧ୍ୟାରେ ମା`ଙ୍କୁ ଭୋଗ କରାଯାଇ ଭକ୍ତ ମାନଙ୍କୁ ପ୍ରସାଦ ସେବନ କରାଯାଉଛି l ନାରାୟଣୀ ଛକରେ ଅନୁଷ୍ଠିତ ପୂଜାରେ `ମା` ଗଜଲକ୍ଷ୍ମୀ ଯୁବକ ସଙ୍ଘ`ର ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଭାପତି ଉପେନ୍ଦ୍ର ବେହେରା, ସମ୍ପାଦକ ବୁଲା ମୁଦୁଲି , ମିଥୁନ ମୁନି, ବାଦଲ ମହାନ୍ତି, ସଞ୍ଜୟ ପରିଡା ସମେତ କୋଦଳାବାସୀ ସହଯୋଗ କରୁଛନ୍ତି l ସେହିପରି ସାତନଳ ଗ୍ରାମ ମଠସାହି ଠାରେ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱବଧାନରେ ମା`ଙ୍କ ପୂଜା ବହୁ ଆଡମ୍ବରରେ ଚାଲିଛି l ଉକ୍ତ କାର୍ଯ୍ୟରେ ଗ୍ରାମବାସୀ ସହଯୋଗ କରୁଛନ୍ତି
BACK TO TOP