Breaking News

ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||     

ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||

26-Oct-2026

ମାଝୀଗୁଡ଼ା ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢ଼ାଉ

୪ ଜୁଆଡ଼ି ଗିରଫ, ୫,୮୧୦ ଟଙ୍କା ସହ ୪ ବାଇକ୍ ଓ ୩ ମୋବାଇଲ ଜବତ

ଓଡିଶା ଜନମତ ରାୟଗଡା, ୨୬/୧୦ (କାମେଶ୍ୱର କରକରିଆ):- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ ଜଣଙ୍କୁ ଗିରଫ କରାଯିବା ସହ ନଗଦ ଟଙ୍କା, ତାସ୍‌ ପତା, ମୋଟରସାଇକେଲ ଓ ମୋବାଇଲ ଫୋନ୍‌ ଜବତ କରାଯାଇଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ବେଆଇନ ଜୁଆ କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମାଝୀଗୁଡ଼ା ନିକଟରେ କିଛି ବ୍ୟକ୍ତି ଏକାଠି ହୋଇ ଜୁଆ ଖେଳ ଚଳାଇଥିବା ନେଇ କଲ୍ୟାଣସିଂହପୁର ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରେ ଥିବା ୪ ଜଣଙ୍କୁ ପୋଲିସ କାବୁ କରିଥିଲା।
ପୋଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୫ ହଜାର ୮୧୦ ଟଙ୍କା, ତାସ୍‌ ପତା, ୪ଟି ମୋଟରସାଇକେଲ ଓ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏହି ଘଟଣାରେ କଲ୍ୟାଣସିଂହପୁର ଥାନାରେ ଓପିଜି ଆକ୍ଟର ଧାରା ୩ ଅନୁଯାୟୀ କେସ୍‌ ନମ୍ବର ୧୫୪/୨୬, ତାରିଖ ୨୫.୧୦.୨୦୨୬ରେ ମାମଲା ରୁଜୁ ହୋଇଛି।
ଏହି ଘଟଣା ପରେ ଅଞ୍ଚଳରେ ବେଆଇନ ଜୁଆ ଖେଳ ଉପରେ ରୋକ୍‌ ଲଗାଇବା ପାଇଁ ପୋଲିସର ନଜରଦାରି ଓ ଚଢ଼ାଉକୁ ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଜୁଆ ଆଡ୍ଡା ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

News Comment

You Might Also Like

BACK TO TOP